ମୃଣାଳ ସେନ

ଉଇକିପିଡ଼ିଆ‌ରୁ
(Mrinal Senରୁ ଲେଉଟି ଆସିଛି)
ମୃଣାଳ ସେନ
ମୃଣାଳ ସେନ
Born(1923-05-14)୧୪ ମଇ ୧୯୨୩
Died୩୦ ଡିସେମ୍ବର ୨୦୧୮(2018-12-30) (ବୟସ ୯୫) [୧]
Cause of deathହୃଦ୍‌ଘାତ
Nationalityଭାରତୀୟ
Occupationଚଳଚ୍ଚିତ୍ର ନିର୍ଦ୍ଦେଶକ
Years active୧୯୫୫-୨୦୦୨
Spouseଗୀତା ସୋମ
Awardsପଦ୍ମ ଭୂଷଣ, ଦାଦାସାହେବ ଫାଲକେ

ମୃଣାଳ ସେନ (୧୪ ମଇ ୧୯୨୩ - ୩୦ ଡିସେମ୍ବର ୨୦୧୮) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ । ସେ ଅନେକ ବଙ୍ଗଳାଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ସାମାଜିକ ବିଷୟବସ୍ତୁକୁ ନେଇ କଳାତ୍ମକ ଚଳଚ୍ଚିତ୍ର ପ୍ରସ୍ତୁତି ଥିଲା ତାଙ୍କର ବୈଶିଷ୍ଟ୍ୟ । ସେ ବାମପନ୍ଥୀ ଦୃଷ୍ଟିଭଙ୍ଗୀର ସମର୍ଥକ ଥିଲେ । ତାଙ୍କୁ ବହୁବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ପଦ୍ମଭୂଷଣଦାଦାସାହେବ ଫାଲକେ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମୃଣାଳ ୧୯୨୩ ମସିହାରେ ସେତେବେଳର ବେଙ୍ଗଲ ପ୍ରେସିଡେନସି ଓ ବର୍ତ୍ତମାନର ବଙ୍ଗଳାଦେଶର ଫରୀଦପୁରଠାରେ ଜନ୍ମଗ୍ରହଣ କରିଥିଲେ । କଲିକତାର ସ୍କଟିସ୍ ଚର୍ଚ୍ଚ କଲେଜ ଓ କଲିକତା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକତ୍ତୋର ଶିକ୍ଷା ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଆନ୍ଦୋଳନ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହିତ ଜଡ଼ିତ ରହିଥିଲେ । ଆଜୀବନ ମୁଖ୍ୟତଃ ଚଳଚ୍ଚିତ୍ର ଶିଳ୍ପ ସହିତ ଜଡ଼ିତ ରହିଥିଲେ ମଧ୍ୟ ଆଦ୍ୟଯୌବନରେ ତାଙ୍କୁ ମେଡିସିନ୍ ରିପ୍ରେଜେଣ୍ଟେଟିଭ କାମ ମଧ୍ୟ କରିବାକୁ ପଡ଼ିଥିଲା ।

ଚଳଚ୍ଚିତ୍ର ନିର୍ଦ୍ଦେଶନା[ସମ୍ପାଦନା]

୧୯୫୫ ମସିହାରେ ମୃଣାଳ ନିଜର ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର "ରାତ ଭୋରେ" ନିର୍ମାଣ କରିଥିଲେ । ୧୯୬୭ ମସିହାରେ ସେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ମାଟିର ମଣିଷକୁ ନେଇ, ସମନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ମାଟିର ମଣିଷ ଚଳଚ୍ଚିତ୍ରଟି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଏକ ନୂଆ ଦିଗଦର୍ଶନ ଦେଇଥିଲା । ଏହି ଚଳଚ୍ଚିତ୍ର ନିର୍ମାଣ ବେଳର ଅନୁଭୂତିକୁ ସେନ ନିଜ ଆତ୍ମଜୀବନୀ "ଅଲୱେଜ୍ ବିଙ୍ଗ୍ ବର୍ଣ୍ଣ୍"ରେ ଉଲ୍ଲେଖ କରିଛନ୍ତି । ୧୯୭୬ ମସିହାରେ ସେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଗଳ୍ପ "ଶିକାର"କୁ ନେଇ "ମୃଗୟା" ନାମକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମ ଭୂଷଣ - ୧୯୮୧
  • ଦାଦା ସାହେବ ଫାଲକେ ପୁରସ୍କାର - ୨୦୦୫
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୧୮ ଥର)[୩]

ଆଧାର[ସମ୍ପାଦନା]

  1. Rakesh Sharma (December 30, 2018). "The Dadasaheb Phalke award-winning film director Mrinal Sen Passed away on Sunday at the age of 95". Bollywood Galiyara. BollywoodGaliyara.com. Archived from the original on January 1, 2019. Retrieved December 30, 2018.
  2. "ମନେ ରଖିବ ଓଡ଼ିଆ ସିନେମା". No. ସମ୍ବାଦ ୩୧/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 31 December 2018.[permanent dead link]
  3. "ପରଲୋକରେ ମୃଣାଳ ସେନ୍". ସମ୍ବାଦ ୩୧/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Retrieved 31 December 2018.[permanent dead link]

ଅଧିକ ତଥ୍ୟ[ସମ୍ପାଦନା]