ମାଇକେଲ କିଣ୍ଡୋ

ଉଇକିପିଡ଼ିଆ‌ରୁ
(Michael Kindoରୁ ଲେଉଟି ଆସିଛି)
ମାଇକେଲ କିଣ୍ଡୋ
ବ୍ୟକ୍ତିଗତ ତଥ୍ୟ
ଜନ୍ମ(1947-06-02)୨ ଜୁନ ୧୯୪୭
ସିମଦେଗା, ଝାଡ଼ଖଣ୍ଡ
ମୃତ୍ୟୁ୩୧ ଡିସେମ୍ବର ୨୦୨୦(2020-12-31) (ବୟସ ୭୩)
ରାଉରକେଲା, ଓଡ଼ିଶା
Medal record
ପୁରୁଷ ହକି
Competitor for  ଭାରତ

ମାଇକେଲ କିଣ୍ଡୋ ( ୧୯୪୭ - ୨୦୨୦ ) ଜଣେ ଭାରତୀୟ ହକି ଖେଳାଳି ଥିଲେ ।[୧] ଦଳରେ ସେ ଜଣେ ରକ୍ଷଣଭାଗରେ ଫୁଲବ୍ୟାକ ଭାବରେ ଖେଳୁଥିଲେ । ଭାରତୀୟ ଦଳ ତରଫରୁ ସେ ୩ଟି ବିଶ୍ୱକପ ହକି ଓ ୧୯୭୨ ମସିହାର ମ୍ୟୁନିକ ଅଲିମ୍ପିକ୍ସ ଓ ୧୯୭୪ ମସିହାରେ ତେହେରାନଠାରେ ଏସିଆନ ଗେମ୍ସ ଖେଳିଥିଲେ । ୧୯୭୫ ହକି ବିଶ୍ୱକପରେ ଭାରତ ସ୍ୱର୍ଣ୍ଣ, ୧୯୭୩ ବିଶ୍ୱକପରେ ରୌପ୍ୟ ଓ ୧୯୭୧ ବିଶ୍ୱକପରେ ବ୍ରୋଞ୍ଜପଦକ ବିଜେତା ହୋଇଥିଲା ।[୨]

ଜୀବନୀ[ସମ୍ପାଦନା]

ମାଇକେଲ ୧୯୪୭ ମସିହା ଜୁନ ୨ ତାରିଖରେ ବିହାରର ( ବର୍ତ୍ତମାନର ଝାଡ଼ଖଣ୍ଡ ) ସିମଦେଗାଠାରେ ଜନ୍ମଗ୍ରହଣ କରିଥିଲେ । ରାଉରକେଲା ଇସ୍ପାତ କାରଖାନାର ଚାକିରୀ କରୁଥିବାରୁ ସେ ରାଉରକେଲାଠାରେ ରହୁଥିଲେ ଓ ଓଡ଼ିଶା ଦଳ ତରଫରୁ ହକି ଖେଳୁଥିଲେ । ୧୯୭୨ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୩] ୨୦୨୦ ଡିସେମ୍ବର ୩୧ ତାରେଖରେ କିଣ୍ଡୋଙ୍କର ପରଲୋକ ଘଟିଥିଲା ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Brig S Sunder Rajan (12 February 2020). Personalities Inked: Pen Sketches of known And Some less known faces. Booksclinic Publishing. pp. 91–. ISBN 978-93-89757-51-4.
  2. "Michael Kindo, world-class defender & gentle giant of hockey, passes away". www.indianexpress.com. The Indian Express. Archived from the original on 1 January 2021. Retrieved 1 January 2021.
  3. "ହକି କିମ୍ବଦନ୍ତୀ". No. ଧରିତ୍ରୀ ୦୧/୦୧/୨୦୨୧. ଧରିତ୍ରୀ. p. ୧୯. Archived from the original on 1 January 2021. Retrieved 1 January 2021.