ମଦନ ମୋହନ ମହାନ୍ତି
ମଦନ ମୋହନ ମହାନ୍ତି | |
---|---|
ଜନ୍ମ | ରାଣୀହାଟ, କଟକ | ୬ ମାର୍ଚ୍ଚ ୧୯୪୫
ମୃତ୍ୟୁ | ୯ ଫେବୃଆରୀ ୨୦୨୨ | (ବୟସ ୭୬)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ପ୍ରଶାସକ |
ବୈବାହିକ-ସାଥୀ | କୁମକୁମ ମହାନ୍ତି |
ସନ୍ତାନ | ୟଶମାଧବ, ୟଶପାଲ |
ମଦନ ମୋହନ ମହାନ୍ତି ( ୬ ମାର୍ଚ୍ଚ ୧୯୪୫ - ୧୦ ଫେବୃଆରୀ ୨୦୨୨), ଜଣେ କ୍ରିକେଟ ଖେଳାଳୀ ଓ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ସେ ଓଡ଼ିଶା ରଣଜୀ ଦଳର ପ୍ରାକ୍ତନ ଅଧିନାୟକ ମଧ୍ୟ ଥିଲେ ଓ ୧୪ ବର୍ଷ ଧରି ଏହି ଦାୟିତ୍ୱ ନିର୍ବାହ କରିଥିଲେ ।[୧]
ଜୀବନୀ
[ସମ୍ପାଦନା]କ୍ରିକେଟ
[ସମ୍ପାଦନା]ମଦନ ମୋହନ, ୧୯୫୯ ମସିହାରୁ ୧୯୭୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ପାଇଁ କ୍ରିକେଟ ଖେଳିଥିଲେ । ସେ ଜଣେ ଡାହାଣହାତୀ ବ୍ୟାଟର ଓ ଅଫ-ବ୍ରେକ ବୋଲର ଥିଲେ । ରାଜ୍ୟ ତରଫରୁ ସେ ୨୫ଟି ରଣଜୀ ଟ୍ରଫି ମ୍ୟାଚ ଓ ୪ଟି କୁଚବିହାର ଟ୍ରଫି ମ୍ୟାଚ ଖେଳିଥିଲେ । ଏଥିମଧ୍ୟରୁ ୧୪ ବର୍ଷ ଧରି ସେ ଦଳର ଅଧିନାୟକତ୍ୱ କରିଥିଲେ । ମାତ୍ର ୧୬ ବର୍ଷ ବୟସରେ ସେ ପ୍ରଥମେ ଓଡ଼ିଶାର ଅଧିନାୟକ ହୋଇଥିଲେ[୨] ଓ ତାଙ୍କ ଅଧିନାୟକତ୍ୱରେ ଓଡ଼ିଶା ୯ଟି ମ୍ୟାଚ ଖେଳିଥିଲା । ରଣଜୀ ଟ୍ରଫି ମ୍ୟାଚରେ ସେ ଗୋଟିଏ ଶତକ ଓ ୬ଟି ଅର୍ଦ୍ଧଶତକ ହାସଲ କରିଥିଲେ ।
ପ୍ରଶାସନିକ ସେବା
[ସମ୍ପାଦନା]ସେ ୧୯୬୮ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।[୩] ଜଳସମ୍ପଦ, ଯୁବବ୍ୟାପାର ଓ କ୍ରୀଡ଼ା ଆଦି ବିଭାଗରେ କାର୍ଯ୍ୟ କରିଥିଲେ । କ୍ରୀଡ଼ା ବିଭାଗରେ ଥାଇ ୨୦୦୧-୦୨ ମସିହାରେ ସେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆରମ୍ଭ କରିଥିଲେ । ହସ୍ତତନ୍ତ୍ର ବିଭାଗର ପ୍ରମୁଖ ସଚିବ ପଦବୀରେ ରହି ସେ ଅବସର ଗ୍ରହଣ କରିଥିଲେ ।
ବ୍ୟକ୍ତିଗତ
[ସମ୍ପାଦନା]ସେ ୧୯୪୫ ମସିହା ମାର୍ଚ୍ଚ ମାସ ୬ ତାରିଖରେ କଟକର ରାଣୀହାଟଠାରେ ଜନ୍ମଗ୍ରହଣ କରିଥିଲେ । ସେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା କୁମକୁମ ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ବଡ଼ ପୁଅ ୟଶମାଧବ ଏକ କନସଲଟାନ୍ସୀ କାର୍ଯ୍ୟ କରୁଥିବା ବେଳେ, ସାନପୁଅ ୟଶପାଲ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିଲେ । ୟଶପାଲ ମଧ୍ୟ ଓଡ଼ିଶା ରଣଜୀ ଦଳରେ କ୍ରିକେଟ ଖେଳୁଥିଲେ । ୨୦୧୭ ମସିହାରେ ଏକ ସଡ଼କ ଦୂର୍ଘଟଣାରେ ୟଶପାଲଙ୍କ ଦେହାନ୍ତ ହୋଇଥିଲା ।[୪] ମଦନ ମୋହନଙ୍କ ପରିବାର ଭୁବନେଶ୍ୱରର ପଲାଶପଲ୍ଲୀଠାରେ ରହନ୍ତି ।
୨୦୨୨ ମସିହାରେ ସେ କୋଭିଡ-୧୯ରେ ପୀଡ଼ିତ ହୋଇଥିଲେ । ତାପରେ ସେ କ୍ରମାଗତ ଭାବେ ଅସୁସ୍ଥ ଥିଲେ ଓ ଫେବୃଆରୀ ୦୯ ତାରିଖରେ ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।[୫]
ଆଧାର
[ସମ୍ପାଦନା]- ↑ "PERSONALITIES". www.http://orisports.com/. ori sports. Retrieved 10 February 2022.
{{cite web}}
: External link in
(help)|website=
- ↑ "ମଦନ ମହାନ୍ତିଙ୍କ ପରଲୋକ, ୧୬ ବର୍ଷରେ ହୋଇଥିଲେ ଓଡ଼ିଶା ଦଳର ଅଧିନାୟକ". www.sambad.in/. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 10 February 2022.
- ↑ "ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଦନ ମୋହନ ମହାନ୍ତି". www.odishasambad.in. ଓଡ଼ିଶା ସମ୍ବାଦ. Retrieved 10 February 2022.
- ↑ "Foundation in Bhubaneswar in memory of the late cricketer Ben". www.newindianexpress.com. The New Indian Express. Retrieved 10 February 2022.
- ↑ "ପୂର୍ବତନ ପ୍ରଶାସକ ମଦନ ମୋହନ ମହାନ୍ତିଙ୍କ ପରଲୋକ". No. ଧରିତ୍ରୀ ୧୦/୦୨/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. ଧରିତ୍ରୀ. 10 February 2022. Archived from the original on 10 February 2022. Retrieved 10 February 2022.