ମଦନ ମୋହନ ମହାନ୍ତି

ଉଇକିପିଡ଼ିଆ‌ରୁ
ମଦନ ମୋହନ ମହାନ୍ତି
Born(1945-03-06)୬ ମାର୍ଚ୍ଚ ୧୯୪୫
ରାଣୀହାଟ, କଟକ
Died୯ ଫେବୃଆରୀ ୨୦୨୨(2022-02-09) (ବୟସ ୭୬)
Nationalityଭାରତୀୟ
Citizenshipଭାରତୀୟ
Occupationପ୍ରଶାସକ
Spouseକୁମକୁମ ମହାନ୍ତି
Childrenୟଶମାଧବ, ୟଶପାଲ

ମଦନ ମୋହନ ମହାନ୍ତି ( ୬ ମାର୍ଚ୍ଚ ୧୯୪୫ - ୧୦ ଫେବୃଆରୀ ୨୦୨୨), ଜଣେ କ୍ରିକେଟ ଖେଳାଳୀ ଓ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ସେ ଓଡ଼ିଶା ରଣଜୀ ଦଳର ପ୍ରାକ୍ତନ ଅଧିନାୟକ ମଧ୍ୟ ଥିଲେ ଓ ୧୪ ବର୍ଷ ଧରି ଏହି ଦାୟିତ୍ୱ ନିର୍ବାହ କରିଥିଲେ ।[୧]

ଜୀବନୀ[ସମ୍ପାଦନା]

କ୍ରିକେଟ[ସମ୍ପାଦନା]

ମଦନ ମୋହନ, ୧୯୫୯ ମସିହାରୁ ୧୯୭୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ପାଇଁ କ୍ରିକେଟ ଖେଳିଥିଲେ । ସେ ଜଣେ ଡାହାଣହାତୀ ବ୍ୟାଟର ଓ ଅଫ-ବ୍ରେକ ବୋଲର ଥିଲେ । ରାଜ୍ୟ ତରଫରୁ ସେ ୨୫ଟି ରଣଜୀ ଟ୍ରଫି ମ୍ୟାଚ ଓ ୪ଟି କୁଚବିହାର ଟ୍ରଫି ମ୍ୟାଚ ଖେଳିଥିଲେ । ଏଥିମଧ୍ୟରୁ ୧୪ ବର୍ଷ ଧରି ସେ ଦଳର ଅଧିନାୟକତ୍ୱ କରିଥିଲେ । ମାତ୍ର ୧୬ ବର୍ଷ ବୟସରେ ସେ ପ୍ରଥମେ ଓଡ଼ିଶାର ଅଧିନାୟକ ହୋଇଥିଲେ[୨] ଓ ତାଙ୍କ ଅଧିନାୟକତ୍ୱରେ ଓଡ଼ିଶା ୯ଟି ମ୍ୟାଚ ଖେଳିଥିଲା । ରଣଜୀ ଟ୍ରଫି ମ୍ୟାଚରେ ସେ ଗୋଟିଏ ଶତକ ଓ ୬ଟି ଅର୍ଦ୍ଧଶତକ ହାସଲ କରିଥିଲେ ।

ପ୍ରଶାସନିକ ସେବା[ସମ୍ପାଦନା]

ସେ ୧୯୬୮ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।[୩] ଜଳସମ୍ପଦ, ଯୁବବ୍ୟାପାର ଓ କ୍ରୀଡ଼ା ଆଦି ବିଭାଗରେ କାର୍ଯ୍ୟ କରିଥିଲେ । କ୍ରୀଡ଼ା ବିଭାଗରେ ଥାଇ ୨୦୦୧-୦୨ ମସିହାରେ ସେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆରମ୍ଭ କରିଥିଲେ । ହସ୍ତତନ୍ତ୍ର ବିଭାଗର ପ୍ରମୁଖ ସଚିବ ପଦବୀରେ ରହି ସେ ଅବସର ଗ୍ରହଣ କରିଥିଲେ ।

ବ୍ୟକ୍ତିଗତ[ସମ୍ପାଦନା]

ସେ ୧୯୪୫ ମସିହା ମାର୍ଚ୍ଚ ମାସ ୬ ତାରିଖରେ କଟକର ରାଣୀହାଟଠାରେ ଜନ୍ମଗ୍ରହଣ କରିଥିଲେ । ସେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା କୁମକୁମ ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ବଡ଼ ପୁଅ ୟଶମାଧବ ଏକ କନସଲଟାନ୍ସୀ କାର୍ଯ୍ୟ କରୁଥିବା ବେଳେ, ସାନପୁଅ ୟଶପାଲ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିଲେ । ୟଶପାଲ ମଧ୍ୟ ଓଡ଼ିଶା ରଣଜୀ ଦଳରେ କ୍ରିକେଟ ଖେଳୁଥିଲେ । ୨୦୧୭ ମସିହାରେ ଏକ ସଡ଼କ ଦୂର୍ଘଟଣାରେ ୟଶପାଲଙ୍କ ପରଲୋକ ହୋଇଥିଲା ।[୪] ମଦନ ମୋହନଙ୍କ ପରିବାର ଭୁବନେଶ୍ୱରର ପଲାଶପଲ୍ଲୀଠାରେ ରହନ୍ତି ।

୨୦୨୨ ମସିହାରେ ସେ କୋଭିଡ-୧୯ରେ ପୀଡ଼ିତ ହୋଇଥିଲେ । ତାପରେ ସେ କ୍ରମାଗତ ଭାବେ ଅସୁସ୍ଥ ଥିଲେ ଓ ଫେବୃଆରୀ ୦୯ ତାରିଖରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା ।[୫]

ଆଧାର[ସମ୍ପାଦନା]

  1. "PERSONALITIES". www.http://orisports.com/. ori sports. Retrieved 10 February 2022. {{cite web}}: External link in |website= (help)
  2. "ମଦନ ମହାନ୍ତିଙ୍କ ପରଲୋକ, ୧୬ ବର୍ଷରେ ହୋଇଥିଲେ ଓଡ଼ିଶା ଦଳର ଅଧିନାୟକ". www.sambad.in/. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 10 February 2022.
  3. "ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଦନ ମୋହନ ମହାନ୍ତି". www.odishasambad.in. ଓଡ଼ିଶା ସମ୍ବାଦ. Retrieved 10 February 2022.
  4. "Foundation in Bhubaneswar in memory of the late cricketer Ben". www.newindianexpress.com. The New Indian Express. Retrieved 10 February 2022.
  5. "ପୂର୍ବତନ ପ୍ରଶାସକ ମଦନ ମୋହନ ମହାନ୍ତିଙ୍କ ପରଲୋକ". No. ଧରିତ୍ରୀ ୧୦/୦୨/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. ଧରିତ୍ରୀ. 10 February 2022. Archived from the original on 10 February 2022. Retrieved 10 February 2022.