Jump to content

ଅକାଳ ନିଳୟ ସଂକୋଚନ

ଉଇକିପିଡ଼ିଆ‌ରୁ
(Premature ventricular contractionରୁ ଲେଉଟି ଆସିଛି)
Premature ventricular contraction
Premature ventricular complex, ventricular premature contraction (complex or complexes) (VPC), ventricular premature beat (VPB), ventricular extrasystole (VES)
A premature ventricular contraction marked by the arrow.
ବିଭାଗCardiology
ଲକ୍ଷଣNone, feeling of skipped beat[୧]
କାରଣNormal, heart disease[୨]
ବିପଦ କାରକAlcohol, stimulants including caffeine, electrolyte abnormalities, low oxygen, high CO2[୨]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG)[୨]
ସଠିକ ରୋଗ ନିର୍ଣ୍ଣୟAberrant premature atrial contractions, bigeminy, premature junctional contractions[୨]
ଚିକିତ୍ସାReassurance, beta blockers, calcium channel blockers[୩]
ପୁନଃପୌନିକCommon[୨]

ଅକାଳ ନିଳୟ ସଂକୋଚନ (ଇଂରାଜୀ ଭଷାରେ premature ventricular contraction PVC ) ହେଉଛି ଏକ ଅତିରିକ୍ତ ସ୍ପନ୍ଦନ ଯାହା ହୃତ୍‌ପିଣ୍ଡର ନିଳୟରୁ ଉତ୍ପନ୍ନ ହୁଏ | [୪] ଏହି ରୋଗରେ ପ୍ରାୟ କୌଣସି ଲକ୍ଷଣ ଦେଖାଯାଏ ନାହିଁ କିନ୍ତୁ ଛାତିରେ ଏକ “ସ୍ପନ୍ଦନ ଖସିଗଲା” ଭଳି ଅନୁଭବ କରାଯାଇପାରେ | [୫] ଅନ୍ୟାନ୍ୟ ରିପୋର୍ଟ ହୋଇଥିବା ଲକ୍ଷଣଗୁଡ଼ିକରେ ଥକ୍କାପଣ ଏବଂ ମୁଣ୍ଡ ହାଲୁକା ଲାଗିପାରେ | [୨] ବେଳେବେଳେ ଏହି ରୋଗରେ ବିପଦ ସୃଷ୍ଟି ହୁଏ ନାହିଁ | [୨] କିନ୍ତୁ ବାରମ୍ବାର ହୃତ୍‌ପିଣ୍ଡ ସମସ୍ୟା ସୃଷ୍ଟି ହୋଇପାରେ | [୨]

ସାଧାରଣତଃ ଏଗୁଡ଼ିକ ଏକ ସାଧାରଣ ଘଟଣା | [୫] ଏହାର ଉତ୍‌ପ୍ରେରକ‌କାରୀଙ୍କ ନାମ ମଦ୍ୟପାନ, କେଫିନ, ଲେକ୍ଟ୍ରୋଲାଇଟ ଅସ୍ୱାଭାବିକତା, କମ ଅମ୍ଳଜାନ ଓ ଉଚ୍ଚ ଅଙ୍ଗାରକାମ୍ଳ । [୪] ଅନ୍ତର୍ନିହିତ ହୃଦ୍‌ଘାତ, ମାଇଟ୍ରାଲ କପାଟିକା ପ୍ରୋଲାପ୍ସ ଏବଂ ମାୟୋକାର୍ଡ଼ାଇଟିସ ରୋଗ ଥିଲେ ଏହି ରୋଗ ସଙ୍କଟ ରହେ ।[୨] ଏଲେକ୍ଟ୍ରୋକାର୍ଡ଼ିଓଗ୍ରାମରେ (ECG) ୧୨୦ ଏମଏସରୁ ଅଧିକ ଥାଏ । [୨] ଯଦି ୧୦%ରୁ ଅଧିକ ହୃଦସ୍ପନ୍ଦନ ହୁଏ ତେବେ ହୃତ୍‌ପିଣ୍ଡର ଅଲଟ୍ରାସାଉଣ୍ଡ କରିବାକୁ ସୁପାରିଶ କରାଯାଏ | [୬]

ପ୍ରାୟତଃ କୌଣସି ଚିକିତ୍ସା ଏହି ରୋଗରେ ଆବଶ୍ୟକ ହୁଏ ନାହିଁ | [୫] [୬] ଆଶଙ୍କାଗ୍ରସ୍ତ ରୋଗୀଙ୍କୁ ବିଟା ବ୍ଲକର ବା କିଛି କ୍ୟାଲସିଅମ ଚ୍ୟାନେଲ ବ୍ଲକର ଦିଆଯାଏ ।[୩] ଏହା ପ୍ରଭାବଶାଳୀ ନହେଲେ ଏକ ଆଣ୍ଟିଆରିଦମିକ ଔଷଧ କିମ୍ବା ରେଡିଓଫ୍ରିକ୍ୱେନ୍ସି ଅବ୍ଲାସନ କରିବାକୁ ବିବେଚନା କରାଯାଇପାରେ | [୩] ସେଗୁଡ଼ିକ ସାଧାରଣ ଅଟେ | [୪] ୨୦ ବର୍ଷରୁ କମ୍ ବୟସର ପ୍ରାୟ ୦.୫% ଏବଂ ୫୦ ବର୍ଷରୁ ଅଧିକ ବୟସ୍କ ୨.୨% ଲୋକଙ୍କର ଇସିଜିରେ ଏହି ସମସ୍ୟା ଦେଖିବାକୁ ମିଳେ । [୨]

ଆଧାର[ସମ୍ପାଦନା]

  1. "Types of Arrhythmia". July 1, 2011. Archived from the original on 7 June 2015. Retrieved 19 March 2015.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Sattar, Y; Hashmi, MF (January 2020). "Ventricular Premature Complexes". PMID 31613493. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ Akdemir, B.; Yarmohammadi, H.; Alraies, M. C.; Adkisson, W. O. (1 July 2016). "Premature ventricular contractions: Reassure or refer?". Cleveland Clinic Journal of Medicine. 83 (7): 524–530. doi:10.3949/ccjm.83a.15090. PMID 27399865.
  4. ୪.୦ ୪.୧ ୪.୨ Sattar, Y; Hashmi, MF (January 2020). "Ventricular Premature Complexes". PMID 31613493. {{cite journal}}: Cite journal requires |journal= (help)
  5. ୫.୦ ୫.୧ ୫.୨ "Types of Arrhythmia". July 1, 2011. Archived from the original on 7 June 2015. Retrieved 19 March 2015.
  6. ୬.୦ ୬.୧ Akdemir, B.; Yarmohammadi, H.; Alraies, M. C.; Adkisson, W. O. (1 July 2016). "Premature ventricular contractions: Reassure or refer?". Cleveland Clinic Journal of Medicine. 83 (7): 524–530. doi:10.3949/ccjm.83a.15090. PMID 27399865.