ବାମ ପୋଟଳି ଶାଖା ଅବରୋଧ

ଉଇକିପିଡ଼ିଆ‌ରୁ
Left bundle branch block
ECG characteristics of a typical LBBB showing wide QRS complexes with abnormal morphology in leads V1 and V6.
ବିଭାଗCardiology, emergency medicine
ଲକ୍ଷଣNone[୧]
ଅବଧିLong-term[୧]
କାରଣUnknown, dilated cardiomyopathy, amyloidosis[୧]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG)[୧]
ସଠିକ ରୋଗ ନିର୍ଣ୍ଣୟIntraventricular conduction delay, artificial pacemaker, run of PVCs[୧]
ଚିକିତ୍ସାBased on underlying disorder[୧]
ପୁନଃପୌନିକCommon[୧]

ବାମ ପୋଟଳି ଶାଖା ଅବରୋଧ (ଇଂରାଜୀ ଭାଷାରେ Left bundle branch block ବା ଏଲବିବିଏସ/ LBBB) ହେଉଛି ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG)ରେ ଦେଖାଯାଇଥିବା ହୃତ୍‌ପିଣ୍ଡର ଏକ ପ୍ରକାର ଅସ୍ୱାଭାବିକତା ବୈଦୁତିକ ଚାଳନା ।[୧] ତାହାର ସ୍ୱତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୧] ଏହା ଏକ ସ୍ଥାୟୀ ଅବସ୍ଥା ଅଟେ ।[୧]

ଏହାର କାରଣଗୁଡ଼ିକ ମଧ୍ୟରେ ହୃଦ୍‌ଘାତ, ଭଲ୍ଭସମ୍ପର୍କୀୟ ହୃଦ୍‌ରୋଗ, କିମ୍ବା ହୃଦ୍‌ପାତ ଏବଂ ଆମିଲଏଡୋସିସ ହୋଇପାରେ ।[୧] କିଛି ମାମଲା କୌଣସି ନିର୍ଦ୍ଦିଷ୍ଟ କାରଣ ବିନା ଘଟିଥାଏ ।[୧] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ହିସ୍-ପରକିଞ୍ଜେ ସିଷ୍ଟମର ଉଭୟ ସମ୍ମୁଖ ଏବଂ ପୃଷ୍ଠଭାଗର ଫାସିକ୍ଲଗୁଡ଼ିକରେ ଅସ୍ୱାଭାବିକ ଚାଳନା ହୋଇଥାଏ ।[୧]

ରୋଗ ନିର୍ଣ୍ଣୟ ନିମନ୍ତେ ଚାରୋଟି ସର୍ତ୍ତ ଆବଶ୍ୟକ ହୁଏ: ସୁପ୍ରାଭେଣ୍ଟ୍ରିକୁଲାର ତାଳମେଳ, କ୍ୟୁଆରଏସ (QRS) ୧୨୦ ଏମଏସରୁ ଅଧିକ, ଲିଡ ଭି୧ର ଗୋଟିଏ କ୍ୟୁଏସ କିମ୍ବା ଏକ ବଡ଼ ଏସ ତରଙ୍ଗ ସହିତ ଏକ ଛୋଟ ଆର/ r ଥିବ ଏବଂ ଲିଡ ୫ର ଏକ ଖଣ୍ଡିତ ଆର ନଥିବ ଏବଂ କ୍ୟୁ ତରଙ୍ଗ ନ ଥିବ।[୧] ଯେତେବେଳେ କ୍ୟୁଆରଏସ ଅବଧି ୧୨୦ ଏମଏସରୁ କମ୍, କିନ୍ତୁ ଅନ୍ୟ ମାନଦଣ୍ଡ ଉପସ୍ଥିତ, ସେତେବେଳେ ଏହାକୁ ଏକ ଅସମ୍ପୂର୍ଣ୍ଣ ଏଲବିବିଏସ କୁହାଯାଏ | [୧] ଛାତି ଯନ୍ତ୍ରଣା ସହିତ ନୂତନ ଏଲବିବିଏସ ଆରମ୍ଭ ହେଉଥିଲେ ଏହାକୁ ଆଉ ହୃଦ୍‌ଘାତ ସମତୁଲ ଭାବରେ ବିଚାର କରାଯାଏ ନାହିଁ ।[୨] ବରଂ ଏହା ସରଗବୋସା ମାନଦଣ୍ଡ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି ।[୧]

ସାଧାରଣତଃ ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି ।[୧] ପରିଚାଳନା ମୂଳ କାରଣ ଉପରେ ନିର୍ଭର କରେ ଯାହା ଫଳାଫଳ ନିର୍ଣ୍ଣୟ କରେ ।[୧] ଏଲବିବିଏସ ସାଧାରଣଃ ପ୍ରାୟ ୧୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରିଥାଏ ।[୧] ହୃଦଘାତ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୩୩% ପ୍ରଭାବିତ ହୁଅନ୍ତି ।[୧] ପ୍ରଭାବିତ ଲୋକଙ୍କୁ ଆମେରିକା କିମ୍ବା ଯୁକ୍ତରାଜ୍ୟରେ ବିମାନ ଉଡ଼ାଣ କରିବାକୁ ଅନୁମତି ନାହିଁ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Scherbak, D; Hicks, GJ (January 2020). "Left Bundle Branch Block". PMID 29489192. {{cite journal}}: Cite journal requires |journal= (help)
  2. Roberts, David. Mastering the 12-Lead EKG (in ଇଂରାଜୀ). Springer Publishing Company. p. 434. ISBN 978-0-8261-8194-7. Archived from the original on 2021-08-28. Retrieved 2020-12-30.