Jump to content

ଲାନାଡେଲୁମାବ

ଉଇକିପିଡ଼ିଆ‌ରୁ
(Lanadelumabରୁ ଲେଉଟି ଆସିଛି)
ଲାନାଡେଲୁମାବ
Monoclonal antibody
TypeWhole antibody
SourceHuman
TargetKallikrein
Clinical data
Trade namesTakhzyro
Synonymslanadelumab-flyo
AHFS/Drugs.commonograph
data
Pregnancy
category
    Routes of
    administration
    Subcutaneous
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    Chemical and physical data
    FormulaC6468H10016N1728O2012S47
    Molar mass୧,୪୫,୬୮୪.୧୮ g·mol−1

    ଲାନାଡେଲୁମାବ (ଇଂରାଜୀ ଭାଷାରେ Lanadelumab), ତାଖଜିରୋ ଏକ ବାଣିଜ୍ୟ ନାମ, ହେଉଛି ଏକ ଔଷଧ ଯାହାକି ବଂଶାନୁକ୍ରମିକ ଆଞ୍ଜିଓଇଡିମା ରୋଗୀଙ୍କଠାରେ ଆଞ୍ଜିଓଇଡିମା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[] ଏହା ୧୨ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ବ୍ୟବହୃତ ହୁଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା, ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ମୁଣ୍ଡବିନ୍ଧା, ରାସ, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଏବଂ ତରଳ ଝାଡ଼ା ଅନ୍ତର୍ଭୁକ୍ତ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ମଧ୍ୟ ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା କାଲିକ୍ରେନ‌ (pKal ) ସ‌ହିତ ସଂଲଗ୍ନ ହୋଇ ଅବରୋଧ କରେ ।[] []

    ୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲାନାଡେଲୁମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ପ୍ରତି ଦୁଇ ସପ୍ତାହରେ ଥରେ ଏହି ଔଷଧ ଦିଆଯିବାବେଳେ ପ୍ରତି ବ୍ୟକ୍ତିଙ୍କ ପାଇଁ ବର୍ଷକୁ ପ୍ରାୟ ୬୮୫,୦୦୦ ଡଲାର ଖର୍ଚ୍ଚ ହୋଇଥାଏ | [] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୩୫୦,୦୦୦ ପାଉଣ୍ଡ ହୋଇଥାଏ ।[]

    ସନ୍ଦର୍ଭ

    [ସମ୍ପାଦନା]
    1. 1 2 "Lanadelumab (Takhzyro) Use During Pregnancy". Drugs.com. 19 September 2018. Archived from the original on 20 October 2020. Retrieved 4 September 2020.
    2. 1 2 3 4 5 6 7 "Lanadelumab-flyo Monograph for Professionals". Drugs.com (in ଇଂରାଜୀ). Archived from the original on 17 May 2019. Retrieved 20 November 2021.
    3. 1 2 3 "Takhzyro". Archived from the original on 19 October 2021. Retrieved 20 November 2021.
    4. "Takhzyro Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 January 2021. Retrieved 20 November 2021.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 306. ISBN 978-0857114105.