Jump to content

ହେରେଡିଟାରି ଆଞ୍ଜିଓଇଡିମା

ଉଇକିପିଡ଼ିଆ‌ରୁ
ହେରେଡିଟାରି ଆଞ୍ଜିଓଇଡିମା (Hereditary angioedema)
ହେରେଡିଟାରି ଆଞ୍ଜିଓ ନିଉରୋଟିକ ଇଡିମା (Hereditary angioneurotic edema or HANE),[] ଫ୍ୟାମିଲିଆଲ ଆଞ୍ଜିଓ ନିଉରୋଟିକ ଆଞ୍ଜିଓଇଡିମା,[]
ହେରେଡିଟାରି ଆଞ୍ଜିଓଇଡିମା ଆକ୍ରମଣ ଯୋଗୁ ଫୁଲିଯାଇଥିବା ଡାହାଣ ହାତ ।
ବିଭାଗରକ୍ତରୋଗ ବିଜ୍ଞାନ (Hematology
ଲକ୍ଷଣପୁନଃପୌନିକ ସାଂଘାତିକ ହାତ ଫୁଲା (severe swelling[]
ଆକ୍ରାନ୍ତ ସମୟଶୈଶବ କାଳ[]
ଅବଧିପ୍ରତ୍ୟେକ ରୋଗ ଆକ୍ରମଣ ଅଳ୍ପ କିଛି ଦିନ ରହେ । []
କାରଣଜେନେଟିକ ବେମାରୀ (Genetic disorder ଅଟୋସୋମାଲ ଡୋମିନାଣ୍ଟ (autosomal dominant)[]
ରୋଗ ନିର୍ଣ୍ଣୟ ପଦ୍ଧତିକମ୍ପ୍ଲିମେଣ୍ଟ କମ୍ପୋନେଣ୍ଟ ୪ (C4) ଓ ସି୧ ଇନହିବିଟର (C1-inhibitor) ସ୍ତର.[]
ସଠିକ ରୋଗ ନିର୍ଣ୍ଣୟଅନ୍ତନଳୀ ଅବରୋଧ (en:Intestinal obstruction), ଅନ୍ୟ କେତେକ ପ୍ରକାରର ଆଞ୍ଜିଓଇଡିମା (angioedema[]
ପ୍ରତିକାରସି୧ ଇସ୍ଟରେଜ ଇନହିବିଟର (C1 esterase inhibitor)[]
ଔଷଧସି୧ ଇସ୍ଟରେଜ ଇନହିବିଟର (C1 esterase inhibitor), ଇକାଳାଣ୍ଟାଇଡ (ecallantide), ଇକାଣ୍ଟିବାଣ୍ଟ (icatibant)[]
ଚିକିତ୍ସାସ‌ହ‌ଯୋଗୀ ଯତ୍ନ (Supportive care), ଔଷଧ[]
Prognosisଚିକିତ୍ସିତ ନ ହେଲେ ୨୫% ମୃତ୍ୟୁ ସମ୍ଭାବନା ରହେ । []
ପୁନଃପୌନିକ୫୦,୦୦୦ରେ ଜଣେ[]
Patient UKହେରେଡିଟାରି ଆଞ୍ଜିଓଇଡିମା (Hereditary angioedema)

ହେରେଡିଟାରି ଆଞ୍ଜିଓଇଡିମା ବା ଏଚଏଇ (ଇଂରାଜୀ ଭାଷାରେ Hereditary angioedema or HAE) ବେମାରୀ ଫଳରେ ବାରମ୍ବାର ଫୁଲିଯିବା ଦେଖାଯାଏ ।[] ଏହି ଫୁଲା ବାହୁ, ଗୋଡ଼, ମୁହଁ, ଅନ୍ତନଳୀ ଓ ଶ୍ୱାସନଳୀମାନଙ୍କରେ ଦେଖାଯାଏ ।[] ଏହି ରୋଗରେ ଗଲୁ ହୁଏ ନାହିଁ ।[] ଅନ୍ତନଳୀ ପ୍ରଭାବିତ ହୋଇଥିଲେ ଉଦର ଯନ୍ତ୍ରଣା (abdominal pain) ଓ ବାନ୍ତି (vomiting) ହୋଇପାରେ । [] ଶ୍ୱାସନଳୀ ଅବରୋଧ ହେଲେ ଶ୍ୱାସକ୍ରିୟ ପ୍ରଭାବିତ ହୋଇଯାଏ ।[] ଚିକିତ୍ସା ନ କଲେ ଏହି ରୋଗ ପ୍ରାୟ ପ୍ରତି ୨ ସପ୍ତାହରେ ଆକ୍ରମଣ କରେ ଓ କିଛି ଦିନ ରହେ । []

ତିନି ପ୍ରକାର ଏଚଏଇ ରୋଗ ଦେଖାଯାଏ ।[] ଏସଇଆରପିଆଇଏନ‌ଜି୧ (SERPING1) ଜିନର ମ୍ୟୁଟେସନ ଯୋଗୁ ଟାଇପ ୧ ଓ ୨ ରୋଗ ହୁଏ ଯାହା ସି୧-ଇନହିବିଟର ପ୍ରୋଟିନ (C1 inhibitor protein) ତିଆରି କରେ ଓ ଫ୍ୟକ୍ଟର ୧୨ର (factor XII) ମ୍ୟୁଟେସନ ଯୋଗୁ ଟାଇପ ୩ ରୋଗ ହୁଏ ।[] ଏହା ଫଳରେ ପ୍ରଚୁତ ବ୍ରାଡିକାଇନିନ (bradykinin) ପ୍ରସ୍ତୁତ ହୋଇଯାଏ ଯାହା ଫୁଲିବାରେ ସ‌ହାୟକ ହୁଏ । [] ଏହି ରୋଗ ଅଟୋସୋମାଲ ଡିମିନାଣ୍ଟ (autosomal dominant) ଭାବରେ ବଂଶାନୁକ୍ରମିକ (inherited from a person's parents) ଗତି କରେ ବା ନୂତନ ମ୍ୟୁଟେସନ ଯୋଗୁ ହୋଇପାରେ ।[] କ୍ଷୁଦ୍ର ଆଘାତ ଓ ଚାପ ଯୋଗୁ ଏହି ରୋଗ ଟ୍ରିଗର ହୋଇଯାଏ ବା କୌଣସି ପୂର୍ବ ସମ୍ପର୍କ ନଥାଇ ମଧ୍ୟ ହୋଇପାରେ ।[] କମ୍ପ୍ଲିମେଣ୍ଟ କମ୍ପୋନେଣ୍ଟ ୪ (C4) ଓ ସି୧-ଇନହିବିଟର ସ୍ତର ମାପକରି ଟାଇପ ୧ ଓ ୨ ରୋଗ ନିର୍ଣ୍ଣୟ କରାଯାଏ । []

ଏହି ରୋଗର ଆକ୍ରମଣ ପ୍ରତିରୋଧ ଓ ଚିକିତ୍ସା ନିମନ୍ତେ ଚେଷ୍ଟ କରାଯାଏ । [] ରୋଗ ସକ୍ରିୟ ଥିଲାବେଳେ ଶିରାଭ୍ୟନ୍ତ୍ର ତରଳ ପଦାର୍ଥ (intravenous fluids) ଓ ଖୋଲା ଶ୍ୱାସନଳୀ ରଖିବା ନିମନ୍ତେ ସାହାଯ୍ୟକାରୀ ଯତ୍ନ (supportive care) ଆବଶ୍ୟକ ହୁଏ ।[] ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ସି୧ ଇସ୍ଟରେଜ ଇନହିବିଟର C1 esterase inhibitor ଦିଆଯାଏ ।[] ଆକ୍ୟୁଟ ରୋଗ ଥିଲେ ଇକାଳାଣ୍ଟାଇଡ (ecallantide), ଇକାଣ୍ଟିବାଣ୍ଟ (icatibant) । []

ପ୍ରାୟ ୫୦,୦୦୦ ଲୋକରେ ଜଣକୁ ଏହି ରୋଗ ଆକ୍ରମଣ କରେ ।[] ଶୈଶବ କାଳରେ ଏହା ପ୍ରଥମେ ଚିହ୍ନଟ ହୁଏ । [] ପୁରୁଷ ଓ ମହିଳାମାନେ ଟାଇପ ୧ ଓ ୨ ରୋଗଦ୍ୱାରା ସମ ଭାବରେ ଆକ୍ରନ୍ତ ହୁଅନ୍ତି ।[] ଟାଇପ ୩ଦ୍ୱାରା ପରୁଷାମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ଶ୍ୱାସନଳୀ ପ୍ରଭାବିତ ହେଲେ ୨୫% ଲୋକଙ୍କର ମୃତ୍ୟୁ ହୁଏ । [] ଚିକିତ୍ସିତ ହେଲେ ଫଳାଫଳ ଉତ୍ତମ ରହେ ।[] ସନ ୧୮୮୮ରେ ପ୍ରଥମେ ଉଇଲିଅରମ ଅସଲର (William Osler) ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[]

  1. 1 2 3 4 5 6 7 8 9 10 "Hereditary angioedema". GARD (in ଇଂରାଜୀ). 2017. Archived from the original on 4 July 2017. Retrieved 10 July 2017.
  2. 1 2 3 4 5 6 7 8 9 "Orphanet: Hereditary angioedema". www.orpha.net (in ଇଂରାଜୀ). August 2011. Archived from the original on 9 October 2015. Retrieved 10 July 2017.
  3. 1 2 3 4 5 6 7 8 9 10 11 12 13 14 15 Reference, Genetics Home (5 July 2017). "hereditary angioedema". Genetics Home Reference (in ଇଂରାଜୀ). Archived from the original on 10 July 2017. Retrieved 10 July 2017.
  4. "Hereditary Angioedema - NORD (National Organization for Rare Disorders)". NORD (National Organization for Rare Disorders). 2008. Archived from the original on 14 July 2017. Retrieved 10 July 2017.
  5. Levin, Alex V.; Enzenauer, Robert W. (2017). The Eye in Pediatric Systemic Disease (in ଇଂରାଜୀ). Springer. p. 71. ISBN 9783319183893. Archived from the original on 2017-09-10.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ