ଜନାର୍ଦନ ଭଞ୍ଜ ଦେଓ

ଉଇକିପିଡ଼ିଆ‌ରୁ
(Janardan Bhanj Deoରୁ ଲେଉଟି ଆସିଛି)
ଜନାର୍ଦନ ଭଞ୍ଜ ଦେଓ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀଉପେନ୍ଦ୍ର ଜେନା, ବୀରକିଶୋର ଜେନା
ନିର୍ବାଚନ ମଣ୍ଡଳୀଆନନ୍ଦପୁର
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧ ମଇ ୧୯୬୫
ପୂର୍ବ ଅଧିକାରୀଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ, ଗୋବିନ୍ଦ ମୁଣ୍ଡା
ପର ଅଧିକାରୀକରୁଣାକର ପ୍ରଧାନ
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧ ମଇ ୧୯୬୫
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ
ଜୀବନ ସାଥୀସାରଦା ସୁନ୍ଦରୀ ଦେବୀ
ସନ୍ତାନ୧ ପୁଅ, ୨ ଝିଅ
ବାପା/ବୋଉରାଉତରାୟ ସାହେବ ବାସୁଦେବ ଭଞ୍ଜ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଜନାର୍ଦନ ଭଞ୍ଜ ଦେଓ (ମୃତ୍ୟୁ: ୧ ମଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଓଡ଼ିଶା ରାଜନୀତିରେ ସେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ୩ଥର କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସ୍ୱାଧୀନତା ପରେ ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୯୫୭ ଓ ୧୯୬୧ ମସିହାର ବିଧାନ ସଭା ନିର୍ବାଚନରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପରିବାର ଓ ଶିକ୍ଷା[ସମ୍ପାଦନା]

ଜନାର୍ଦନ ଭଞ୍ଜ ଦେଓଙ୍କ ବାପାଙ୍କ ନାମ ରାଉତରାୟ ସାହେବ ବାସୁଦେବ ଭଞ୍ଜ ଦେଓ ଏବଂ ପତ୍ନୀଙ୍କ ନାମ ସାରଦା ସୁନ୍ଦରୀ ଦେବୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକରୁ କମ ଥିଲା ।

ରାଜନୈତିକ ଜୀବନ[ସମ୍ପାଦନା]

ଜନାର୍ଦନ ଭଞ୍ଜ ଦେଓ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

ଜନାର୍ଦନ ୧୯୫୨ ମସିହାରେ ସ୍ୱାଧୀନତା ପରେ ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୪,୪୨୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ନିର୍ବାଚନରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତାଙ୍କ ସହ ଭାଇଗା ସେଠୀ‌ ଯୁଗ୍ମ ଭାବରେ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯,୯୭୧ ଖଣ୍ଡ ଭୋଟ ପାଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] କୃଷ୍ଣଚନ୍ଦ୍ର ମହାପାତ୍ର ଏହି ନିର୍ବାଚନରେ ସେ ତାଙ୍କ ସହ ଯୁଗ୍ମ ଭାବରେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୩]

୧୯୬୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୬୫୭ ଖଣ୍ଡ ଭୋଟ ପାଇ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିମ୍ବାଧର ମିଶ୍ରଙ୍କୁ ୧୫୭୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୪]

ମୃତ୍ୟୁ[ସମ୍ପାଦନା]

ଭାଇଗା ସେଠୀ ୧୯୬୫ ମସିହାର ମଇ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ତାଙ୍କର ମୃତ୍ୟୁବେଳକୁ ସେ ୩ୟ ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Late Janardan Bhanj Deo". odishaassembly.nic.in. Odisha Assembly. Retrieved 2 July 2019.
  2. ୨.୦ ୨.୧ "Orissa 1951". Election Commission of India (in Indian English). Retrieved 2019-06-27.
  3. ୩.୦ ୩.୧ "Orissa 1957". Election Commission of India (in Indian English). Retrieved 2019-06-27.
  4. ୪.୦ ୪.୧ "Orissa 1961". Election Commission of India (in Indian English). Retrieved 2019-06-27.