ବୀରକିଶୋର ଜେନା

ଉଇକିପିଡ଼ିଆ‌ରୁ
ବୀରକିଶୋର ଜେନା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଜନାର୍ଦନ ଭଞ୍ଜ ଦେଓ, ଭାଇଗା ସେଠୀ
ପର ଅଧିକାରୀମକର ସେଠୀ
ନିର୍ବାଚନ ମଣ୍ଡଳୀଆନନ୍ଦପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1919-06-15)ଜୁନ ୧୫, ୧୯୧୯
ମୃତ୍ୟୁ୨୮ ଜାନୁଆରୀ ୨୦୦୧(2001-01-28) (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ
ଜୀବନ ସାଥୀସାବିତ୍ରୀ ଜେନା, ସଦ୍‌ଭାବନୀ ଜେନା
ସନ୍ତାନ୪ ପୁଅ, ୨ ଝିଅ
ବାପା/ବୋଉବଂଶୀଧର ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ବୀରକିଶୋର ଜେନା (୧୫ ଜୁନ ୧୯୧୯ - ୨୮ ଜାନୁଆରୀ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଓଡ଼ିଶା ରାଜନୀତିରେ ସେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପରିବାର ଓ ଶିକ୍ଷା[ସମ୍ପାଦନା]

ବୀରକିଶୋର ଜେନା ୧୯୧୯ ମସିହାର ଜୁନ ମାସ ୧୫ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବୀରକିଶୋର ଜେନାଙ୍କ ବାପାଙ୍କ ନାମ ବଂଶୀଧର ଜେନା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ । ବୀରକିଶୋର ଦୁଇଜଣଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପତ୍ନୀଙ୍କ ନାମ ସାବିତ୍ରୀ ଜେନା ଓ ସଦ୍‌ଭାବନୀ ଜେନା । ବୀରକିଶୋରଙ୍କର ୪ ପୁଅ ଓ ୨ ଝିଅଙ୍କ ସମେତ ସମୁଦାୟ ସନ୍ତାନସନ୍ତତି ସଂଖ୍ୟା ୬ ।

ରାଜନୈତିକ ଜୀବନ[ସମ୍ପାଦନା]

ବୀରକିଶୋର ଜେନା ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

ବୀରକିଶୋର ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭,୪୮୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ନିର୍ବାଚନରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତାଙ୍କ ସହ ଉପେନ୍ଦ୍ର ଜେନା ଯୁଗ୍ମ ଭାବରେ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ବୀରକିଶୋର ଜେନା ୨୦୦୧ ମସିହାର ଜାନୁଆରୀ ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Late Bira Kishore Jena". odishaassembly.nic.in. Odisha Assembly. Retrieved 3 July 2019.
  2. ୨.୦ ୨.୧ "Orissa 1957". Election Commission of India (in Indian English). Retrieved 2019-06-27.