ଜାଗୃତି ରଥ
ଦେଖଣା
(Jagruti Rathରୁ ଲେଉଟି ଆସିଛି)

ଜାଗୃତି ରଥ | |
|---|---|
| ଜନ୍ମ | ୨୮ ମଇ |
| ଜାତୀୟତା | ଭାରତୀୟ |
| ବୃତ୍ତି(ସମୂହ) | ଅଭିନେତ୍ରୀ, ଉପସ୍ଥାପିକା, ନୃତ୍ୟଶିଳ୍ପୀ |
| ସକ୍ରିୟ ବର୍ଷ | ୨୦୧୬ – ଏବେଯାଏଁ |
| ପ୍ରସିଦ୍ଧି | ଶ୍ରୀମନ୍ଦିର ଧାରାବାହିକ |
ଜାଗୃତି ରଥ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ପ୍ରଶିକ୍ଷଣ ନେଇଛନ୍ତି ଏବଂ କିଛି ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି ।[୧]
ଅଭିନୟ ଜୀବନ
[ସମ୍ପାଦନା]ଡିଡି ଓଡ଼ିଆରେ ପ୍ରସାରିତ ହେଉଥିବା ଆଜିର ସକାଳ କାର୍ଯ୍ୟକ୍ରମରେ ସେ ଜଣେ ଉପସ୍ଥାପିକା ଭାବରେ କାମ କରୁଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଶ୍ରୀମନ୍ଦିରରେ ସେ କାଞ୍ଚି ରାଜକୁମାରୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଥିଲେ ।[୨] ଏହାପରେ ସେ ପ୍ରାର୍ଥନା ଟିଭିରେ ପ୍ରସାରିତ ନୂପୁର ଜୁନିଅର୍ରେ ଉପସ୍ଥାପିକା ଭାବରେ କାମ କରିଥିଲେ । ସେ ପ୍ରାର୍ଥନା ଟିଭିରେ ପ୍ରସାରିତ ଜ୍ଞାନଗୁରୁର ୩ୟ ସଂସ୍କରଣର ଉପସ୍ଥାପିକା ଭାବରେ କାମ କରିଛନ୍ତି ।
ସେ ତରଙ୍ଗ ସିନେ ପ୍ରଡ଼କ୍ସନଦ୍ୱାରା ନିର୍ମିତ ଓଡ଼ିଆ କଥାଚିତ୍ର ସୁନୟନାରେ ନାୟିକା ଭାବେ ଅଭିନୟ କରିଛନ୍ତି ।[୩]
ଜାଗୃତି ଥିଏଟର୍ରେ ମଧ୍ୟ ସକ୍ରିୟ ରହିଛନ୍ତି । ନାଟକ ଦେବଦାସୀ ରେ ଲାବଣ୍ୟ ଭୂମିକା ରେ ତାଙ୍କର ଅଭିନୟ ଦର୍ଶକଙ୍କ ହୃଦୟ ଛୁଇଁ ପାରିଥିଲା ।[୪]
ଅଭିନୀତ ଚଳଚ୍ଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୨୨ | ସୁନୟନା | ସୁନୟନା | ଓଡ଼ିଆ କଥାଚିତ୍ରରେ ଅଭିନୟ ଆରମ୍ଭ |
ଅଭିନୀତ ଧାରାବାହିକ
[ସମ୍ପାଦନା]| ଧାରାବାହିକ | ଭୂମିକା | ମନ୍ତବ୍ୟ |
|---|---|---|
| ଶ୍ରୀମନ୍ଦିର | ପଦ୍ମାବତୀ | ଅଭିନୀତ ପ୍ରଥମ ଧାରାବାହିକ |
ଦୂରଦର୍ଶନ କାର୍ଯ୍ୟକ୍ରମ
[ସମ୍ପାଦନା]| କାର୍ଯ୍ୟକ୍ରମ/ଧାରାବାହିକ | ଚେନାଲ୍ | ଭୂମିକା | ମନ୍ତବ୍ୟ |
|---|---|---|---|
| ଗୂଡ଼ ମର୍ନିଙ୍ଗ ଓଡ଼ିଶା | ଏମ୍ବିସି ଟିଭି | ଉପସ୍ଥାପିକା | |
| ହେଲୋ ଓଡ଼ିଶା | ଡିଡି ଓଡ଼ିଆ | ||
| ଷ୍ଟାର୍ ଝଲକ | ଜୀ ସାର୍ଥକ | ||
| ସାରେ ଗା ମା ପା | |||
| ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ | |||
| ପ୍ରାର୍ଥନା ପ୍ରତିଭା | ପ୍ରାର୍ଥନା ଟିଭି | ||
| ଜ୍ଞାନ ଗୁରୁ - ୩ |
ଅଭିନୀତ ନାଟକ
[ସମ୍ପାଦନା]| ନାଟକ | ଭୂମିକା | ସ୍ଥାନ |
|---|---|---|
| ଦେବଦାସୀ | ଦେବଦାସୀ ଲାବଣ୍ୟ | ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର |
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Utkala Dibasa, Aekalavya Celebrations Mesmerise UAE". www.sambadenglish.com. Eastern Media. Archived from the original on 24 July 2023. Retrieved 24 July 2023.
- ↑ Sahoo, Jyoti Prakash (2021-09-06). "Shree Mandira: All Set To Unleash The Magic Of Lord Jagannath". My City Links (in ଆମେରିକୀୟ ଇଂରାଜୀ). Archived from the original on 2023-07-24. Retrieved 2023-07-24.
- ↑ "Jagruti Rath debut Odia film Sunayana". Odia Live (in English). 13 March 2022. Retrieved 7 June 2022.
{{cite news}}: CS1 maint: unrecognized language (link) - ↑ "DEVADASI - AN ODIA NATAK ON LORD JAGANNATH Plays, Theatre Events Tickets". BookMyShow (in Indian English). Retrieved 2025-09-16.
- ↑ "Eight women receive Kalinga Birangana Award". www.updateodisha.com. updateodisha.com. Archived from the original on 24 July 2023. Retrieved 24 July 2023.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜାଗୃତି ରଥ
- ଇନଷ୍ଟାଗ୍ରାମରେ ଜାଗୃତି ରଥ
- ଫେସବୁକରେ ଜାଗୃତି ରଥ
- ୟୁ ଟ୍ୟୁବରେ JagrutiRath