ଲୌହ-ଅଭାବ ଜନିତ ଆନିମିଆ
ଲୌହ-ଅଭାବ ଜନିତ ଆନିମିଆ (Iron-deficiency anemia) | |
---|---|
Iron-deficiency anaemia | |
ବିଭାଗ | ରକ୍ତ ବିଜ୍ଞାନ (Hematology |
ଲକ୍ଷଣ | ଥକ୍କାଣ (Feeling tired), ଦୁର୍ବଳତା (weakness), ଅଣନିଶ୍ୱାସୀ (shortness of breath), ଦ୍ୱନ୍ଦ୍ୱ (confusion), (pallor)[୧] |
କାରଣ | ଲୌହ ଅଭାବ (Iron deficiency)[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା (Blood tests)[୩] |
ଔଷଧ | ଲୌହ ପରିପୂରକ, ଜୀବସାର ଗ, ରକ୍ତ ଅନ୍ତର୍ଭରଣ (blood transfusion)[୪] |
ଚିକିତ୍ସା | ଖାଦ୍ୟ ପରିବର୍ତ୍ତନ, ଔଷଧ, ଅପରେଶନ[୨] |
ପୁନଃପୌନିକ | ୧.୪୮ ନିୟୁତ (୨୦୧୫)[୫] |
ମୃତ୍ୟୁ ସାନ୍ଦ୍ରତା | ୫୪,୨୦୦ (୨୦୧୫)[୬] |
ଲୌହ-ଅଭାବ ଜନିତ ଆନିମିଆ (ଇଂରାଜୀ ଭାଷାରେ Iron-deficiency anemia) ଏକ ପ୍ରକାର ଆନିମିଆ ଯାହା ଦେହରେ ଲୌହ ଅଭାବ (lack of iron) ଯୋଗୁ ହୁଏ ।[୨] ରକ୍ତରେ ଲୋହିତ ରକ୍ତ କଣିକା (red blood cell) ବା ହେମୋଗ୍ଲୋବିନ (hemoglobin) ଅଭାବ ଦେଖାଦେଲେ ତାହାକୁ ଆନିମିଆ କୁହାଯାଏ ।[୭][୨] ସାଧାରଣତଃ ଏହି ରୋଗ ବହୁତ ଧୀରେ ଆରମ୍ଭ ହୁଏ, ଲକ୍ଷଣମାନ ନିର୍ଦ୍ଦିଷ୍ଟ ନଥାଏ ଯେପରିକି ଥକ୍କାଣ (feeling tired), ଦୁର୍ବଳତା, ଅଣନିଶ୍ୱାସୀ (shortness of breath) ବା ବ୍ୟାୟାମ ଅକ୍ଷମତା । [୧] ଦୃତ ଗତିରେ ଏହି ରୋଗ ହେଲେ ମାନସିକ ଦ୍ୱନ୍ଦ୍ୱ (confusion), ଚେତା ହାରିବା ଅନୁଭବ (feeling like one is going to pass out) ଓ ଅଧିକ ତୃଷା ।[୧] ଶେତା (pale) ଦେଖାଯିବା ନିମନ୍ତେ ଉଲ୍ଲେଖନୀୟ ଆନିମିଆ ଥିବା ଆବଶ୍ୟକ ।[୧] ଶିଶୁମାନଙ୍କର ଏହି ରୋଗ ହେଲେ ବୃଦ୍ଧି ଓ ବିକାଶ କମିଯାଏ ।[୨] ଅନ୍ତର୍ନିହିତ ଅନ୍ୟ କାରଣ ଥିଲେ ଅଧିକ ଲକ୍ଷଣ ଦେଖାଯାଏ । [୧]
ଖାଦ୍ୟାଭାବ, ରକ୍ତ କ୍ଷୟ (blood loss) ବା ଦେହ ଭିତରେ ଖାଦ୍ୟର ଅବଶୋଷଣ ସଠିକ ଭାବରେ ନ ହୋଇପାରିଲେ ଲୌହ ଅଭାବ ଜନିତ ଆନିମିଆ ହୁଏ ।[୨] ରକ୍ତ କ୍ଷୟର କାରଣ ମଧ୍ୟରେ ଅତ୍ୟଧିକ ଋତୁସ୍ରାବ, ଶିଶୁଜନ୍ମ, ଜରାୟୁ ଫାଇବ୍ରଏଡ, ପାକସ୍ଥଳୀ ଘାଆ, କୋଲୋନ କର୍କଟ ଓ ହେମାଚୁରିଆ ବା ପରିସ୍ରାରେ ରକ୍ତ କ୍ଷୟ (urinary tract bleeding) ନାମ ଉଲ୍ଲେଖନୀୟ ।[୮] (କ୍ରନସ ରୋଗ) ବା ଗ୍ୟାସ୍ଟ୍ରିକ ବାଇପାସ କରାଯାଇଥିଲେ ଖାଦ୍ୟ ଅବଶୋଷଣ ହୋଇପାରେ ନାହିଁ ।[୮] ବିକାଶଶୀଳ ଦେଶମାନଙ୍କରେ ପରଜୀବୀ , ମ୍ୟାଲେରିଆ ଓ ଏଚଆଇଭି/ଏଡସ ରୋଗ ଥିଲେ ଏହି ଲୌହ-ଅଭାବ ଜନିତ ଆନିମିଆ ସଙ୍କଟ ବଢ଼ିଯାଏ ।[୯] ରକ୍ତ ପରୀକ୍ଷା (blood tests) କରି ରୋଗ ନିର୍ଣ୍ଣୟ କରାଯାଏ ।[୩]
ରୋଗ ସମ୍ଭାବନା ଥିବା ଲୋକଙ୍କର ଅଧକ ଲୌହ ଥିବା ଖାଦ୍ୟ ବା ଲୌଜ ପରିପୂରକ ଖାଇବେ ।[୧୦] ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ ଯେପରିକି ଖାଦ୍ୟ ପରିବର୍ତ୍ତନ, ଔଷଧ ଓ ଅପରେଶନ । [୨] ଲୌହ ପରିପୂରକ ଓ ଜୀବସାର ଗ ଦିଆଯାଏପାରେ ।[୪] ସାଂଘାତିକ କେଶ୍ ହୋଇଥିଲେ ରକ୍ତ ଅନ୍ତର୍ଭରଣ (blood transfusions) ବା ଲୌହ ଇଞ୍ଜେକସନ ଦିଆଯାଏ ।[୨]
ସନ ୨୦୧୫ରେ ୧.୪୮ ନିୟୁତ ଲୋକଙ୍କୁ ଲୌହ-ଅଭାବ ଜନିତ ଆନିମିଆ ରୋଗ ହୋଇଥିଲା ।[୫] ସେତେବେଳେ ପୃଥିବୀର ଅର୍ଦ୍ଧେକ ସଂଖ୍ୟକ ଲୋକଙ୍କର ଖାଦ୍ୟରେ ଲୌହ ଅଭାବ ପରିଲକ୍ଷିତ ହୋଇଥିଲା ।[୧୧] ମହିଳା ଓ ଶିଶୁମାନେ ଏହି ରୋଗର ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ସେହି ସନ ୨୦୧୫ରେ ଏହି ରୋଗ ଯୋଗୁ ୫୪,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ ଯାହା ସନ ୧୯୯୦ (୨୧୩,୦୦୦ ମୃତ୍ୟୁ) ଅପେକ୍ଷା କମ୍ ଥିଲା ।[୧୨][୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ Janz, TG; Johnson, RL; Rubenstein, SD (Nov 2013). "Anemia in the Emergency Department: Evaluation and Treatment". Emergency Medicine Practice. 15 (11): 1–15, quiz 15-6. PMID 24716235.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "What Is Iron-Deficiency Anemia? - NHLBI, NIH". www.nhlbi.nih.gov (in ଇଂରାଜୀ). 26 March 2014. Archived from the original on 16 July 2017. Retrieved 17 July 2017.
- ↑ ୩.୦ ୩.୧ "How Is Iron-Deficiency Anemia Diagnosed?". NHLBI (in ଇଂରାଜୀ). 26 March 2014. Archived from the original on 15 July 2017. Retrieved 17 July 2017.
- ↑ ୪.୦ ୪.୧ "How Is Iron-Deficiency Anemia Treated?". NHLBI (in ଇଂରାଜୀ). 26 March 2014. Archived from the original on 28 July 2017. Retrieved 17 July 2017.
- ↑ ୫.୦ ୫.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୬.୦ ୬.୧ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ Stedman's Medical Dictionary (28th ed.). Philadelphia: Lippincott Williams & Wilkins. 2006. p. Anemia. ISBN 9780781733908.
- ↑ ୮.୦ ୮.୧ "What Causes Iron-Deficiency Anemia?". NHLBI (in ଇଂରାଜୀ). 26 March 2014. Archived from the original on 14 July 2017. Retrieved 17 July 2017.
- ↑ "Micronutrient deficiencies". WHO. Archived from the original on 13 July 2017. Retrieved 17 July 2017.
- ↑ "How Can Iron-Deficiency Anemia Be Prevented?". NHLBI (in ଇଂରାଜୀ). 26 March 2014. Archived from the original on 28 July 2017. Retrieved 17 July 2017.
- ↑ Combs, Gerald F. (2012). The Vitamins (in ଇଂରାଜୀ). Academic Press. p. 477. ISBN 9780123819802. Archived from the original on 2017-08-18.
- ↑ GBD 2013 Mortality and Causes of Death, Collaborators (17 December 2014). "Global, Regional, and National Age-Sex Specific All-Cause and Cause-Specific Mortality for 240 Causes of Death, 1990-2013: a Systematic Analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link)
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- The Importance of Iron Archived 2013-10-04 at the Wayback Machine. – From IronTherapy.Org
- Interactive material on Iron Metabolism Archived 2016-05-29 at the Wayback Machine. – From IronAtlas.com
- Establishing the cause of anemia – From AnaemiaWorld.com
- Handout: Iron Deficiency Anemia – From the National Anemia Action Council
- NPS News 70: Iron deficiency anaemia: NPS – Better choices, Better health – From the National Prescribing Service