କ୍ରନ୍ ରୋଗ

ଉଇକିପିଡ଼ିଆ‌ରୁ
(Crohn's diseaseରୁ ଲେଉଟି ଆସିଛି)
Crohn's disease
ଅନ୍ତନଳୀରେ ହେଉଥିବା ବିଭିନ୍ନ ସ୍ଥାନମାନଙ୍କୁ ଦର୍ଶାଯାଇଛି । [୧]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgastroenterology[*]
ଆଇସିଡ଼ି-୧୦K50.
ଆଇସିଡ଼ି-୯-ସିଏମ୍555
ଓଏମ୍‌ଆଇଏମ୍266600
ରୋଗ ଡାଟାବେସ3178
ମେଡ଼ିସିନ-ପ୍ଲସ000249
ଇ-ମେଡ଼ିସିନmed/477 ped/507 radio/197
Patient UKକ୍ରନ୍ ରୋଗ
MeSHD003424

କ୍ରନ୍ ରୋଗ ବା ସିଣ୍ଡ୍ରୋମ୍ ବା ରିଜିଓନାଲ ଏଣ୍ଟେରାଇଟିସ (ଇଂରାଜୀରେ ଯଥା କ୍ରମେ Crohn's disease or Crohn syndrome or regional enteritis) ଏକ ଖାଦ୍ୟନଳୀ ପ୍ରଦାହ ସୃଷ୍ଟିକାରୀ ରୋଗ (inflammatory bowel disease ବା IBD) ଯାହା ପାଟିରୁ ଆରମ୍ଭ କରି ମଳଦ୍ୱାର ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ହୋଇପାରିବ । [୨] ଏହାର ଲକ୍ଷଣ ଗୁଡ଼ିକ - ପେଟରେ ଯନ୍ତ୍ରଣା, ତରଳ ଝାଡ଼ା, ଜ୍ୱରଓଜନ ହ୍ରାସ[୧][୨] ଅନ୍ୟ ଲକ୍ଷଣ ସମୂହ - ଆନିମିଆ, ଚର୍ମ ରାସ୍, ଗଣ୍ଠି ଯନ୍ତ୍ରଣା, ଚକ୍ଷୁ ପ୍ରଦାହ (inflammation of the eye) ଓ ଥକ୍କାଣ । ଚର୍ମ ରାସ୍‌ର ଅନ୍ୟ କାରଣ ପାୟୋଡର୍ମା ଗ୍ୟାଙ୍ଗ୍ରିନୋସମ କିମ୍ବା ଏରିଦେମା ନୋଡୋସମ ହୋଇପାରେ । ଖାଦ୍ୟନଳୀ ଅବରୋଧ ସାଧାରଣତଃ ଦେଖାଯାଏ ଓ ଏହି ରୋଗରେ ଖାଦ୍ୟନଳୀ କର୍କଟ ହେବା ସଙ୍କଟ ଥାଏ । [୧] ଏହି ରୋଗଟି ଜେନେଟିକ୍ ସମ୍ବେଦନଶୀଳ ବ୍ୟକ୍ତିଙ୍କ ଉପରେ ପରିବେଶ, ଇମ୍ମ୍ୟୁନିଟିଜୀବାଣୁମାନଙ୍କ ମିଳିତ ପ୍ରଭାବ ଯୋଗୁ ହୁଏ ।[୩][୪][୫] ଏହା ଫଳରେ ଏକ କ୍ରନିକ ପ୍ରଦାହସ୍ପଦ ରୋଗ ଆରମ୍ଭ ହୁଏ ଯେଉଁଥିରେ ଦେହର [[[ଇମ୍ମ୍ୟୁନ ସିସ୍ଟମ]] ସମ୍ଭବତଃ ଖାଦ୍ୟନଳୀର ଅଣୁ ଆଣ୍ଟିଜେନ‌କୁ ଆକ୍ରମଣ କରେ । [୪][୬] କ୍ରନ ରୋଗ ଇମ୍ମ୍ୟୁନିଟି ସମ୍ପର୍କୀୟ ରୋଗ ହେଲେ ମଧ୍ୟ ଏହା ଅଟୋଇମ୍ମ୍ୟୁନ୍ ରୋଗ ନୁହେଁ । [୭]ଏହାର ଇମ୍ମ୍ୟୁନ ଅସୁବିଧା ସଠିକ୍ ଭାବରେ ଜଣା ନ ପଡ଼ିଲେ ମଧ୍ୟ ଏହା ଇମ୍ମ୍ୟୁନିଟି ଅଭାବ ସମ୍ପର୍କୀୟ ରୋଗ ହୋଇପାରେ । [୬][୮][୯] ଏହି ରୋଗ ସଙ୍କଟାପନ୍ନ ଲୋକଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକଙ୍କର ୭୦ରୁ ଅଧିକ ଜିନ୍‌ରେ ଅସୁବିଧା ଅଛି ।[୧][୧୦] ଟୋବାକୋ ସେବନ କରୁଥିବା ବ୍ୟକ୍ତିଙ୍କର ଅନ୍ୟମାନଙ୍କ ଅପେକ୍ଷା ୨ଗୁଣ ଅଧିକ ରୋଗ ସଙ୍କଟ ଥାଏ ।[୧୧] ଏହି ରୋଗ ଅନେକ ସମୟରେ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ ରୋଗ ପରେ ଆରମ୍ଭ ହୁଏ । ବାୟୋପ୍ସି, ଖାଦ୍ୟନଳୀ ଦୃଶ୍ୟ, ମେଡିକାଲ ଇମେଜିଙ୍ଗ ଓ ରୋଗ ବର୍ଣ୍ଣନା ଅନୁସାରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗ ଭଳି ଜଣାପଡ଼ୁଥିବା ଅନ୍ୟରୋଗମାନଙ୍କ ନାମ: ଇରିଟେବ୍ଳ ବାୱେଲ ସିଣ୍ଡ୍ରୋମବେସେଟ୍ସ ରୋଗ[୧]

କ୍ରନ ରୋଗକୁ ଆରୋଗ୍ୟ କରିବା ନିମନ୍ତେ କୌଣସି ଔଷଧ ବା ଅପରେଶନ ନାହିଁ । ରୋଗ ଲକ୍ଷଣ ଦୂର କରିବା, ଉପସମ କରିବା ଓ ପୁନଶ୍ଚ ନ ହେବା ନିମନ୍ତେ ଏହାର ଚିକିତ୍ସା କରାଯାଏ । ନୂତନ ରୋଗ ନିର୍ଣ୍ଣୟ ହୋଇଥିଲେ ଶୀଘ୍ର ଉପସମ ନିମନ୍ତେ ସ୍ଟିରଏଡ ଦିଆଯାଏ ଓ ତାହା ଆଉଥରେ ନ ହେବା ନିମନ୍ତେ ମେଥିଟ୍ରେକ୍ସେଟ କିମ୍ବା ଥାୟୋପ୍ୟୁରିନ ଦିଆଯାଏ । ଧୁମ୍ରପାୟୀଙ୍କର ଧୁମ୍ରପାନ ତ୍ୟାଗ କରିବା ଏକ ଅତ୍ୟାବଶ୍ୟକ ଉପଦେଶ । ପ୍ରତି ପାଞ୍ଚ ଜଣରେ ଜଣେ ପ୍ରତି ବର୍ଷ ଡାକ୍ତରଖାନାରେ ଆଡମିଶନ ହୁଅନ୍ତି ଓ ସେଥିରୁ ଅଧା ଲୋକଙ୍କର ଦଶ ବର୍ଷ ମଧ୍ୟରେ କେତେବେଳେ ହେଲେ ଅପରେଶନ ଆବଶ୍ୟକ ହୁଏ । ଏହି ରୋଗରେ ପୂଜ କାଢ଼ିବା, ଖାଦ୍ୟନଳୀ ଅବରୋଧ ଦୂରକରିବା ଓ କର୍କଟ ରୋଗ ନିମନ୍ତେ ସାମାନ୍ୟ ଅପରେଶନ ଆବଶ୍ୟକ ହୋଇପାରେ । ରୋଗ ଆରମ୍ଭ ହେବାର ଆଠ ବର୍ଷ ପରେ ଓ କିଛି ବର୍ଷ ଅନ୍ତରରେ ବାରମ୍ବାର କର୍କଟ ରୋଗ ନିମନ୍ତେ କୋଲୋନୋସ୍କୋପି କରିବା ଉଚିତ୍ । [୧]

ୟୁରୋପ ଓ ଉତ୍ତର ଆମେରିକାର ପ୍ରତି ହଜାର ଲୋକରେ ୩.୨ ଲୋକଙ୍କୁ କ୍ରନ ରୋଗ ଆକ୍ରମଣ କରେ । [୧୨] ଏସିଆ ଓ ଆଫ୍ରିକାରେ ଏହି ରୋଗ ଏତେ ସାଧାରଣ ନୁହେଁ ।[୧୩][୧୪] ବିକଶିତ ଦେଶମାନଙ୍କରେ ଏ ରୋଗ ଇତିହାସ ଅନୁସାରେ ଅତି ସାଧାରଣ । [୧୫] ସନ ୧୯୭୦ ପରଠାରୁ ବିକାଶଶୀଳ ଦେଶମାନଙ୍କରେ ମଧ୍ୟ ଏହି ରୋଗ ହାର ବଢ଼ୁଛି । [୧୪][୧୫] ସନ ୨୦୧୦ରେ ପ୍ରଦାହକାରୀ ଖାଦ୍ୟନଳୀ ରୋଗରେ ୩୫,୦୦ ମୃତ୍ୟୁ ହୋଇଥିଲା, [୧୬] ଓ କ୍ରନ ରୋଗରେ ଆୟୁଷ ଏହାଠାରୁ ସାମାନ୍ୟ କମ୍ । [୧] ୧୩ରୁ ୨୯ ବର୍ଷ ବୟସରେ ଏହି ରୋଗ ଅଧିକ ହେଲେ ମଧ୍ୟ ଯେ କୌଣସି ବ‌ୟସରେ ହୋଇପାରେ । [୧][୨] ପୁରୁଷ ଓ ମହିଳା ସମ ପରିମାଣରେ ଶୀକାର ହୁଅନ୍ତି । [୨] ପାକସ୍ଥଳୀ-ଅନ୍ତନଳୀ ବିଶେଷଜ୍ଞ ବୁରିଲ ବର୍ନାର୍ଡ କ୍ରନଙ୍କ ନାମ ଅନୁସାରେ ଏହି ରୋଗର ନାମକରଣ କରାଯାଇଛି ଯିଏ ୧୯୩୨ ମସିହାରେ ତାଙ୍କର ଦୁଇ ସ‌ହକର୍ମୀଙ୍କ ସ‌ହ ନିୟୁୟୋର୍କର ମାଉଣ୍ଟ ସିନାଇ ଡାକ୍ତରଖାନାରେ ଥିବାବେଳେ ଗୋଟିଏ ସିରିଜ ରୋଗୀ ଦେଖିଲେ ଯେଉଁମାନଙ୍କରେ ଇଲିଅମ ଅଗ୍ରଭାଗରେ ପ୍ରଦାହ ହୋଇଥିଲା । [୧୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Baumgart DC, Sandborn WJ; Sandborn (2012). "Crohn's disease". The Lancet. 380 (9853): 1590–605. doi:10.1016/S0140-6736(12)60026-9. PMID 22914295.
  2. ୨.୦ ୨.୧ ୨.୨ ୨.୩ "Crohn's Disease". National Digestive Diseases Information Clearinghouse (NDDIC). July 10, 2013. Retrieved 12 June 2014.
  3. Cho JH, Brant SR (2011). "Recent Insights into the Genetics of Inflammatory Bowel Disease". Gastroenterology. 140 (6): 1704–12. doi:10.1053/j.gastro.2011.02.046. PMID 21530736.
  4. ୪.୦ ୪.୧ Dessein R, Chamaillard M, Danese S (2008). "Innate Immunity in Crohnʼs Disease". Journal of Clinical Gastroenterology. 42: S144–7. doi:10.1097/MCG.0b013e3181662c90. PMID 18806708.{{cite journal}}: CS1 maint: multiple names: authors list (link)
  5. Stefanelli T, Malesci A, Repici A, Vetrano S, DaneseS (2008). "New Insights into Inflammatory Bowel Disease Pathophysiology: Paving the Way for Novel Therapeutic Targets". Current Drug Targets. 9 (5): 413–8. doi:10.2174/138945008784221170. PMID 18473770.{{cite journal}}: CS1 maint: multiple names: authors list (link)
  6. ୬.୦ ୬.୧ Marks DJ, Rahman FZ, Sewell GW, Segal AW (2010). "Crohn's disease: An immune deficiency state". Clinical reviews in allergy & immunology. 38 (1): 20–31. doi:10.1007/s12016-009-8133-2. PMID 19437144.{{cite journal}}: CS1 maint: multiple names: authors list (link)
  7. Casanova JL, Abel L (Aug 31, 2009). "Revisiting Crohn's disease as a primary immunodeficiency of macrophages". The Journal of experimental medicine. 206 (9): 1839–43. doi:10.1084/jem.20091683. PMID 19687225.
  8. Lalande JD, Behr MA (2010). "Mycobacteria in Crohn's disease: How innate immune deficiency may result in chronic inflammation". Expert review of clinical immunology. 6 (4): 633–41. doi:10.1586/eci.10.29. PMID 20594136.
  9. Yamamoto-Furusho JK, Korzenik JR (2006). "Crohn's disease: Innate immunodeficiency?". World Journal of Gastroenterology. 12 (42): 6751–5. PMID 17106921. Archived from the original on 2013-06-06. Retrieved 2015-03-24.
  10. Cosnes J (2004). "Tobacco and IBD: Relevance in the understanding of disease mechanisms and clinical practice". Best Practice & Research Clinical Gastroenterology. 18 (3): 481–96. doi:10.1016/j.bpg.2003.12.003. PMID 15157822.
  11. Molodecky, NA; Soon, IS; Rabi, DM; Ghali, WA; Ferris, M; Chernoff, G; Benchimol, EI; Panaccione, R; Ghosh, S; Barkema, HW; Kaplan, GG (Jan 2012). "Increasing incidence and prevalence of the inflammatory bowel diseases with time, based on systematic review". Gastroenterology. 142 (1): 46–54.e42, quiz e30. doi:10.1053/j.gastro.2011.10.001. PMID 22001864.
  12. Prideaux, L; Kamm, MA; De Cruz, PP; Chan, FK; Ng, SC (Aug 2012). "Inflammatory bowel disease in Asia: a systematic review". Journal of Gastroenterology and Hepatology. 27 (8): 1266–80. doi:10.1111/j.1440-1746.2012.07150.x. PMID 22497584.
  13. ୧୪.୦ ୧୪.୧ Hovde, Ø; Moum, BA (Apr 21, 2012). "Epidemiology and clinical course of Crohn's disease: results from observational studies". World journal of gastroenterology : WJG. 18 (15): 1723–31. doi:10.3748/wjg.v18.i15.1723. PMC 3332285. PMID 22553396.{{cite journal}}: CS1 maint: unflagged free DOI (link)
  14. ୧୫.୦ ୧୫.୧ Burisch, J; Munkholm, P (Jul 2013). "Inflammatory bowel disease epidemiology". Current opinion in gastroenterology. 29 (4): 357–62. doi:10.1097/MOG.0b013e32836229fb. PMID 23695429.
  15. Lozano, R; Naghavi, M (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.
  16. Crohn BB, Ginzburg L, Oppenheimer GD (2000). "Regional ileitis: A pathologic and clinical entity. 1932". The Mount Sinai journal of medicine, New York. 67 (3): 263–8. PMID 10828911.{{cite journal}}: CS1 maint: multiple names: authors list (link)