Jump to content

ଇନ୍ଦ୍ରଜିତ ମହାନ୍ତି

ଉଇକିପିଡ଼ିଆ‌ରୁ
(Indrajit Mahantyରୁ ଲେଉଟି ଆସିଛି)
Hon'ble Chief Justice (Retd.)

ଇନ୍ଦ୍ରଜିତ ମହାନ୍ତି
Chief Justice of Tripura High Court
କାର୍ଯ୍ୟକାଳ
12 October 2021  10 November 2022
Nominated byN. V. Ramana
Appointed byରାମନାଥ କୋବିନ୍ଦ
Chief Justice of Rajasthan High Court
କାର୍ଯ୍ୟକାଳ
6 October 2019  11 October 2021
Nominated byRanjan Gogoi
Appointed byରାମନାଥ କୋବିନ୍ଦ
Judge of Bombay High Court
କାର୍ଯ୍ୟକାଳ
14 November 2018  5 October 2019
Nominated byRanjan Gogoi
Appointed byରାମନାଥ କୋବିନ୍ଦ
Judge of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
30 March 2006  13 November 2018
Nominated byYogesh Kumar Sabharwal
Appointed byଏ. ପି. ଜେ. ଅବଦୁଲ କଲାମ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-11-11) ୧୧ ନଭେମ୍ବର ୧୯୬୦ (ବୟସ ୬୫)
କଟକ, ଓଡ଼ିଶା, ଭାରତ
ଶିକ୍ଷାନୁଷ୍ଠାନCambridge University

ଇନ୍ଦ୍ରଜିତ ମହାନ୍ତି (ଜନ୍ମ: ୧୧ ନଭେମ୍ବର, ୧୯୬୦) ଜଣେ ଭାରତୀୟ ବିଚାରପତି ତଥା ରାଜସ୍ଥାନ ଏବଂ ତ୍ରିପୁରା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ।[][]

ଶିକ୍ଷା ଓ ପେଶା

[ସମ୍ପାଦନା]

ଇନ୍ଦ୍ରଜିତ ମହାନ୍ତି ୧୧ ନଭେମ୍ବର, ୧୯୬୦ରେ ଓଡ଼ିଶାକଟକଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ବାରିଷ୍ଟର ରଣଜିତ ମହାନ୍ତି ଏବଂ ମାତା ଶକୁନ୍ତଳା ମହାନ୍ତି ।[]

ଦାର୍ଜିଲିଂ (ପଶ୍ଚିମ ବଙ୍ଗ)ସ୍ଥିତ ମାଉଣ୍ଟ ହର୍ମନ୍ ସ୍କୁଲରେ +2 ପର୍ଯ୍ୟନ୍ତ ଶିକ୍ଷା ହାସଲ କରିବାପରେ ସେ ରେଭେନସା କଲେଜ, କଟକରୁ ବାଣିଜ୍ୟରେ ସମ୍ମାନ(B.Com,Hons) ଡିଗ୍ରୀ ହାସଲ କଲେ । ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଲ କେନ୍ଦ୍ରରୁ LL.B ଡିଗ୍ରୀ ହାସଲ କରିଥିଲେ । ପରେ ୟୁନିଭର୍ସିଟି ଅଫ୍ କ୍ୟାମ୍ବ୍ରିଜ୍, ଇଂଲାଣ୍ଡରୁ ଆଇନରେ ପ୍ରଥମ ଦିଭିଜନରେ ସ୍ନାତକୋତର ଡିଗ୍ରୀ (LL.M) ଲାଭ କରିଥିଲେ ।[]

୧୯୮୪ରେ ଓଡ଼ିଶା ବାର କଉନ୍ସିଲରେ ଆଇନଜୀବୀ ଭାବେ ନାମ ଲେଖାଇ ସେ ତାଙ୍କ ପିତା ସ୍ୱର୍ଗତ ବାରିଷ୍ଟର ରଞ୍ଜିତ ମହାନ୍ତିଙ୍କ ଦିଗ୍‌ଦର୍ଶନରେ ଓକିଲାତି ଅଭ୍ୟାସ ଆରମ୍ଭ କରିଥିଲେ । ୧୯୮୯ରେ ତାଙ୍କ ପିତାଙ୍କ ଦେହାନ୍ତ ପରେ ସେ ସ୍ୱତନ୍ତ୍ର ଭାବେ ଓକିଲାତି କରିବା ଆରମ୍ଭ କଲେ । ସେ ବାଣିଜ୍ୟ ଆଇନ, ଆର୍ବିଟ୍ରେସନ୍, କର ଆଇନ, ଦେୱାନୀ ଓ ଫୌଜଦାରୀ ମାମଲା, ରିଟ୍ ଓ ସର୍ଭିସ୍ ଆଇନ ସମ୍ପର୍କିତ ଅନେକ ମାମଲା ପରିଚାଳନା କରିଥିଲେ । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରିବା ସହ ବିଦେଶରେ ଥିବା ଆର୍ବିଟ୍ରେସନ୍ ମାମଲାରେ ମଧ୍ୟ ଯୋଗ ଦେଇଥିଲେ ।

୧୯୮୯ରୁ ୨୦୦୬ ମଧ୍ୟରେ ସେ ଓଡ଼ିଶା ବାର କଉନ୍ସିଲରେ ସଦସ୍ୟ ଭାବେ ନିବାଚିତ ହୋଇଥିଲେ । ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ଭାରତୀୟ ବାର କଉନ୍ସିଲରେ ଓଡ଼ିଶାର ପ୍ରତିନିଧି ଭାବେ ନିବାଚିତ ହୋଇଥିଲେ । ୨୦୦୩ରେ ତାଙ୍କୁ ବାର କଉନ୍ସିଲ ଅଫ୍ ଇଣ୍ଡିଆ ଟ୍ରଷ୍ଟର ବ୍ୟବସ୍ଥାପକ ନିର୍ବାଚିତ କରାଗଲା । ସେ ନାଶନାଲ୍ ଲ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟି (ବାଙ୍ଗାଲୋର), NALSAR (ହାଇଦ୍ରାବାଦ), ମାଉଣ୍ଟ ହର୍ମନ୍ ସ୍କୁଲ୍ ଏବଂ ଲରେନ୍ସ ସ୍କୁଲ୍ (Lovedale)ଉଟିର ପରିଚାଳନା ସମିତିର ସଦସ୍ୟ ଥିଲେ ।[] ସେ ଓଡ଼ିଶା ହାଇକୋର୍ଟ ବାର ଏସୋସିଏସନ୍ ଏବଂ ସୁପ୍ରିମ୍ କୋର୍ଟ ବାର ଏସୋସିଏସନର ଆଜୀବନ ସଦସ୍ୟ ।

୩୧ ମାର୍ଚ୍ଚ, ୨୦୦୬ରେ ସେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।[] ୧୪ ନଭେମ୍ବର, ୨୦୧୮ରେ ସେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇ ସେଠାରେ ବିଚାରପତି ଭାବେ ଶପଥ ଗ୍ରହଣ କଲେ।[]

୬ ଅକ୍ଟୋବର, ୨୦୧୯ରେ ରାଜସ୍ଥାନ୍ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ।[]

୧୨ ଅକ୍ଟୋବର, ୨୦୨୧ରେ ସେ ତ୍ରିପୁରା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ।[]

  1. "Justice Indrajit Mahanty takes oath as Chief Justice of Rajasthan HC". The Tribune (in ଇଂରାଜୀ). Retrieved 2025-01-01.
  2. Desk, News (2021-10-12). "Indrajit Mahanty sworn-in as 6th Chief Justice of Tripura HC". Sarkaritel.com (in ଆମେରିକୀୟ ଇଂରାଜୀ). Retrieved 2025-01-01. {{cite web}}: |first= has generic name (help)
  3. 1 2 "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-01.
  4. 1 2 Digital, Sambad (2019-08-31). "ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ହେବେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି". Sambad. Retrieved 2025-01-01.
  5. "ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଓଡ଼ିଶା ଜଜ୍ ଇନ୍ଦ୍ରଜିତ ମହାନ୍ତି". Odisha Sambad (in ଆମେରିକୀୟ ଇଂରାଜୀ). 2019-10-06. Retrieved 2025-01-01.
  6. Digital, Sambad (2019-12-28). "ଇତି ଊଣେଇଶ (ଆଇନ ଅଦାଲତ) : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ". Sambad. Retrieved 2025-01-01.
  7. "Justice Indrajit Mohanty takes the oath of office as Chief Justice of the Tripura High Court". Sarkari Pariksha (in ଆମେରିକୀୟ ଇଂରାଜୀ). Retrieved 2025-01-01.