Jump to content

ଇନ୍ଦ୍ରଜିତ ମହାନ୍ତି

ଉଇକିପିଡ଼ିଆ‌ରୁ
Hon'ble Chief Justice (Retd.)

ଇନ୍ଦ୍ରଜିତ ମହାନ୍ତି
Chief Justice of Tripura High Court
କାର୍ଯ୍ୟକାଳ
12 October 2021 – 10 November 2022
Nominated byN. V. Ramana
Appointed byରାମନାଥ କୋବିନ୍ଦ
Chief Justice of Rajasthan High Court
କାର୍ଯ୍ୟକାଳ
6 October 2019 – 11 October 2021
Nominated byRanjan Gogoi
Appointed byରାମନାଥ କୋବିନ୍ଦ
Judge of Bombay High Court
କାର୍ଯ୍ୟକାଳ
14 November 2018 – 5 October 2019
Nominated byRanjan Gogoi
Appointed byରାମନାଥ କୋବିନ୍ଦ
Judge of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
30 March 2006 – 13 November 2018
Nominated byYogesh Kumar Sabharwal
Appointed byଏ. ପି. ଜେ. ଅବଦୁଲ କଲାମ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-11-11) ୧୧ ନଭେମ୍ବର ୧୯୬୦ (ବୟସ ୬୪)
କଟକ, ଓଡ଼ିଶା, ଭାରତ
ଶିକ୍ଷାନୁଷ୍ଠାନCambridge University

ଇନ୍ଦ୍ରଜିତ ମହାନ୍ତି (ଜନ୍ମ: ୧୧ ନଭେମ୍ବର, ୧୯୬୦) ଜଣେ ଭାରତୀୟ ବିଚାରପତି ତଥା ରାଜସ୍ଥାନ ଏବଂ ତ୍ରିପୁରା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ।[][]

ଶିକ୍ଷା ଓ ପେଶା

[ସମ୍ପାଦନା]

ଇନ୍ଦ୍ରଜିତ ମହାନ୍ତି ୧୧ ନଭେମ୍ବର, ୧୯୬୦ ରେ ଓଡ଼ିଶାକଟକଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ବାରିଷ୍ଟର ରଣଜିତ ମହାନ୍ତି ଏବଂ ମାତା ଶକୁନ୍ତଳା ମହାନ୍ତି ।[]

ଦାର୍ଜିଲିଂ (ପଶ୍ଚିମ ବଙ୍ଗ) ସ୍ଥିତ ମାଉଣ୍ଟ ହର୍ମନ୍ ସ୍କୁଲରେ +2 ପର୍ଯ୍ୟନ୍ତ ଶିକ୍ଷା ହାସଲ କରିବାପରେ ସେ ରେଭେନସା କଲେଜ, କଟକରୁ ବାଣିଜ୍ୟରେ ସମ୍ମାନ(B.Com,Hons) ଡିଗ୍ରୀ ହାସଲ କଲେ । ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଲ କେନ୍ଦ୍ରରୁ LL.B ଡିଗ୍ରୀ ହାସଲ କରିଥିଲେ । ପରେ ୟୁନିଭର୍ସିଟି ଅଫ୍ କ୍ୟାମ୍ବ୍ରିଜ୍, ଇଂଲାଣ୍ଡରୁ ଆଇନରେ ପ୍ରଥମ ଦିଭିଜନରେ ସ୍ନାତକୋତର ଡିଗ୍ରୀ (LL.M) ଲାଭ କରିଥିଲେ ।[]

୧୯୮୪ରେ ଓଡ଼ିଶା ବାର କଉନ୍ସିଲରେ ଆଇନଜୀବୀ ଭାବେ ନାମ ଲେଖାଇ ସେ ତାଙ୍କ ପିତା ସ୍ୱର୍ଗତ ବାରିଷ୍ଟର ରଞ୍ଜିତ ମହାନ୍ତିଙ୍କ ଦିଗ୍‌ଦର୍ଶନରେ ଓକିଲାତି ଅଭ୍ୟାସ ଆରମ୍ଭ କରିଥିଲେ । ୧୯୮୯ରେ ତାଙ୍କ ପିତାଙ୍କ ଦେହାନ୍ତ ପରେ ସେ ସ୍ୱତନ୍ତ୍ର ଭାବେ ଓକିଲାତି କରିବା ଆରମ୍ଭ କଲେ । ସେ ବାଣିଜ୍ୟ ଆଇନ, ଆର୍ବିଟ୍ରେସନ୍, କର ଆଇନ, ଦେୱାନୀ ଓ ଫୌଜଦାରୀ ମାମଲା, ରିଟ୍ ଓ ସର୍ଭିସ୍ ଆଇନ ସମ୍ପର୍କିତ ଅନେକ ମାମଲା ପରିଚାଳନା କରିଥିଲେ । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରିବା ସହ ବିଦେଶରେ ଥିବା ଆର୍ବିଟ୍ରେସନ୍ ମାମଲାରେ ମଧ୍ୟ ଯୋଗ ଦେଇଥିଲେ ।

୧୯୮୯ରୁ ୨୦୦୬ ମଧ୍ୟରେ ସେ ଓଡ଼ିଶା ବାର କଉନ୍ସିଲରେ ସଦସ୍ୟ ଭାବେ ନିବାଚିତ ହୋଇଥିଲେ । ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ଭାରତୀୟ ବାର କଉନ୍ସିଲରେ ଓଡ଼ିଶାର ପ୍ରତିନିଧି ଭାବେ ନିବାଚିତ ହୋଇଥିଲେ । ୨୦୦୩ରେ ତାଙ୍କୁ ବାର କଉନ୍ସିଲ ଅଫ୍ ଇଣ୍ଡିଆ ଟ୍ରଷ୍ଟର ବ୍ୟବସ୍ଥାପକ ନିର୍ବାଚିତ କରାଗଲା । ସେ ନାଶନାଲ୍ ଲ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟି (ବାଙ୍ଗାଲୋର), NALSAR (ହାଇଦ୍ରାବାଦ), ମାଉଣ୍ଟ ହର୍ମନ୍ ସ୍କୁଲ୍ ଏବଂ ଲରେନ୍ସ ସ୍କୁଲ୍ (Lovedale)ଉଟିର ପରିଚାଳନା ସମିତିର ସଦସ୍ୟ ଥିଲେ ।[] ସେ ଓଡ଼ିଶା ହାଇକୋର୍ଟ ବାର ଏସୋସିଏସନ୍ ଏବଂ ସୁପ୍ରିମ୍ କୋର୍ଟ ବାର ଏସୋସିଏସନର ଆଜୀବନ ସଦସ୍ୟ ।

୩୧ ମାର୍ଚ୍ଚ, ୨୦୦୬ ରେ ସେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।[] ୧୪ ନଭେମ୍ବର, ୨୦୧୮ ରେ ସେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇ ସେଠାରେ ବିଚାରପତି ଭାବେ ଶପଥ ଗ୍ରହଣ କଲେ।[]

୬ ଅକ୍ଟୋବର, ୨୦୧୯ ରେ ରାଜସ୍ଥାନ୍ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ।[]

୧୨ ଅକ୍ଟୋବର, ୨୦୨୧ ରେ ସେ ତ୍ରିପୁରା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ।[]

  1. "Justice Indrajit Mahanty takes oath as Chief Justice of Rajasthan HC". The Tribune (in ଇଂରାଜୀ). Retrieved 2025-01-01.
  2. Desk, News (2021-10-12). "Indrajit Mahanty sworn-in as 6th Chief Justice of Tripura HC". Sarkaritel.com (in ଆମେରିକୀୟ ଇଂରାଜୀ). Retrieved 2025-01-01. {{cite web}}: |first= has generic name (help)
  3. ୩.୦ ୩.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-01.
  4. ୪.୦ ୪.୧ Digital, Sambad (2019-08-31). "ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ହେବେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି". Sambad. Retrieved 2025-01-01.
  5. "ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଓଡିଶା ଜଜ୍ ଇନ୍ଦ୍ରଜିତ ମହାନ୍ତି". Odisha Sambad (in ଆମେରିକୀୟ ଇଂରାଜୀ). 2019-10-06. Retrieved 2025-01-01.
  6. Digital, Sambad (2019-12-28). "ଇତି ଊଣେଇଶ (ଆଇନ ଅଦାଲତ) : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ". Sambad. Retrieved 2025-01-01.
  7. "Justice Indrajit Mohanty takes the oath of office as Chief Justice of the Tripura High Court". Sarkari Pariksha (in ଆମେରିକୀୟ ଇଂରାଜୀ). Retrieved 2025-01-01.