ଚର୍ମସ୍ଫୋଟ

ଉଇକିପିଡ଼ିଆ‌ରୁ
(Impetigoରୁ ଲେଉଟି ଆସିଛି)
ଚର୍ମସ୍ଫୋଟ
ଜଣକର ମୁହଁରେ ସାଂଘାତିକ ଚର୍ମସ୍ଫୋଟ ହୋଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ɪmp[invalid input: 'ɨ']ˈtɡ/
ସ୍ପେଶାଲିଟିDermatology, infectious disease
ଆଇସିଡ଼ି-୧୦L01.
ଆଇସିଡ଼ି-୯-ସିଏମ୍684
ରୋଗ ଡାଟାବେସ6753
ମେଡ଼ିସିନ-ପ୍ଲସ000860
ଇ-ମେଡ଼ିସିନderm/195 emerg/283 med/1163 ped/1172
Patient UKଚର୍ମସ୍ଫୋଟ
MeSHD007169

ଚର୍ମସ୍ଫୋଟ ବା ଇମ୍ପେଟିଗୋ (ଇଂରାଜୀ ଭାଷାରେ Impetigo) ଏକ ଜୀବାଣୁ ଜନିତ ସଂକ୍ରାମକ ରୋଗ (bacterial infection) ଯାହା ଚର୍ମର (skin) ବାହ୍ୟ ସ୍ତରକୁ ଆକ୍ରମଣ କରେ । ସାଧାରଣତଃ ମୁହଁ, ବାହୁ ଓ ଗୋଡ଼ର ଚମ ଉପରେ ହଳଦିଆ ଖୋଳପା ଦେଖାଯାଏ । ଉରୁସନ୍ଧି ଓ କାଖରେ ଗୋଲାକାର ବଡ଼ ଫୋଟକା (large blisters) ମଧ୍ୟ ଦେଖାଯାଏ ।[୧] ଏହି ବେମାରୀ କଷ୍ଟଦାୟକ ବା ଗଲୁକାରୀ ହୋଇପାରେ । ସାଧାରଣତଃ ଜ୍ୱର ହୁଏ । [୨]

ଏହି ରେଗ ଦୁଇ ପ୍ରକାର ଜୀବାଣୁଦ୍ୱାରା ହୋଇପାରେ: ସ୍ଟାଫିଲୋକୋକସ ଅରିଅସ (Staphylococcus aureus) ବା ସ୍ଟ୍ରେପ୍ଟୋକୋକସ ପାୟୋଜେନିସ (Streptococcus pyogenes) ।[୨] ଏହାର ସଙ୍କଟ କାରକମାନଙ୍କ ନାମ: କୁପୋଷଣ, ଗ‌ହଳି, ମଧୁମେହ, ଶିଶୁସଦନ (daycare) ଓ ସ୍ପର୍ଶ ଖେଳ (contact sport) । ମଶାକାମୁଡ଼ା (mosquito bite) ବା ଏକଜିମା (eczema) ବା କାଛୁ ଯୋଗୁ ଚମ ପ୍ରଭାବିତ ହୋଇଥିଲେ ରୋଗ ସଙ୍କଟ ଅଧିକ ହୁଏ ।[୨][୩] ଲୋକମାନଙ୍କଠାରୁ ସ୍ପର୍ଶଦ୍ୱାରା ଏହା ବ୍ୟାପେ । ଏହାର ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୨]

ହାତଧୁଆ (handwashing), ସଂକ୍ରମିତ ରୋଗୀଠାରୁ ଦୂରରେ ରହିବା ଓ ଆଘାତକୁ ପରିସ୍କାର ରଖିବାଦ୍ୱାରା ଏହି ରୋଗ ପ୍ରତିଷେଧ ହୋଇପାରେ । ମୁପିରୋସିନ (mupirocin) ବା ଫୁସିଡିକ ଏସିଡ (fusidic acid) ଭଳି ଆଣ୍ଟିବାୟୋଟିକ (antibiotic) କ୍ରିମ ଲଗେଇ ଏହାର ଚିକିତ୍ସା କରାଯାଏ ।[୨][୪] ଦେହର ଅତି ଅଧିକ ସ୍ଥାନରେ ରୋଗ ହୋଇଥିଲେ ସେଫାଲେକ୍ସିନ ଭଳି ଆଣ୍ଟିବାୟୋଟିକ ପାଟିରେ ଦିଆଯାଏ ।[୨] ଆଣ୍ଟିବାୟୋଟିକରୋଧୀ (Antibiotic resistant) ରୋଗ ମଧ୍ୟ ଦେଖାଯାଉଛି ।[୨]

ମୋଟ ଜନସଂଖ୍ୟାର ୨% ବା ୧୪୦ ନିୟୁତ ଲୋକଙ୍କୁ ଏହି ରୋଗ ସନ ୨୦୧୦ରେ ଆକ୍ରମଣ କରିଥିଲା ।[୫] ଅଳ୍ପ ବୟସ୍କ ପିଲାଙ୍କୁ ରୋଗ ଅଧିକ ହେଉଥିଲେ ମଧ୍ୟ ଯେ କୌଣସି ବୟସରେ ହୋଇପାରେ । ଚିକିତ୍ସା ନ ପାଇଲେ ମଧ୍ୟ ୩ ସପ୍ତାହ ମଧ୍ୟରେ ଏ ରୋଗ ଉପଶମ ହୋଇଯାଏ । ରୋଗ ଜଟିଳ ହେଲେ ସେଲ୍ୟୁଲାଇଟିସ (cellulitis) ବା ପୋଷ୍ଟସ୍ଟ୍ରେପ୍ଟୋକୋକାଲ ଗ୍ଲୋମେରୁଲୋନେଫ୍ରାଇଟିସ (poststreptococcal glomerulonephritis) ହୋଇପାରେ ।[୨] ଲାଟିନ ଭାଷାର impetere ଶବ୍ଦରୁ ଇମ୍ପେଟିଗୋ ଶବ୍ଦ ନିଆଯାଇଛି ଯାହାର ଅର୍ଥ ଆକ୍ରମଣ ।[୬]

ଆଧାର[ସମ୍ପାଦନା]

  1. Ibrahim, F; Khan, T; Pujalte, GG (December 2015). "Bacterial Skin Infections". Primary care. 42 (4): 485–99. PMID 26612370.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Hartman-Adams, H; Banvard, C; Juckett, G (15 August 2014). "Impetigo: diagnosis and treatment". American family physician. 90 (4): 229–35. PMID 25250996.
  3. Adams, BB (2002). "Dermatologic disorders of the athlete". Sports medicine (Auckland, N.Z.). 32 (5): 309–21. PMID 11929358.
  4. Koning, S; van der Sande, R; Verhagen, AP; van Suijlekom-Smit, LW; Morris, AD; Butler, CC; Berger, M; van der Wouden, JC (18 January 2012). "Interventions for impetigo". The Cochrane database of systematic reviews. 1: CD003261. PMID 22258953.
  5. Vos, T (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMID 23245607.
  6. Limited, Wordsworth Editions (1993). Concise English Dictionary (in ଇଂରାଜୀ). Wordsworth Editions. p. 452. ISBN 9781840224979.