ଚର୍ମସ୍ଫୋଟ
ଚର୍ମସ୍ଫୋଟ | |
---|---|
![]() ଜଣକର ମୁହଁରେ ସାଂଘାତିକ ଚର୍ମସ୍ଫୋଟ ହୋଇଛି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | /ɪmp[invalid input: 'ɨ']ˈtaɪɡoʊ/ |
ସ୍ପେଶାଲିଟି | Dermatology, infectious disease |
ଆଇସିଡ଼ି-୧୦ | L01. |
ଆଇସିଡ଼ି-୯-ସିଏମ୍ | 684 |
ରୋଗ ଡାଟାବେସ | 6753 |
ମେଡ଼ିସିନ-ପ୍ଲସ | 000860 |
ଇ-ମେଡ଼ିସିନ | derm/195 emerg/283 med/1163 ped/1172 |
Patient UK | ଚର୍ମସ୍ଫୋଟ |
MeSH | D007169 |
ଚର୍ମସ୍ଫୋଟ ବା ଇମ୍ପେଟିଗୋ (ଇଂରାଜୀ ଭାଷାରେ Impetigo) ଏକ ଜୀବାଣୁ ଜନିତ ସଂକ୍ରାମକ ରୋଗ (bacterial infection) ଯାହା ଚର୍ମର (skin) ବାହ୍ୟ ସ୍ତରକୁ ଆକ୍ରମଣ କରେ । ସାଧାରଣତଃ ମୁହଁ, ବାହୁ ଓ ଗୋଡ଼ର ଚମ ଉପରେ ହଳଦିଆ ଖୋଳପା ଦେଖାଯାଏ । ଉରୁସନ୍ଧି ଓ କାଖରେ ଗୋଲାକାର ବଡ଼ ଫୋଟକା (large blisters) ମଧ୍ୟ ଦେଖାଯାଏ ।[୧] ଏହି ବେମାରୀ କଷ୍ଟଦାୟକ ବା ଗଲୁକାରୀ ହୋଇପାରେ । ସାଧାରଣତଃ ଜ୍ୱର ହୁଏ । [୨]
ଏହି ରେଗ ଦୁଇ ପ୍ରକାର ଜୀବାଣୁଦ୍ୱାରା ହୋଇପାରେ: ସ୍ଟାଫିଲୋକୋକସ ଅରିଅସ (Staphylococcus aureus) ବା ସ୍ଟ୍ରେପ୍ଟୋକୋକସ ପାୟୋଜେନିସ (Streptococcus pyogenes) ।[୨] ଏହାର ସଙ୍କଟ କାରକମାନଙ୍କ ନାମ: କୁପୋଷଣ, ଗହଳି, ମଧୁମେହ, ଶିଶୁସଦନ (daycare) ଓ ସ୍ପର୍ଶ ଖେଳ (contact sport) । ମଶାକାମୁଡ଼ା (mosquito bite) ବା ଏକଜିମା (eczema) ବା କାଛୁ ଯୋଗୁ ଚମ ପ୍ରଭାବିତ ହୋଇଥିଲେ ରୋଗ ସଙ୍କଟ ଅଧିକ ହୁଏ ।[୨][୩] ଲୋକମାନଙ୍କଠାରୁ ସ୍ପର୍ଶଦ୍ୱାରା ଏହା ବ୍ୟାପେ । ଏହାର ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୨]
ହାତଧୁଆ (handwashing), ସଂକ୍ରମିତ ରୋଗୀଠାରୁ ଦୂରରେ ରହିବା ଓ ଆଘାତକୁ ପରିସ୍କାର ରଖିବାଦ୍ୱାରା ଏହି ରୋଗ ପ୍ରତିଷେଧ ହୋଇପାରେ । ମୁପିରୋସିନ (mupirocin) ବା ଫୁସିଡିକ ଏସିଡ (fusidic acid) ଭଳି ଆଣ୍ଟିବାୟୋଟିକ (antibiotic) କ୍ରିମ ଲଗେଇ ଏହାର ଚିକିତ୍ସା କରାଯାଏ ।[୨][୪] ଦେହର ଅତି ଅଧିକ ସ୍ଥାନରେ ରୋଗ ହୋଇଥିଲେ ସେଫାଲେକ୍ସିନ ଭଳି ଆଣ୍ଟିବାୟୋଟିକ ପାଟିରେ ଦିଆଯାଏ ।[୨] ଆଣ୍ଟିବାୟୋଟିକରୋଧୀ (Antibiotic resistant) ରୋଗ ମଧ୍ୟ ଦେଖାଯାଉଛି ।[୨]
ମୋଟ ଜନସଂଖ୍ୟାର ୨% ବା ୧୪୦ ନିୟୁତ ଲୋକଙ୍କୁ ଏହି ରୋଗ ସନ ୨୦୧୦ରେ ଆକ୍ରମଣ କରିଥିଲା ।[୫] ଅଳ୍ପ ବୟସ୍କ ପିଲାଙ୍କୁ ରୋଗ ଅଧିକ ହେଉଥିଲେ ମଧ୍ୟ ଯେ କୌଣସି ବୟସରେ ହୋଇପାରେ । ଚିକିତ୍ସା ନ ପାଇଲେ ମଧ୍ୟ ୩ ସପ୍ତାହ ମଧ୍ୟରେ ଏ ରୋଗ ଉପଶମ ହୋଇଯାଏ । ରୋଗ ଜଟିଳ ହେଲେ ସେଲ୍ୟୁଲାଇଟିସ (cellulitis) ବା ପୋଷ୍ଟସ୍ଟ୍ରେପ୍ଟୋକୋକାଲ ଗ୍ଲୋମେରୁଲୋନେଫ୍ରାଇଟିସ (poststreptococcal glomerulonephritis) ହୋଇପାରେ ।[୨] ଲାଟିନ ଭାଷାର impetere ଶବ୍ଦରୁ ଇମ୍ପେଟିଗୋ ଶବ୍ଦ ନିଆଯାଇଛି ଯାହାର ଅର୍ଥ ଆକ୍ରମଣ ।[୬]
ଆଧାର[ସମ୍ପାଦନା]
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Limited, Wordsworth Editions (1993). Concise English Dictionary (in ଇଂରାଜୀ). Wordsworth Editions. p. 452. ISBN 9781840224979.