Jump to content

ମୁପିରୋସିନ

ଉଇକିପିଡ଼ିଆ‌ରୁ
ମୁପିରୋସିନ
Structural formula of mupirocin
Ball-and-stick model of the mupirocin molecule
Clinical data
Trade namesBactroban, others
AHFS/Drugs.commonograph
MedlinePlusa688004
data
Pregnancy
category
  • US: B (No risk in non-human studies)
    Routes of
    administration
    Topical, nasal
    ATC code
    Legal status
    Legal status
    Pharmacokinetic data
    Protein binding97%
    Elimination half-life20 to 40 minutes
    Identifiers
    • 9-[(E)-4-[(2S,3R,4R,5S)-3,4-dihydroxy-5-[[(2S,3S)-3- [(2S,3S)-3-hydroxybutan-2-yl]oxiran-2-yl]methyl] oxan-2-yl]-3-methylbut-2-enoyl]oxynonanoic acid
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.106.215 Edit this at Wikidata
    Chemical and physical data
    FormulaC26H44O9
    Molar mass500.622 g/mol
    3D model (JSmol)
    • O=C(O)CCCCCCCCOC(=O)\C=C(/C)C[C@@H]2OC[C@H](C[C@@H]1O[C@H]1[C@@H](C)[C@@H](O)C)[C@@H](O)[C@H]2O
    • InChI=1S/C26H44O9/c1-16(13-23(30)33-11-9-7-5-4-6-8-10-22(28)29)12-20-25(32)24(31)19(15-34-20)14-21-26(35-21)17(2)18(3)27/h13,17-21,24-27,31-32H,4-12,14-15H2,1-3H3,(H,28,29)/b16-13+/t17-,18-,19-,20-,21-,24+,25-,26-/m0/s1 checkY
    • Key:MINDHVHHQZYEEK-HBBNESRFSA-N checkY
     ☒NcheckY (what is this?)  (verify)

    ମୁପିରୋସିନ (ଇଂରାଜୀ ଭାଷାରେ Mupirocin, ବିକ୍ରୟ ନାମ ବ୍ୟାକ୍ଟ୍ରୋବାନ) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଇମ୍ପେଟିଗୋ (impetigo) ବା ଫଲିକୁଲାଇଟିସ (folliculitis) ଭଳି ଚର୍ମ ସଂକ୍ରମଣର (skin infections) ଚିକିତ୍ସାରେ ଦିଆଯାଏ ।[][] ଲକ୍ଷଣ ନଥାଇ ନାକରେ ରହୁଥିବା ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ (methicillin-resistant S. aureus ବା MRSA) ଜୀବାଣୁରୁ ମୁକ୍ତି ପାଇବା ନିମନ୍ତେ ମଧ୍ୟ ଦିଆଯାଏ ।[] ଆଣ୍ଟିବାୟୋଟିକ ପ୍ରତିରୋଧ (resistance) ଏଡ଼େଇବା ନିମନ୍ତେ ଏହା ୧୦ ଦିନରୁ ଅଧିକ ଦେବାକୁ ସୁପାରିସ କରାଯାଏନାହିଁ । [] କ୍ରିମ ବା ମଲମ ଆକାରରେ ଏହା ଚର୍ମରେ ଲଗାଯାଏ ।[]

    ମୁପିରୋସିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଅଇ ଓ ଔଷଧ ଲଗେଇଥିବା ସ୍ଥାନରେ ଗଲୁ ତ‌ଥା ରାସ ହୁଏ । ଅଧିକ ଦିନ ଲଗେଇଲେ କବକ (fungi) ସୃଷ୍ଟି ହୁଏ । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହି ଔଷଧର ବ୍ୟବ‌ହାର ନିରାପଦ ଜଣାଯାଏ ।[] ମୁପିରୋସିନ ଏକ କାର୍ବୋଲିକ ଏସିଡ (carbolic acid) ଶ୍ରେଣୀର ଔଷଧ ।[] ଏହି ଔଷଧଦ୍ୱାରା ଜୀବାଣୁର ପୁଷ୍ଟିସାର ତିଆରି ବନ୍ଦ ହୋଇଯିବାଯୋଗୁ ମୃତ୍ୟୁ (bacterial death) ହୋଇଯାଏ ।[]

    ସନ ୧୯୭୧ରେ ମୁପିରୋସିନ ପ୍ରଥମେ ସୁଡୋମୋନାସ ଫ୍ଲୋରିସେନ୍‌ସରୁ (Pseudomonas fluorescens) ପୃଥକ୍ କରାଯାଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୧୫ଗ୍ରାମ ଟ୍ୟୁବର ହୋଲସେଲ ମୂଲ୍ୟ ୨.୧୦ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[]

    1. 1 2 3 4 5 "Mupirocin". The American Society of Health-System Pharmacists. Retrieved 8 December 2016.
    2. 1 2 WHO Model Formulary 2008 (PDF). World Health Organization. 2009. p. 298. ISBN 9789241547659. Retrieved 8 December 2016.
    3. Khanna, Ramesh; Krediet, Raymond T. (2009). Nolph and Gokal's Textbook of Peritoneal Dialysis (in ଇଂରାଜୀ) (3 ed.). Springer Science & Business Media. p. 421. ISBN 9780387789408.
    4. Heggers, John P.; Robson, Martin C.; Phillips, Linda G. (1990). Quantitative Bacteriology: Its Role in the Armamentarium of the Surgeon (in ଇଂରାଜୀ). CRC Press. p. 118. ISBN 9780849351297.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. "Mupirocin". International Drug Price Indicator Guide. Retrieved 8 December 2016.[permanent dead link]
    7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 178. ISBN 9781284057560.