ହାଇପରଫସଫେଟେମିଆ

ଉଇକିପିଡ଼ିଆ‌ରୁ
(Hyperphosphatemiaରୁ ଲେଉଟି ଆସିଛି)
ହାଇପରଫସଫେଟେମିଆ (Hyperphosphatemia)
Phosphate group chemical structure
ବିଭାଗଅନ୍ତସ୍ରାବୀ ବିଜ୍ଞାନ (Endocrinology), (nephrology)
ଲକ୍ଷଣନାସ୍ତି, କ୍ୟାଲସିଅମ ଜମାଟ, ମାଂସପେଶୀ ଜମାଟ [୧]
କାରଣବୃକ୍‌କ ଫେଲ (Kidney failure), ସୁଡୋହାଇପୋପାରାଥାଇରଏଡିଜ୍ମ (pseudohypoparathyroidism, ହାଇପୋପାରାଥାଇରଏଡିଜ୍ମ (hypoparathyroidism), ଡାଏବେଟିକ କିଟୋଏସିଡୋସିସ, ଟ୍ୟୁମର ଲାଇସିସ ସିଣ୍ଡ୍ରୋମ (tumor lysis syndrome), ରାବଡୋମାୟୋଲାଇସିସ[୧]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ଫସଫେଟ > ୧.୪୬ ମିମୋଲ/ଲି (୪.୫ ମିଗ୍ରା/ଡେଲି)[୧]
ସଠିକ ରୋଗ ନିର୍ଣ୍ଣୟଅଧିକ ରକ୍ତ ଲିପିଡେମିଆ (High blood lipids), ହାଇପରପ୍ରୋଟିନେମିଆ (high blood protein), ହାଇପରବିଲିରୁବିନେମିଆ (high blood bilirubin)[୧]
ଚିକିତ୍ସାଖାଦ୍ୟରେ କମ୍ ଫସଫେଟ୍, କ୍ୟାଲସିଅମ କାର୍ବୋନେଟ (calcium carbonate)[୧]
ପୁନଃପୌନିକଅସ୍ପଷ୍ଟ[୨]

ହାଇପରଫସଫେଟେମିଆ (ଇଂରାଜୀ ଭାଷାରେ Hyperphosphatemia) ଏକ ଇଲେକ୍ଟ୍ରୋଲାଇଟ ବେମାରୀ (electrolyte disorder) ଯେଉଁଥିରେ ରକ୍ତର (blood) ଫସଫେଟ (phosphate) ମାତ୍ରା ବଢ଼ିଯାଇଥାଏ ।[୧] ଅଧିକାଂଶ ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ ଓ ଅନ୍ୟ କେତେକଙ୍କର ନରମ ତନ୍ତୁମାନଙ୍କରେ ଅଥାନ କ୍ୟାଲସିଅମ (calcium deposits) ଜମା ହୋଇଯାଏ ।[୧] ଅଧିକାଂଶ ସମୟରେ ରକ୍ତ କ୍ୟାଲସିଅମ ମାତ୍ରା କମ୍ (en:low calcium) ଥିବାରୁ ପେଶୀ ସ୍ପାଜ୍ମ ହୁଏ ।[୧]

ବୃକ୍‌କ ଫେଲ (Kidney failure), ସୁଡୋହାଇପୋପାରାଥାଇରଏଡିଜ୍ମ (pseudohypoparathyroidism), ହାଇପୋପାରାଥାଇରଏଡିଜ୍ମ (hypoparathyroidism), ଡାଏବେଟିକ କିଟୋଏସିଡୋସିସ, ଟ୍ୟୁମର ଲାଇସିସ ସିଣ୍ଡ୍ରୋମ (tumor lysis syndrome), ରାବଡୋମାୟୋଲାଇସିସ ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼େ । [୧] ରକ୍ତ ଫସଫେଟ ୧.୪୬ ମିମୋଲ/ଲି (୪.୫ ମିଗ୍ରା/ଡେଲି)ରୁ ଅଧିକ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ରକ୍ତ ଫସଫେଟ ସ୍ତର ୪.୫୪ ମିମୋଲ/ଲି (୧୪ ମିଗ୍ରା/ଡେଲି)ରୁ ଅଧିକ ଥିଲେ ସାଂଘାତିକ ବିବେଚନା କରାଯାଏ ।[୩] ଅଧିକ ରକ୍ତ ଲିପିଡେମିଆ (High blood lipids), ହାଇପରପ୍ରୋଟିନେମିଆ (high blood protein), ହାଇପରବିଲିରୁବିନେମିଆ (high blood bilirubin) ରୋଗ ଥିଲେ ଫସଫେଟ ଅଧିକ ଥିବା ମିଥ୍ୟାରେ ଜଣାଯାଏ ।[୧]

ଫସଫେଟ କମ୍ ଥିବା ଖାଦ୍ୟ ଓଖାଦ୍ୟରେ କମ୍ ଫସଫେଟ୍ ଓ କ୍ୟାଲସିଅମ କାର୍ବୋନେଟ (calcium carbonate) ଥିବା ଆଣ୍ଟାସିଡ ଦେଲେ ଦେହରେ ଥିବା ଅଧିକ ଫସଫେଟ ବାନ୍ଧି ହୋଇଯାଏ ।[୧] କ୍ୱଚିତ୍ ଶିରାଭ୍ୟନ୍ତର ନର୍ମାଲ ସାଲାଇନ (normal saline) ଦିଆଯାଏ ବା ଡାଏଲିସିସ (dialysis) ବ୍ୟବ‌ହାର କରାଯାଏ ।[୧] ଏହା କେତେ ଥର ଆକ୍ରମଣ କରେ ତା'ର ପରିସଂଖ୍ୟାନ ନାହିଁ । [୨]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Hyperphosphatemia". Merck Manuals Professional Edition. Retrieved 27 October 2018.
  2. ୨.୦ ୨.୧ Ronco, Claudio; Bellomo, Rinaldo; Kellum, John A. (2008). SPEC - Critical Care Nephrology Expert Consult (Book Program) Pincard (in ଇଂରାଜୀ). Elsevier Health Sciences. p. 533. ISBN 1437711111.
  3. Adams, James G. (2012). Emergency Medicine: Clinical Essentials (Expert Consult - Online and Print) (in ଇଂରାଜୀ). Elsevier Health Sciences. p. 1416. ISBN 1455733946.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ