ହେପାଟାଇଟିସ ବି ଟିକା

ଉଇକିପିଡ଼ିଆ‌ରୁ
(Hepatitis B vaccineରୁ ଲେଉଟି ଆସିଛି)
ହେପାଟାଇଟିସ ବି ଟିକା
Vaccine description
Target diseaseHepatitis B
TypeSubunit
Clinical data
Trade namesRecombivax HB
AHFS/Drugs.commonograph
MedlinePlusa607014
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ହେପାଟାଇଟିସ ବି ଟିକା ଏକ ଟିକା ଯାହା ହେପାଟାଇଟିସ ବି ପ୍ରତିରୋଧ ନିମନ୍ତେ ଦିଆଯାଏ ।[୧] ଏହାର ପ୍ରଥମ ଡୋଜ ଜନ୍ମର ୨୪ ଘଣ୍ଟା ମଧ୍ୟରେ ଦେବାକୁ ସୁପାରିସ କରାଯାଏ ଓ ଏହା ପରେ ୨ ବା ୩ଟି ଅଧିକ ଡୋଜ ଦିଆଯାଏ । ପ୍ରିମାଚ୍ୟୁର ଶିଶୁ ବା ଅସାମୟିକ ଶିଶୁଙ୍କୁ ଦିଆଯାଏ, ଇମ୍ମ୍ୟୁନିଟି ଅଭାବ ଥିବା ଓ ଏଚଆଇଭି ଥିବା ଲୋକଙ୍କୁ ମଧ୍ୟ ଦିଆଯାଏ । ସୁସ୍ଥ ଲୋକଙ୍କୁ ଦେଲେ ୯୫ % ଶିଶୁଙ୍କୁ ସୁରକ୍ଷା ମିଳେ । [୧]

ଉଚ୍ଚ ଆଶଙ୍କା ଥିବା ଲୋକାଙ୍କର ଟିକା ନେବା ପରେ ତାହା କାମ କଲା କି ନାହିଁ ଜାଣିବା ନିମନ୍ତେ ରକ୍ତ ପରୀକ୍ଷା କରିବା ଆବଶ୍ୟକ । ସ୍ୱଳ୍ପ ଇମ୍ମ୍ୟୁନିଟି ଥିବା ଲୋକଙ୍କୁ ଅଧିକ ଡୋଜ ଦେବା ଦରକାର ହୁଏ କିନ୍ତୁ ଅଧିକାଂଶ ଲୋକଙ୍କର ଦରକାର ହୁଏ ନାହିଁ । ହେପାଟାଇଟିସ ଭୁତାଣୁ ସଂମ୍ପର୍କରେ ଆସିଥିବା, ଟିକା ନ ନେଇଥିବା ଲୋକଙ୍କୁ ଟିକା ଦେବା ସ‌ହିତ ହେପାଟାଇଟିସ ବି ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଦେବା ଉଚିତ । ଏହି ଟିକା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ । [୧]

ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୋଇପାରେ । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ନିରାପଦ । ଗୁଲେନ-ବାରେ ସିଣ୍ଡ୍ରୋମ ସ‌ହିତ ଏହାର କୌଣସି ଲିଙ୍କ ନାହିଁ । ରିକୋମ୍ବିନାଣ୍ଟ ଡିଏନଏ ଟେକନିକ ସାହାଯ୍ୟରେ ଏହି ଟିକା ପ୍ରସ୍ତୁତ କରାଯାଏ । ଏହି ଟିକା ସ୍ୱତନ୍ତ୍ର ଓ ଅନ୍ୟ ଟିକା ସ‌ହିତ ମିଶ୍ରିତ ଭାବେ ଉପଲବ୍‌ଧ ହୁଏ ।[୧]

ଆମେରିକାରେ ଏହି ଟିକା ସନ ୧୯୮୧ରେ ଅନୁମୋଦିତ ହୋଇଥିଲା ।[୨] ଏହାର ନିରାପଦ ସଂସ୍କରଣ ସନ ୧୯୮୬ରେ ବାହାରିଲା ।[୧]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ 0.୫୮ରୁ ୧୩.୨0 ଆମେରିକୀୟ ଡଲାର ଥିଲା । [୪] ଆମେରିକାରେ ଏହାର ମୂଲ୍ୟ ୫୦ରୁ ୧୦୦ ଆମେରିକିୟ ଡଲାର ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Hepatitis B vaccines WHO position paper" (PDF). Weekly epidemiological record. 40 (84): 405–420. 2 Oct 2009.
  2. Moticka, Edward. A Historical Perspective on Evidence-Based Immunology. p. 336. ISBN 9780123983756.
  3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  4. "Vaccine, Hepatitis B". International Drug Price Indicator Guide. Retrieved 6 December 2015.[permanent dead link]
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 314. ISBN 9781284057560.