Jump to content

ହେପାଟାଇଟିସ ବି ଟିକା

ଉଇକିପିଡ଼ିଆ‌ରୁ
ହେପାଟାଇଟିସ ବି ଟିକା
Vaccine description
Target diseaseHepatitis B
TypeSubunit
Clinical data
Trade namesRecombivax HB
AHFS/Drugs.commonograph
MedlinePlusa607014
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ହେପାଟାଇଟିସ ବି ଟିକା ଏକ ଟିକା ଯାହା ହେପାଟାଇଟିସ ବି ପ୍ରତିରୋଧ ନିମନ୍ତେ ଦିଆଯାଏ ।[୧] ଏହାର ପ୍ରଥମ ଡୋଜ ଜନ୍ମର ୨୪ ଘଣ୍ଟା ମଧ୍ୟରେ ଦେବାକୁ ସୁପାରିସ କରାଯାଏ ଓ ଏହା ପରେ ୨ ବା ୩ଟି ଅଧିକ ଡୋଜ ଦିଆଯାଏ । ପ୍ରିମାଚ୍ୟୁର ଶିଶୁ ବା ଅସାମୟିକ ଶିଶୁଙ୍କୁ ଦିଆଯାଏ, ଇମ୍ମ୍ୟୁନିଟି ଅଭାବ ଥିବା ଓ ଏଚଆଇଭି ଥିବା ଲୋକଙ୍କୁ ମଧ୍ୟ ଦିଆଯାଏ । ସୁସ୍ଥ ଲୋକଙ୍କୁ ଦେଲେ ୯୫ % ଶିଶୁଙ୍କୁ ସୁରକ୍ଷା ମିଳେ । [୧]

ଉଚ୍ଚ ଆଶଙ୍କା ଥିବା ଲୋକାଙ୍କର ଟିକା ନେବା ପରେ ତାହା କାମ କଲା କି ନାହିଁ ଜାଣିବା ନିମନ୍ତେ ରକ୍ତ ପରୀକ୍ଷା କରିବା ଆବଶ୍ୟକ । ସ୍ୱଳ୍ପ ଇମ୍ମ୍ୟୁନିଟି ଥିବା ଲୋକଙ୍କୁ ଅଧିକ ଡୋଜ ଦେବା ଦରକାର ହୁଏ କିନ୍ତୁ ଅଧିକାଂଶ ଲୋକଙ୍କର ଦରକାର ହୁଏ ନାହିଁ । ହେପାଟାଇଟିସ ଭୁତାଣୁ ସଂମ୍ପର୍କରେ ଆସିଥିବା, ଟିକା ନ ନେଇଥିବା ଲୋକଙ୍କୁ ଟିକା ଦେବା ସ‌ହିତ ହେପାଟାଇଟିସ ବି ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଦେବା ଉଚିତ । ଏହି ଟିକା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ । [୧]

ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ନିରାପଦ । ଗୁଲେନ-ବାରେ ସିଣ୍ଡ୍ରୋମ ସ‌ହିତ ଏହାର କୌଣସି ଲିଙ୍କ ନାହିଁ । ରିକୋମ୍ବିନାଣ୍ଟ ଡିଏନଏ ଟେକନିକ ସାହାଯ୍ୟରେ ଏହି ଟିକା ପ୍ରସ୍ତୁତ କରାଯାଏ । ଏହି ଟିକା ସ୍ୱତନ୍ତ୍ର ଓ ଅନ୍ୟ ଟିକା ସ‌ହିତ ମିଶ୍ରିତ ଭାବେ ଉପଲବ୍‌ଧ ହୁଏ ।[୧]

ଆମେରିକାରେ ଏହି ଟିକା ସନ ୧୯୮୧ରେ ଅନୁମୋଦିତ ହୋଇଥିଲା ।[୨] ଏହାର ନିରାପଦ ସଂସ୍କରଣ ସନ ୧୯୮୬ରେ ବାହାରିଲା ।[୧]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ 0.୫୮ରୁ ୧୩.୨0 ଆମେରିକୀୟ ଡଲାର ଥିଲା । [୪] ଆମେରିକାରେ ଏହାର ମୂଲ୍ୟ ୫୦ରୁ ୧୦୦ ଆମେରିକିୟ ଡଲାର ।[୫]

  1. 1 2 3 4 5 "Hepatitis B vaccines WHO position paper" (PDF). Weekly epidemiological record. 40 (84): 405–420. 2 Oct 2009.
  2. ↑ Moticka, Edward. A Historical Perspective on Evidence-Based Immunology. p. 336. ISBN 9780123983756.
  3. ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  4. ↑ "Vaccine, Hepatitis B". International Drug Price Indicator Guide. Retrieved 6 December 2015.[permanent dead link]
  5. ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 314. ISBN 9781284057560.