Jump to content

ପ୍ରଥମ-ସ୍ତର ନିଳୟଅଳିନ୍ଦ ଅବରୋଧ

ଉଇକିପିଡ଼ିଆ‌ରୁ
(First-degree atrioventricular blockରୁ ଲେଉଟି ଆସିଛି)
First-degree AV block
First degree heart block, PR prolongation
An ECG showing a first degree AV block of greater than 300 ms
ବିଭାଗCardiology
ଲକ୍ଷଣNone[]
କାରଣNormal, heart attack, myocarditis, high blood potassium, certain medications[]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG)[]
ସଠିକ ରୋଗ ନିର୍ଣ୍ଣୟSecond-degree AV block, third-degree AV block[]
ଚିକିତ୍ସାRoutine follow-up, avoidance of certain medication[]
PrognosisGood[]
ପୁନଃପୌନିକ5% of people over 50 years[]

ପ୍ରଥମ-ସ୍ତର ନିଳୟଅଳିନ୍ଦ ଅବରୋଧ ( ପ୍ରଥମ ଡିଗ୍ରୀ AV ବ୍ଲକ୍ ) ରୋଗରେ ହୃତ୍‌ପିଣ୍ଡର ନିଳୟରୁ ଅଳିନ୍ଦକୁ ଯାଉଥିବା ବୈଦ୍ୟୁତିକ ସଙ୍କେତ ବିଳମ୍ବିତ ହୁଏ କିନ୍ତୁ ବାଧାପ୍ରାପ୍ତ ହୁଏନି ।[] ସାଧାରଣତଃ ଏହାର କୌଣସି ଲକ୍ଷଣ ଦେଖାଏ ନାହିଁ ।[] କ୍ୱଚିତ୍ ଅଣନିଶ୍ୱାସ, ଥକାପଣ ଏବଂ ମୁଣ୍ଡ ହାଲୁକା ହୋଇପାରେ ।[] ରୋଗ ଜଟିଳ ହେଲେ ଆଟ୍ରିଆଲ୍ ଫିବ୍ରିଲେସନ୍ କିମ୍ବା ଦ୍ୱିତୀୟ- କିମ୍ବା ତୃତୀୟ-ସ୍ତର ଅବରୋଧ ପର୍ଯ୍ୟନ୍ତ ଅଗ୍ରଗତି ହୋଇପାରେ । []

ଏହା ସାଧାରଣତଃ ଯୁବକ ଏବଂ କସରତ କରୁଥିବା ଲୋକଙ୍କର ହୁଏ ।[] ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ହୃଦ୍‌ଘାତ, ମାୟୋକାର୍ଡାଇଟିସ୍, ଉଚ୍ଚ ରକ୍ତ ପୋଟାସିୟମ୍ ଏବଂ କେତେକ ଔଷଧ ଯେପରିକି ବିଟା ବ୍ଲକର୍, କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍ସ ଏବଂ ଡିଗକ୍ସିନ ଅନ୍ତର୍ଭୁକ୍ତ ହୋଇପାରେ ।[] ଇଲେକ୍ଟ୍ରୋକାର୍ଡିଓଗ୍ରାମଦ୍ୱାରା (ECG) ଏହି ରୋଗ ନିର୍ଣ୍ଣୟ କରାଯାଏ ଯେଉଁଥିରେ ବିନା ସ୍ପନ୍ଦନ ହାନୀ ପିଆର (dropped beats) ବ୍ୟବ‌ଧାନ ୨୦୦ ମିଲିସେକେଣ୍ଡରୁ ଅଧିକ ଦେଖାଯାଏ ।[] ୩୦୦ ମିଲିସେକେଣ୍ଡରୁ ଅଧିକ ଥିଲେ "ଚିହ୍ନିତ" ବିବେଚନା କରାଯାଏ ।[] ଏହା ଏକ ପ୍ରକାର ଆଟ୍ରିଓଭେଣ୍ଟ୍ରିକୁଲାର୍ ବ୍ଲକ୍ରୋଗ ।[]

ଏହି ରୋଗ ନିମନ୍ତେ ସାଧାରଣତଃ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି ।[] ରୋଗ ଅବସ୍ଥାକୁ ଖରାପ ଦିଗକୁ ନେଉଥିବା ଔଷଧ ବନ୍ଦ କରିଦିଆଯାଏ ।[] କ୍ୱଚିତ୍ 'ଚିହ୍ନିତ' ରୋଗ ଏବଂ ଲକ୍ଷଣ ଥିବା ବ୍ୟକ୍ତିଙ୍କର ହୃତ୍‌ପିଣ୍ଡରେ ପେସମେକର ରଖାଯାଇପାରେ ।[] ଯୁବକମାନଙ୍କ ମଧ୍ୟରେ ପ୍ରଥମ-ସ୍ତର ନିଳୟଅଳିନ୍ଦ ଅବରୋଧର ସଂକ୍ଷିପ୍ତ ଘଟଣା ଏବଂ ସାଧାରଣ ଚାଲୁଥିବା ସମସ୍ୟାଗୁଡିକ ୧%ରୁ କମ୍ ପ୍ରଭାବିତ ହୋଇଥାଏ ।[] ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କର ଏହା ଅଧିକ ସାଧାରଣ ରୋଗ ହୋଇଯାଏ ।[] ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[]

  1. ୧.୦ ୧.୧ ୧.୨ ୧.୩ "Atrioventricular Block - Cardiovascular Disorders". Merck Manuals Professional Edition. Archived from the original on 6 April 2010. Retrieved 29 December 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Kashou, AH; Goyal, A; Nguyen, T; Chhabra, L (January 2020). "Atrioventricular Block". PMID 29083636. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Oldroyd, SH; Quintanilla Rodriguez, BS; Makaryus, AN (January 2020). "First Degree Heart Block". PMID 28846254. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ Saksena, Sanjeev; Camm, A. John (2011). Electrophysiological Disorders of the Heart E-Book: Expert Consult (in ଇଂରାଜୀ). Elsevier Health Sciences. p. 521. ISBN 978-1-4377-0971-1. Archived from the original on 2021-08-28. Retrieved 2020-12-29.