ପ୍ରଥମ-ସ୍ତର ନିଳୟଅଳିନ୍ଦ ଅବରୋଧ

ଉଇକିପିଡ଼ିଆ‌ରୁ
First-degree AV block
First degree heart block, PR prolongation
An ECG showing a first degree AV block of greater than 300 ms
ବିଭାଗCardiology
ଲକ୍ଷଣNone[୧]
କାରଣNormal, heart attack, myocarditis, high blood potassium, certain medications[୨]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG)[୨]
ସଠିକ ରୋଗ ନିର୍ଣ୍ଣୟSecond-degree AV block, third-degree AV block[୩]
ଚିକିତ୍ସାRoutine follow-up, avoidance of certain medication[୩]
PrognosisGood[୨]
ପୁନଃପୌନିକ5% of people over 50 years[୪]

ପ୍ରଥମ-ସ୍ତର ନିଳୟଅଳିନ୍ଦ ଅବରୋଧ ( ପ୍ରଥମ ଡିଗ୍ରୀ AV ବ୍ଲକ୍ ) ରୋଗରେ ହୃତ୍‌ପିଣ୍ଡର ନିଳୟରୁ ଅଳିନ୍ଦକୁ ଯାଉଥିବା ବୈଦ୍ୟୁତିକ ସଙ୍କେତ ବିଳମ୍ବିତ ହୁଏ କିନ୍ତୁ ବାଧାପ୍ରାପ୍ତ ହୁଏନି ।[୨] ସାଧାରଣତଃ ଏହାର କୌଣସି ଲକ୍ଷଣ ଦେଖାଏ ନାହିଁ ।[୧] କ୍ୱଚିତ୍ ଅଣନିଶ୍ୱାସ, ଥକାପଣ ଏବଂ ମୁଣ୍ଡ ହାଲୁକା ହୋଇପାରେ ।[୩] ରୋଗ ଜଟିଳ ହେଲେ ଆଟ୍ରିଆଲ୍ ଫିବ୍ରିଲେସନ୍ କିମ୍ବା ଦ୍ୱିତୀୟ- କିମ୍ବା ତୃତୀୟ-ସ୍ତର ଅବରୋଧ ପର୍ଯ୍ୟନ୍ତ ଅଗ୍ରଗତି ହୋଇପାରେ । [୩]

ଏହା ସାଧାରଣତଃ ଯୁବକ ଏବଂ କସରତ କରୁଥିବା ଲୋକଙ୍କର ହୁଏ ।[୧] ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ହୃଦ୍‌ଘାତ, ମାୟୋକାର୍ଡାଇଟିସ୍, ଉଚ୍ଚ ରକ୍ତ ପୋଟାସିୟମ୍ ଏବଂ କେତେକ ଔଷଧ ଯେପରିକି ବିଟା ବ୍ଲକର୍, କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍ସ ଏବଂ ଡିଗକ୍ସିନ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଇଲେକ୍ଟ୍ରୋକାର୍ଡିଓଗ୍ରାମଦ୍ୱାରା (ECG) ଏହି ରୋଗ ନିର୍ଣ୍ଣୟ କରାଯାଏ ଯେଉଁଥିରେ ବିନା ସ୍ପନ୍ଦନ ହାନୀ ପିଆର (dropped beats) ବ୍ୟବ‌ଧାନ ୨୦୦ ମିଲିସେକେଣ୍ଡରୁ ଅଧିକ ଦେଖାଯାଏ ।[୨] ୩୦୦ ମିଲିସେକେଣ୍ଡରୁ ଅଧିକ ଥିଲେ "ଚିହ୍ନିତ" ବିବେଚନା କରାଯାଏ ।[୨] ଏହା ଏକ ପ୍ରକାର ଆଟ୍ରିଓଭେଣ୍ଟ୍ରିକୁଲାର୍ ବ୍ଲକ୍ରୋଗ ।[୨]

ଏହି ରୋଗ ନିମନ୍ତେ ସାଧାରଣତଃ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି ।[୧] ରୋଗ ଅବସ୍ଥାକୁ ଖରାପ ଦିଗକୁ ନେଉଥିବା ଔଷଧ ବନ୍ଦ କରିଦିଆଯାଏ ।[୨] କ୍ୱଚିତ୍ 'ଚିହ୍ନିତ' ରୋଗ ଏବଂ ଲକ୍ଷଣ ଥିବା ବ୍ୟକ୍ତିଙ୍କର ହୃତ୍‌ପିଣ୍ଡରେ ପେସମେକର ରଖାଯାଇପାରେ ।[୩] ଯୁବକମାନଙ୍କ ମଧ୍ୟରେ ପ୍ରଥମ-ସ୍ତର ନିଳୟଅଳିନ୍ଦ ଅବରୋଧର ସଂକ୍ଷିପ୍ତ ଘଟଣା ଏବଂ ସାଧାରଣ ଚାଲୁଥିବା ସମସ୍ୟାଗୁଡିକ ୧%ରୁ କମ୍ ପ୍ରଭାବିତ ହୋଇଥାଏ ।[୪] ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କର ଏହା ଅଧିକ ସାଧାରଣ ରୋଗ ହୋଇଯାଏ ।[୪] ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Atrioventricular Block - Cardiovascular Disorders". Merck Manuals Professional Edition. Archived from the original on 6 April 2010. Retrieved 29 December 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Kashou, AH; Goyal, A; Nguyen, T; Chhabra, L (January 2020). "Atrioventricular Block". PMID 29083636. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Oldroyd, SH; Quintanilla Rodriguez, BS; Makaryus, AN (January 2020). "First Degree Heart Block". PMID 28846254. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ Saksena, Sanjeev; Camm, A. John (2011). Electrophysiological Disorders of the Heart E-Book: Expert Consult (in ଇଂରାଜୀ). Elsevier Health Sciences. p. 521. ISBN 978-1-4377-0971-1. Archived from the original on 2021-08-28. Retrieved 2020-12-29.