Jump to content

ଏହଲର୍ସ-ଡାନଲର୍ସ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Ehlers–Danlos syndromeରୁ ଲେଉଟି ଆସିଛି)
ଏହଲର୍ସ-ଡାନଲର୍ସ ସିଣ୍ଡ୍ରୋମ
ଏହଲର୍ସ-ଡାନଲର୍ସ ସିଣ୍ଡ୍ରୋମ ରୋଗୀ ତାଙ୍କର ଇଲାସ୍ଟିକ ଆଧିକ୍ୟ ଚର୍ମ ଦେଖାଉଛନ୍ତି ।
ବିଭାଗମେଡିକାଲ ଜେନେଟିକ (Medical genetics)
ଲକ୍ଷଣଅତ୍ୟଧିକ ଗଣ୍ଠି ଚଳନ, ଚର୍ମ ଟାଣିହେବା, ଓ ଅସାଧାରଣ ସ୍କାର ତିଆରି । []
ଆକ୍ରାନ୍ତ ସମୟଜନ୍ମ ବା ପ୍ରାକ ଶୈଶବ []
ଅବଧିଦୀର୍ଘକାଳୀନ[]
କାରଣଜେନେଟିକ[]
ରୋଗ ନିର୍ଣ୍ଣୟ ପଦ୍ଧତିଜେନେଟିକ ଟେଷ୍ଟିଙ୍ଗ (Genetic testing), ଚର୍ମ ବାୟୋପ୍ସି (skin biopsy)[]
ସଠିକ ରୋଗ ନିର୍ଣ୍ଣୟମାର୍ଫାନ ସିଣ୍ଡ୍ରରୋମ (Marfan syndrome), କ୍ୟୁଟିସ ଲାକ୍ସା ସିଣ୍ଡ୍ରୋମ (cutis laxa syndrome), ଫ୍ୟାମିଲିଆଲ ଜଏଣ୍ଟ ହାଇପରମୋବିଲିଟ ସିଣ୍ଡ୍ରୋମ (familial joint hypermobility syndrome)[]
ଚିକିତ୍ସାସାହାଯ୍ୟକାରୀ ଚିକିତ୍ସା (Supportive)[]
Prognosisପ୍ରକାର ଉପରେ ନିର୍ଭର କରେ[]
ପୁନଃପୌନିକ୫,୦୦୦ରେ ଜଣେ[]
Patient UKଏହଲର୍ସ-ଡାନଲର୍ସ ସିଣ୍ଡ୍ରୋମ

ଏହଲର୍ସ-ଡାନଲର୍ସ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Ehlers–Danlos syndrome ବା ଇଡିଏସ/ EDS) ଏକ ଜେନେଟିକ (genetic) କନେକ୍ଟିଭ ତନ୍ତୁ ରୋଗ ଦଳ (connective tissue disorders) । [] ଏଥିରେ ଢିଲା ଗଣ୍ଠି (joint), ଟାଣିହେଉଥିବା ଚର୍ମ ଓ ଅସାଧାରଣ ସ୍କାର (scar) ଦେଖାଯାଏ ।[] ଜନ୍ମରୁ ବା ପ୍ରାକ୍ ଶୈଶବ କାଳରେ ଏହି ଲକ୍ଷଣ ସମସ୍ତ ଦେଖାଯାଏ । [] ରୋଗ ଜଟିଳ ହେଲେ ଆଓର୍ଟିକ ଡିସେକସନ (Aortic dissection), ଗଣ୍ଠି ସନ୍ଧିଚ୍ୟୁତି (joint dislocations), ଶୀଘ୍ର ଓଷ୍ଟିଓଆର୍ଥ୍ରାଇଟିସସ୍କୋଲିଓସିସ (scoliosis) ହୋଇପାରେ ।[][]

ଏହି ଇଡିଏସ ରୋଗ ଏକ ଡଜନରୁ ଅଧିକ ସଂଖ୍ୟକ ବିଭିନ୍ନ ଜିନ (genes) ମ୍ୟୁଟେସନ ଯୋଗୁ ହୁଏ ।[] ନିର୍ଦ୍ଦିଷ୍ଟ ଜିନ ଅନୁସାରେ ଭିନ୍ନ ଭିନ୍ନ ପ୍ରକାର ଇଡିଏସ ରୋଗ ସୃଷ୍ଟି ହୁଏ ।[] କେତେକ ଜିନର ପ୍ରାକ୍ ବିକାଶ ସମୟରେ ମ୍ୟଟେସନ ହୁଏ ଓ ଅନ୍ୟ କେତେକ ଅନୁବଂଶୀୟ ଅଟୋସୋମାଲ ଡୋମିନାଣ୍ଟ (autosomal dominant) ବା ଅଟୋସୋମାଲ ରିସିସିଭ (recessive ) ଆକାରରେ ଗତି କରେ ।[] ଏହା ଯୋଗୁ କୋଲାଜେନ (collagen) ତନ୍ତୁ ଗଠନ ଓ ପ୍ରସ୍ତୁତିରେ ଖଇଚା ରହେ ।[] ଜେନେଟିକ ଟେଷ୍ଟିଙ୍ଗ (genetic testing) ଓ ଚର୍ମ ବାୟୋପ୍ସି (skin biopsy) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[] ଏ ଭଳି ରୋଗୀଙ୍କର ଭୂଲକ୍ରମେ ହାଇପୋକଣ୍ଡ୍ରିଆସିସ (hypochondriasis), ଅବସାଦ (depression) ଓ କ୍ରନିକ ଫାଟିଗ ସିଣ୍ଡ୍ରୋମ (chronic fatigue syndrome) ଇତ୍ୟାଦି ରୋଗ ନିର୍ଣ୍ଣୟ ହୋଇଯାଏ ।[]

ଅଦ୍ୟାବଧି ଏହି ରୋଗ ଆରୋଗ୍ୟ ହେବାର କୌଣସି ଉପାୟ ଜଣାନାହିଁ ।[] ଏହି ରୋଗ ନିମନ୍ତେ କେବଳ ସାହାଯ୍ୟକାରୀ ଚିକିତ୍ସା (supportive) କରାଯାଏ ।[] ଫିଜିଓଥେରାପି (Physical therapy) ଓ ବ୍ରେସ ବ୍ୟବ‌ହାର କରି ମାଂସପେଶୀକୁ ଶକ୍ତ କରାଯାଏ ଯାହା ଗଣ୍ଠି ସ‌ହାୟକ ହୁଏ ।[] କେତେକ ରୋଗୀ ସାଧାରଣ ଜୀବନ‌ଯାପନ କରନ୍ତି ଓ ରକ୍ତନଳୀ (blood vessel) ପ୍ରଭାବିତ ହୋଇଥିଲେ ସାଧାରଣତଃ କମ୍ ଆୟୁଷ (life expectancy) ହୁଏ ।[]

ପୃଥିବୀରେ ପ୍ରତି ୫,୦୦୦ ଲୋକରେ ଜଣକୁ ଏହି ରୋଗ ହୁଏ ।[] ନିର୍ଦ୍ଦିଷ୍ଟ ରୋଗ ପ୍ରକାର ଉପରେ ପୁର୍ବାନୁମାନ କରାଯାଇପାରେ ।[] ମାତ୍ରାଧିକ ଗଣ୍ଠି ଚଳନ ପ୍ରଥମେ ହିପୋକ୍ରେଟସ (Hippocrates) ଖ୍ରୀ:ପୂ: ୪୦୦ରେ ଅନୁଶୀଳନ କରଥିଲେ ।[] ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଡେନମାର୍କର (Denmark) ଏଡଭାର୍ଡ ଏହଲର୍ସ (Edvard Ehlers) ଓ ଫ୍ରାନ୍‌ସର (France) ହେନରି-ଆଲେକଜାଣ୍ଡର ଡାନଲସ (Henri-Alexandre Danlos) ଏହି ରୋଗ ବିଷୟରେ ବର୍ଣ୍ଣନା କରିଥିଲେ ।[]

  1. 1 2 3 4 5 6 7 8 9 10 11 "Ehlers–Danlos syndrome". Genetics Home Reference. Retrieved 8 May 2016.
  2. 1 2 Anderson, Bryan E. (2012). The Netter Collection of Medical Illustrations - Integumentary System E-Book (in ଇଂରାଜୀ) (2 ed.). Elsevier Health Sciences. p. 235. ISBN 1455726648.
  3. 1 2 3 4 5 6 7 8 9 10 Lawrence, Elizabeth J. (2005). "The clinical presentation of Ehlers–Danlos syndrome". Advances in Neonatal Care. 5 (6): 301–14. doi:10.1016/j.adnc.2005.09.006. PMID 16338669.
  4. 1 2 3 Ferri, Fred F. (2016). Ferri's Netter Patient Advisor (in ଇଂରାଜୀ). Elsevier Health Sciences. p. 939. ISBN 9780323393249.
  5. Beighton, Peter H.; Grahame, Rodney; Bird, Howard A. (2011). Hypermobility of Joints. Springer. p. 1. ISBN 9781848820852.
  6. Byers PH, Murray ML (2012). "Heritable collagen disorders: the paradigm of Ehlers–Danlos syndrome". Journal of Investigative Dermatology. 132 (E1): E6–11. doi:10.1038/skinbio.2012.3. PMID 23154631.