Jump to content

ଏକଜିମା ହର୍ପେଟିକମ

ଉଇକିପିଡ଼ିଆ‌ରୁ
(Eczema herpeticumରୁ ଲେଉଟି ଆସିଛି)
Eczema herpeticum
Kaposi varicelliform eruption, pustulosis varioliformis acute, Kaposi-Juliusberg dermatitis
ବିଭାଗDermatology
ଅବଧିUp to six weeks
କାରଣHerpes simplex virus (HSV) type 1 or 2[]
ବିପଦ କାରକAtopic dermatitis (eczema), other forms of dermatitis, burns, ichthyoses[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, confirmed by testing[]
ସଠିକ ରୋଗ ନିର୍ଣ୍ଣୟImpetigo, hand-foot-and-mouth disease, disseminated herpes zoster, disseminated molluscum contagiosum, dermatitis herpetiformis, eczema vaccinatum[]
ଚିକିତ୍ସାAcyclovir, valacyclovir, supportive care[]
ପୁନଃପୌନିକRare[]

ଏକଜିମା ହର୍ପେଟିକମ ହେଉଛି ଏକ ବ୍ୟାପକ ଭୂତାଣୁ ସଂକ୍ରମଣ ରୋଗ ଯାହା ସ‌ହିତ ଛୋଟ ଛୋଟ ଚମ ଫୋଟକା ଥାଏ ।[] [] ଫୋଟକା ସାଧାରଣତଃ ଅନ୍ୟାନ୍ୟ ଚର୍ମ ସମସ୍ୟା ସ୍ଥାନରେ ଗୋଷ୍ଠୀ ଆକାରରେ ଆରମ୍ଭ ହୁଏ ଏବଂ ଯନ୍ତ୍ରଣାଦାୟକ ହୁଏ ।[] ଏହା ପରେ ଫୋଟକାଗୁଡ଼ିକ ଫାଟି ଯାଇ ଘାଆ ସୃଷ୍ଟି କରନ୍ତି ଓ ତା'ପରେ ରକ୍ତ ରଞ୍ଜିତ କ୍ରଷ୍ଟ ତିଆରି ହୁଏ । [] ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର ଏବଂ ଲସିକା ଗ୍ରନ୍ଥି ଫୁଲିଯାଏ ।[]ପ୍ରାୟ ଛଅ ସପ୍ତାହ ମଧ୍ୟରେ ରୋଗୀ ସୁସ୍ଥ ହୋଇଯାଏ ।[] ଜଟିଳତା ମଧ୍ୟରେ ଅନ୍ୟାନ୍ୟ ଜୀବାଣୁ ସଂକ୍ରମଣ ଏବଂ ଦୃଷ୍ଟିହାନୀ ହୋଇପାରେ ।[] []

ଏହା ସାଧାରଣତଃ ହର୍ପିସ ସିମ୍ପ୍ଲେକ୍ସ ଭୂତାଣୁ ଟାଇପ ୧ କିମ୍ବା ୨ଦ୍ୱାରା ହୁଏ ।[] ସାଧାରଣତଃ ଏହା ଆଟୋପିକ ଡର୍ମାଟାଇଟିସ ବା ଏକଜିମା ଥିବା ସ୍ଥାନରେ ପ୍ରଥମେ ହୁଏ ଯଦିଓ ଏହା ଅନ୍ୟ ପ୍ରକାରର ଚର୍ମ ରୋଗ, ପୋଡାଜଳା, ଏବଂ ଇକଥିଓସିସ ଥିବା ସ୍ଥାନରେ ହୋଇପାରେ ।[] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ଏବଂ ଭୂତାଣୂ କଲଚର କିମ୍ବା ପିସିଆର (PCR) ସାହାଯ୍ୟରେ ନିଶ୍ଚିତ କରାଯାଇପାରେ ।[] କକ୍ସ ସାକିଭୂତାଣୂ ଏ୧୬ (A16) କିମ୍ବା ଭାକସିନିଆ ଭୂତାଣୁ (ଏକଜେମା ଟିକା) ଏହିପରି ଅବସ୍ଥା ସୃଷ୍ଟି କରିପାରେ।[]

ଆସାଇକ୍ଲୋଭିର କିମ୍ବା ଭାଲାସାଇକ୍ଲୋଭିର ଔଷଧ ସହିତ ଚିକିତ୍ସା ତୁରନ୍ତ ଆରମ୍ଭ ହେବା ଉଚିତ୍ ।[] ଶିରାଭ୍ୟନ୍ତର ତରଳ ପଦାର୍ଥ, ପୁଷ୍ଟିକର ଖାଦ୍ୟ ଏବଂ ଯନ୍ତ୍ରଣା ନିବାରକ ଔଷଧ ସହିତ ସହାୟକ ଯତ୍ନ ମଧ୍ୟ ଆବଶ୍ୟକ ହୋଇପାରେ ।[] ଉପଯୁକ୍ତ ଚିକିତ୍ସା ସହିତ କ୍ୱଚିତ ମୃତ୍ୟୁ ହୁଏ ।[][] କେତେକ କ୍ଷେତ୍ରରେ ତଥାପି ପ୍ରଭାବିତ ସ୍ଥାନରେ ହେଉଥିବା କାର୍ଯ୍ୟର ସ୍ଥାୟୀ କ୍ଷତି ହୋଇଯାଏ ।[]

ଆଟୋପିକ୍ ଡର୍ମାଟାଇଟିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ୩% ଲୋକଙ୍କୁ ଏକଜିମା ହର୍ପେଟିକମ ପ୍ରଭାବିତ କରିଥାଏ। [] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ଏହାକୁ ପ୍ରଥମେ ୧୮୮୭ ମସିହାରେ ମୋରିଜ୍ କାପୋସି ବର୍ଣ୍ଣନା କରିଥିଲେ ।[] [] ଆଟୋପିକ୍ ଡର୍ମାଟାଇଟିସ୍ ସ୍ଥାନରେ ଏହା ହେଲେ ତାହାକୁ "ଏକଜେମା ହର୍ପେଟିକମ" କ‌ହନ୍ତି ଏବଂ ଅନ୍ୟାନ୍ୟ ଚର୍ମ ରୋଗ ସ୍ଥାନରେ ହେଲେ ତାହାକୁ "କାପୋସି ଭାରିସେଲିଫର୍ମ ଫୋଟକା" ଶବ୍ଦ କେତେକ ଚିକିତ୍ସକ ବ୍ୟବହାର କରନ୍ତି । []

  1. 1 2 3 4 5 6 7 8 9 10 "Eczema herpeticum | DermNet NZ". dermnetnz.org. Archived from the original on 24 May 2022. Retrieved 20 June 2022.
  2. 1 2 3 4 5 6 7 8 9 10 11 12 13 14 15 Xiao, A; Tsuchiya, A (January 2022). "Eczema Herpeticum". PMID 32809616. {{cite journal}}: Cite journal requires |journal= (help)
  3. 1 2 3 Damour, Alexia; Garcia, Magali; Seneschal, Julien; Lévêque, Nicolas; Bodet, Charles (August 2020). "Eczema Herpeticum: Clinical and Pathophysiological Aspects". Clinical Reviews in Allergy & Immunology. 59 (1): 1–18. doi:10.1007/s12016-019-08768-3. ISSN 1559-0267. PMID 31836943.