ଏକଜିମା ହର୍ପେଟିକମ

ଉଇକିପିଡ଼ିଆ‌ରୁ
Eczema herpeticum
Kaposi varicelliform eruption, pustulosis varioliformis acute, Kaposi-Juliusberg dermatitis
ବିଭାଗDermatology
ଅବଧିUp to six weeks
କାରଣHerpes simplex virus (HSV) type 1 or 2[୧]
ବିପଦ କାରକAtopic dermatitis (eczema), other forms of dermatitis, burns, ichthyoses[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, confirmed by testing[୧]
ସଠିକ ରୋଗ ନିର୍ଣ୍ଣୟImpetigo, hand-foot-and-mouth disease, disseminated herpes zoster, disseminated molluscum contagiosum, dermatitis herpetiformis, eczema vaccinatum[୨]
ଚିକିତ୍ସାAcyclovir, valacyclovir, supportive care[୨]
ପୁନଃପୌନିକRare[୩]

ଏକଜିମା ହର୍ପେଟିକମ ହେଉଛି ଏକ ବ୍ୟାପକ ଭୂତାଣୁ ସଂକ୍ରମଣ ରୋଗ ଯାହା ସ‌ହିତ ଛୋଟ ଛୋଟ ଚମ ଫୋଟକା ଥାଏ ।[୧] [୨] ଫୋଟକା ସାଧାରଣତଃ ଅନ୍ୟାନ୍ୟ ଚର୍ମ ସମସ୍ୟା ସ୍ଥାନରେ ଗୋଷ୍ଠୀ ଆକାରରେ ଆରମ୍ଭ ହୁଏ ଏବଂ ଯନ୍ତ୍ରଣାଦାୟକ ହୁଏ ।[୨] ଏହା ପରେ ଫୋଟକାଗୁଡ଼ିକ ଫାଟି ଯାଇ ଘାଆ ସୃଷ୍ଟି କରନ୍ତି ଓ ତା'ପରେ ରକ୍ତ ରଞ୍ଜିତ କ୍ରଷ୍ଟ ତିଆରି ହୁଏ । [୨] ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର ଏବଂ ଲସିକା ଗ୍ରନ୍ଥି ଫୁଲିଯାଏ ।[୨]ପ୍ରାୟ ଛଅ ସପ୍ତାହ ମଧ୍ୟରେ ରୋଗୀ ସୁସ୍ଥ ହୋଇଯାଏ ।[୨] ଜଟିଳତା ମଧ୍ୟରେ ଅନ୍ୟାନ୍ୟ ଜୀବାଣୁ ସଂକ୍ରମଣ ଏବଂ ଦୃଷ୍ଟିହାନୀ ହୋଇପାରେ ।[୧] [୨]

ଏହା ସାଧାରଣତଃ ହର୍ପିସ ସିମ୍ପ୍ଲେକ୍ସ ଭୂତାଣୁ ଟାଇପ ୧ କିମ୍ବା ୨ଦ୍ୱାରା ହୁଏ ।[୧] ସାଧାରଣତଃ ଏହା ଆଟୋପିକ ଡର୍ମାଟାଇଟିସ ବା ଏକଜିମା ଥିବା ସ୍ଥାନରେ ପ୍ରଥମେ ହୁଏ ଯଦିଓ ଏହା ଅନ୍ୟ ପ୍ରକାରର ଚର୍ମ ରୋଗ, ପୋଡାଜଳା, ଏବଂ ଇକଥିଓସିସ ଥିବା ସ୍ଥାନରେ ହୋଇପାରେ ।[୨] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ଏବଂ ଭୂତାଣୂ କଲଚର କିମ୍ବା ପିସିଆର (PCR) ସାହାଯ୍ୟରେ ନିଶ୍ଚିତ କରାଯାଇପାରେ ।[୧] କକ୍ସ ସାକିଭୂତାଣୂ ଏ୧୬ (A16) କିମ୍ବା ଭାକସିନିଆ ଭୂତାଣୁ (ଏକଜେମା ଟିକା) ଏହିପରି ଅବସ୍ଥା ସୃଷ୍ଟି କରିପାରେ।[୧]

ଆସାଇକ୍ଲୋଭିର କିମ୍ବା ଭାଲାସାଇକ୍ଲୋଭିର ଔଷଧ ସହିତ ଚିକିତ୍ସା ତୁରନ୍ତ ଆରମ୍ଭ ହେବା ଉଚିତ୍ ।[୨] ଶିରାଭ୍ୟନ୍ତର ତରଳ ପଦାର୍ଥ, ପୁଷ୍ଟିକର ଖାଦ୍ୟ ଏବଂ ଯନ୍ତ୍ରଣା ନିବାରକ ଔଷଧ ସହିତ ସହାୟକ ଯତ୍ନ ମଧ୍ୟ ଆବଶ୍ୟକ ହୋଇପାରେ ।[୨] ଉପଯୁକ୍ତ ଚିକିତ୍ସା ସହିତ କ୍ୱଚିତ ମୃତ୍ୟୁ ହୁଏ ।[୧][୨] କେତେକ କ୍ଷେତ୍ରରେ ତଥାପି ପ୍ରଭାବିତ ସ୍ଥାନରେ ହେଉଥିବା କାର୍ଯ୍ୟର ସ୍ଥାୟୀ କ୍ଷତି ହୋଇଯାଏ ।[୨]

ଆଟୋପିକ୍ ଡର୍ମାଟାଇଟିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ୩% ଲୋକଙ୍କୁ ଏକଜିମା ହର୍ପେଟିକମ ପ୍ରଭାବିତ କରିଥାଏ। [୩] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୨] ଏହାକୁ ପ୍ରଥମେ ୧୮୮୭ ମସିହାରେ ମୋରିଜ୍ କାପୋସି ବର୍ଣ୍ଣନା କରିଥିଲେ ।[୧] [୩] ଆଟୋପିକ୍ ଡର୍ମାଟାଇଟିସ୍ ସ୍ଥାନରେ ଏହା ହେଲେ ତାହାକୁ "ଏକଜେମା ହର୍ପେଟିକମ" କ‌ହନ୍ତି ଏବଂ ଅନ୍ୟାନ୍ୟ ଚର୍ମ ରୋଗ ସ୍ଥାନରେ ହେଲେ ତାହାକୁ "କାପୋସି ଭାରିସେଲିଫର୍ମ ଫୋଟକା" ଶବ୍ଦ କେତେକ ଚିକିତ୍ସକ ବ୍ୟବହାର କରନ୍ତି । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Eczema herpeticum | DermNet NZ". dermnetnz.org. Archived from the original on 24 May 2022. Retrieved 20 June 2022.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Xiao, A; Tsuchiya, A (January 2022). "Eczema Herpeticum". PMID 32809616. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ Damour, Alexia; Garcia, Magali; Seneschal, Julien; Lévêque, Nicolas; Bodet, Charles (August 2020). "Eczema Herpeticum: Clinical and Pathophysiological Aspects". Clinical Reviews in Allergy & Immunology. 59 (1): 1–18. doi:10.1007/s12016-019-08768-3. ISSN 1559-0267. PMID 31836943.