ଆତପଦାହ

ଉଇକିପିଡ଼ିଆ‌ରୁ
Sunburn
A sunburned neck
ବିଭାଗDermatology
ଲକ୍ଷଣInitial: Red, hot, tender skin[୧]
Later: Skin peeling[୧]
ଆକ୍ରାନ୍ତ ସମୟ2 to 6 hrs after exposure[୧]
କାରଣSun exposure, tanning salons[୧]
ବିପଦ କାରକLighter skin, living near the equator, high elevation, between 10 am and 2 pm, clear skies, reflection from snow[୧]
ସଠିକ ରୋଗ ନିର୍ଣ୍ଣୟDermatomyositis, erysipelas, staphylococcal scalded skin syndrome, Sezary syndrome, photodermatitis[୨]
ପ୍ରତିକାରAvoiding the sun around midday, sunscreen, sun protective clothing[୧]
ଚିକିତ୍ସାPain medication (NSAIDs), moisturizer[୧][୨]
PrognosisUsually good[୨]
ପୁନଃପୌନିକ34% per year (USA)[୨]

ଆତପଦାହ ଏକ ରୋଗ ଯାହା ସୂର୍ଯ୍ୟକିରଣର ଅଲଟ୍ରାଭାୟୋଲେଟ ସଂସ୍ପର୍ଶରେ ଆସିବା ଯୋଗୁ ହୁଏ ଓ ଏଥିରେ ଚମ ଫୁଲି ଲାଲ ପଡ଼ିଯାଏ ।[୧] ସଂସ୍ପର୍ଶରେ ଆସିବାର ୨ରୁ ୬ ଘଣ୍ଟା ପରେ ଏହି ରୋଗ ଆରମ୍ଭ ହୁଏ । [୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଉଷ୍ମତା ଏବଂ ଫୋଟକା ହୋଇପାରେ ।[୧] କିଛି ଦିନ ପରେ ଚର୍ମ ଉଠିଯାଏ । [୧] ରୋଗ ଜଟିଳ ହେଲେ ନିର୍ଜଳନ, ସଂକ୍ରମଣ, ଚର୍ମ କର୍କଟ, ଚର୍ମ ବାର୍ଦ୍ଧକ୍ୟ ଏବଂ ବାଦାମୀ ଦାଗ ହୋଇପାରେ । [୧]

ଏହା ସାଧାରଣତଃ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ହେତୁ ଘଟିଥାଏ, ଯଦିଓ ଟ୍ୟାନିଂ ସାଲୋନ ପରି ଅନ୍ୟ ଉତ୍ସରୁ ମଧ୍ୟ ଏହା ହୋଇପାରେ ।[୧] ହାଲୁକା ଚର୍ମ ଥିବା ବ୍ୟକ୍ତିଙ୍କର ଏହି ରୋଗ ସମ୍ଭାବନା ଅଧିକ ଥାଏ । [୧] ଅନ୍ୟାନ୍ୟ ବିପଦ କାରକଗୁଡ଼ିକ ମଧ୍ୟରେ ଇକ୍ୟୁଏଟର ନିକଟରେ ରହିବା, ଅତି ଉଚ୍ଚତା, ସକାଳ ୧୦ରୁ ଦିନ ୨ଟା ମଧ୍ୟରେ, ସ୍ୱଚ୍ଛ ଆକାଶ, ବରଫରୁ ପ୍ରତିଫଳନ ଏବଂ କିଛି ଔଷଧ ଯୋଗୁ ହୋଇପାରେ । [୧] [୨] ଜଡିତ ଔଷଧଗୁଡ଼ିକ ମଧ୍ୟରେ ଡକ୍ସିସାଇକ୍ଲିନ୍ ଏବଂ ହାଇଡ୍ରୋକ୍ଲୋରୋଥିଆଜାଇଡ ହୋଇପାରେ । [୨] ଆଘାତର ଅନ୍ତର୍ନିହିତ ପ୍ରଣାଳୀରେ ଡିଏନ୍ଏ କ୍ଷତି ଅନ୍ତର୍ଭୁକ୍ତ ଏବଂ ପରେ ପ୍ରୋଗ୍ରାମ ହୋଇଥିବା କୋଷ ମୃତ୍ୟୁ ଯୋଗୁ ହୋଇଥାଏ ।[୨]

ପ୍ରତିଷେଧକ ବ୍ୟବସ୍ଥାରେ ମଧ୍ୟାହ୍ନ ସମୟରେ ସୂର୍ଯ୍ୟକିରଣ ଏଡ଼େଇବା, ସୂର୍ଯ୍ୟ ପରଦା ଏବଂ ସୂର୍ଯ୍ୟ ପ୍ରତିରକ୍ଷା ପୋଷାକ ବ୍ୟବ‌ହାର କରାଯାଏ । [୧] ଚିକିତ୍ସାରେ ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟରୀ ଔଷଧ ଏବଂ ମଶ୍ଚରାଇଜର ଦିଆଯାଏ । [୧] [୨] ପ୍ରବଳ ସୂର୍ଯ୍ୟକିରଣ ଯୋଗୁ ହୋଇଥିଲେ ରିଙ୍ଗର ଲାକ୍ଟେଟ୍ ପରି ଶିରାଭ୍ୟନ୍ତର ତରଳ ପଦାର୍ଥ ଆବଶ୍ୟକ ହୋଇପାରେ ।[୨]

୨୦୧୫ ମସିହାରେ ଯୁକ୍ତରାଷ୍ଟ୍ର ଜନସଂଖ୍ୟାର ପ୍ରାୟ ୩୪% ଏହି ରୋଗରେ ପିଡ଼ିତ ହୋଇଥିଲେ ।[୨] ଅଳ୍ପ ବୟସର ଯୁବକମାନଙ୍କର ଏହି ରୋଗ ଅଧିକ ହୋଇପାରେ । [୨] ୧୮୨୦ ମସିହା ପୂର୍ବରୁ ବିଶ୍ୱରେ ଏହା ଉତ୍ତାପ ଯୋଗୁ ହେଉଥିବା ବିଶ୍ୱାସ କରାଯାଉଥିଲା ।[୩] ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୂର୍ଯ୍ୟ ପରଦା ପ୍ରଥମେ ବିକଶିତ ହୋଇଥିଲା | [୩]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Sunburn | DermNet NZ". dermnetnz.org. Archived from the original on 11 April 2021. Retrieved 10 July 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Guerra, KC; Urban, K; Crane, JS (January 2021). "Sunburn". PMID 30521258. {{cite journal}}: Cite journal requires |journal= (help)
  3. ୩.୦ ୩.୧ Wang, Steven Q.; Lim, Henry W. (6 April 2016). Principles and Practice of Photoprotection (in ଇଂରାଜୀ). Springer. p. 339. ISBN 978-3-319-29382-0. Archived from the original on 29 August 2021. Retrieved 10 July 2021.