ଡୋରାଭାଇରାଇନ/ଲାମିଭୁଡାଇନ/ଟେନୋଫୋଭିର
| Combination of | |
|---|---|
| Doravirine | Non-nucleoside reverse transcriptase inhibitor |
| Lamivudine | Nucleoside reverse transcriptase inhibitor |
| Tenofovir disoproxil | Nucleotide reverse transcriptase inhibitor |
| Clinical data | |
| Trade names | Delstrigo |
| Synonyms | Doravirine/lamivudine/tenofovir disoproxil fumarate, MK-1439A |
| AHFS/Drugs.com | monograph |
| MedlinePlus | a618049 |
| data | |
| Legal status | |
| Legal status | |
ଡୋରାଭାଇରାଇନ/ଲାମିଭୁଡାଇନ/ଟେନୋଫୋଭିର (ଇଂରାଜୀ ଭାଷାରେ Doravirine/lamivudine/tenofovir), ଡେଲଷ୍ଟ୍ରିଗୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହାକି ଏଚଆଇଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପ୍ରାରମ୍ଭିକ ଚିକିତ୍ସା ଭାବରେ ବ୍ୟବହୃତ ହୋଇପାରେ।[୨] ଜଣେ ବ୍ୟକ୍ତି ଆବଶ୍ୟକ କରୁଥିବା ଏହା ଏକମାତ୍ର ଔଷଧ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଅଇ, ଏବଂ ଅସ୍ୱାଭାବିକ ସ୍ୱପ୍ନ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା, ଓଷ୍ଟିଓପୋରୋସିସ ଏବଂ ପ୍ରତିରକ୍ଷା ପୁନଃ ନିର୍ମାଣ ସିଣ୍ଡ୍ରୋମ ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୪] ଏଥିରେ ଡୋରାଭାଇରାଇନ, ଏକ ଅଣ-ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ରିପାଟେଜ ଇନହିବିଟର (NNRTI), ଏବଂ ଲାମିଭୁଡିନ ଓ ଟେନୋଫୋଭିର ଡିସପ୍ରୋକ୍ସିଲ, ଉଭୟ ନ୍ୟୁକ୍ଲିଓସାଇଡ ଆନାଲଗ ରିଭର୍ସ ଟ୍ରାନ୍ସକ୍ରିପଟେଜ ଇନିହିବିଟର ଥାଏ ।[୨]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୩] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୫୮୦ ପାଉଣ୍ଡ ହୋଇଥାଏ । [୫] କାନାଡାରେ ଏହି ପରିମାଣର ମୂଲ୍ୟ ପ୍ରାୟ ୮୬୫ କାନାଡ଼ା ଡଲାର ଥିବାବେଳେ ଯୁକ୍ତରାଷ୍ଟ୍ରରେ ଏହା ପ୍ରାୟ ୨୨୫୦ ଡଲାର ଅଟେ ।[୬] [୭]
ଆଧାର
[ସମ୍ପାଦନା]- ↑ "Delstrigo 100 mg /300 mg /245 mg film-coated tablets - Summary of Product Characteristics (SmPC)". (emc). 8 July 2020. Archived from the original on 28 August 2021. Retrieved 1 October 2020.
- 1 2 3 4 5 6 7 8 9 "Delstrigo- doravirine, lamivudine, and tenofovir disoproxil fumarate tablet, film coated". DailyMed. 10 October 2019. Archived from the original on 1 February 2021. Retrieved 31 July 2020.
- 1 2 "Delstrigo EPAR". European Medicines Agency (EMA). Archived from the original on 28 October 2020. Retrieved 1 October 2020.
- ↑ "Doravirine / lamivudine / tenofovir (Delstrigo) Use During Pregnancy". Drugs.com (in ଇଂରାଜୀ). Archived from the original on 22 November 2021. Retrieved 27 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 692. ISBN 978-0857114105.
- ↑ Canadian Agency for Drugs and Technologies in Health (June 2019). "Common Drug Review New Combination Product: Doravirine/Lamivudine/Tenofovir Disoproxil Fumarate Fixed-Dose Combination (Delstrigo)". CADTH Common Drug Reviews. Ottawa (ON). PMID 31393687. Archived from the original on 28 August 2021. Retrieved 3 May 2021.
- ↑ "Delstrigo Prices, Coupons & Savings Tips - GoodRx". GoodRx. Retrieved 27 December 2021.