ଢୋଲ
ଢୋଲ (ହିନ୍ଦୀରେ ढोलक ) ଏକ ଦକ୍ଷିଣ ଏସିଆ ଦେଶ ମାନଙ୍କରେ ବହୁଳ ଭାବରେ ପ୍ରଚଳିତ ବାଦ୍ୟ ଯନ୍ତ୍ର । ଏହାର ଉଭୟ ପଟରେ ହାତରେ ବଜା ଯାଇଥାଏ ।

ନିର୍ମାଣ [ସମ୍ପାଦନା]
ଢୋଲର ସାନ ପରଦା ଛେଳି ଚମଡ଼ାରେ ତିଆରି ହେଇଥିବା ବେଳେ ବୃହତ ପରଦାଟି ସାଧାରଣତ ମହିଷୀ ଚମଡ଼ାରେ ତିଆରି ହେଇଥାଏ । ଯାହାଦ୍ୱାରା ଏହାର ବାଦନ ବେଳେ ଗଭୀର ଓ ତ୍ରିଗୁଣ ଝଙ୍କାରର ସମ୍ମିଳିତ ସ୍ୱର ଆସେ ।[୧][୨][୩]


ବ୍ୟବହାର [ସମ୍ପାଦନା]
ଢୋଲର ବ୍ୟବହାର କବାଲି, କୀର୍ତନ, ଭାଙ୍ଗରା ନାଚ ଆଦିରେ ହୁଏ । ଏହା ପୂର୍ବରୁ କ୍ଲାସିକାଲ ନୃତ୍ୟରେ ମଧ୍ୟ ବ୍ୟବହାର ହେଉଥିଲା । ବିବାହ ଆଦି ଘରୋଇ ପାର୍ବଣ ସମୟରେ ଏହାର ବହୁଳ ବ୍ୟବହାର ହୋଇ ଆସୁଛି । କିଛି ଫିଲ୍ମ ଗାନାରେ ମଧ୍ୟ ଢୋଲର ବ୍ୟବହାର ହେଇଥାଏ । ଢୋଲର ପରଦା ମଝିରେ ବିଭିନ୍ନ ପ୍ରକାର ପ୍ରସ୍ତୁତ ପ୍ରଲେପ ଦେଇ ତାହାର ସ୍ୱରକୁ ଭିନ୍ନ ପ୍ରକାର ମଧ୍ୟ କରାଯାଇଥାଏ ।
ବାଦନ ଶୈଳୀ [ସମ୍ପାଦନା]
ଢୋଲ ପ୍ରାୟତଃ ବସିଥିବା ଅବସ୍ଥାରେ ବଜା ଯାଏ । ଠିଆ ହେଇଥିବା ଅବସ୍ଥାରେ ବଜେଇବାକୁ ତାହାକୁ କାନ୍ଧରେ ଝୁଲେଇବାକୁ ହେଇଥାଏ । ଉଭୟ ହାତ ବ୍ୟବହାର କରି ବଜେଇବାକୁ ହୁଏ । ପଞ୍ଜାବ ଅଞ୍ଚଳରେ ଅଙ୍ଗୁଳିରେ ଲୁହା ରିଂ ପରିଧାନ କରି ଢୋଲ ବଜାଇ ସେଥିରୁ ଭିନ୍ନ ଶବ୍ଦ ମଧ୍ୟ ବାହାର କରାଯାଇଥାଏ । ତାକୁ 'ଚକ ଋଂ ' ସ୍ୱର କୁହାଯାଏ । ରାଜସ୍ଥାନୀ ବାଦକମାନେ ହାତର ସମସ୍ତ ଅଙ୍ଗୁଳି ବ୍ୟବହାର କରିଥାନ୍ତି । ବଡ଼ ଆକାରର ଢୋଲକୁ କେତେକ ଜାଗାରେ ବାଉଁଶ କାଠିଦ୍ୱାରା ମଧ୍ୟ ବଜାଯାଇଥାଏ ।
ପ୍ରକାରଭେଦ [ସମ୍ପାଦନା]
ପଶ୍ଚିମ ଏସିଆରେ ଏହି ଢୋଲର ଅନ୍ୟ ପ୍ରକାର ଭେଦ ସବୁ ବ୍ୟବହାର ହଉଥିବାର ଦେଖାଯାଏ ।
ଅଧିକ ପଠନ [ସମ୍ପାଦନା]
- ମାଦଳ
- ଡ୍ରାମ
- ତବଲା
- ମୃଦଙ୍ଗମ
ଆଧାର[ସମ୍ପାଦନା]
- ↑ Courtney, David. "Dholak - North Indian Hand Drum". Chandrakantha.com. Retrieved 2013-03-03.
- ↑ "Dholak Sounds pi". Soundsnap.com. Retrieved 2013-03-03.
- ↑ "Information about Dholak, Indian Percussion Instrument". Dholak.com. Retrieved 2013-03-03.