ଲବଙ୍ଗ
ଦେଖଣା
(Cloveରୁ ଲେଉଟି ଆସିଛି)
| ଲବଙ୍ଗ | |
|---|---|
| Scientific classification | |
| Kingdom: | |
| Division: | Magnoliophyta
|
| Class: | Magnoliopsida
|
| Order: | Myrtales
|
| Family: | Myrtaceae
|
| Genus: | Syzygium
|
| Species: | S. aromaticum
|
| Binomial name | |
| Syzygium aromaticum (L.) Merrill & Perry
| |
ଲବଙ୍ଗ ଗଛର ଶୁଖିଲା କଢ଼କୁ ସାଧାରଣତଃ ଲବଙ୍ଗ କୁହାଯାଏ । ଲବଙ୍ଗ ମୂଳତଃ ଇଣ୍ଡୋନେସିଆରୁ ଆସିଛି । ଲବଙ୍ଗ ଗୋଟିଏ ଚିରହରିତ୍ ଗଛ ଅଟେ ଓ ୮-୧୨ ମି. ପର୍ଯ୍ୟନ୍ତ ବଢ଼ିଥାଏ । ଖିଆଯାଉଥିବା ଅଂଶଟି ହେଉଛି ଶୁଖିଲା କଢ଼ । ଇଣ୍ଡୋନେସିଆ, ଜାଞ୍ଜିବର, ମାଡାଗାସ୍କାର୍, ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କାରେ ଲବଙ୍ଗ ଚାଷ କରାଯାଏ ।
ରାନ୍ଧିବାରେ ବ୍ୟବହାର
[ସମ୍ପାଦନା]
ଗୋଟା କିମ୍ବା ଗୁଣ୍ଡ ଲବଙ୍ଗ ରାନ୍ଧିବାରେ ବ୍ୟବହାର କରାଯାଏ । ମାଂସର ସୁଗନ୍ଧ ବଢ଼ାଇବାରେ ମଧ୍ୟ ଲବଙ୍ଗ ସାହାଯ୍ୟ କରେ । ଭାରତରେ ଲବଙ୍ଗ ଗୋଟିଏ ପ୍ରମୁଖ ମସଲା ଅଟେ ।
ଇତିହାସ
[ସମ୍ପାଦନା]ପର୍ତ୍ତୁଗାଲରେ ଲବଙ୍ଗ ବ୍ୟବସାୟ କରାଯାଉଥିଲା । ଅତୀତରେ ଲବଙ୍ଗ ଅତି ଦୁର୍ମୂଲ୍ୟ ଥିଲା, ଅର୍ଥାତ ୧ କି.ଗ୍ରା. ଲବଙ୍ଗ ୭ ଗ୍ରା. ସୁନା ସହିତ ସମାନ ଥିଲା ।
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଲବଙ୍ଗ
ବାବଦରେ ମାଧ୍ୟମ ରହିଛି ।
| ଏହି ଜୀବ ବିଜ୍ଞାନ ଲେଖାଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |