ସିକ୍ଲେସୋନାଇଡ
Clinical data | |
---|---|
Trade names | Alvesco, Omnaris, Omniair, others |
Synonyms | (11β, 16α)-16, 17-[[(R)-cyclohexylmethylene]bis(oxy)]-11-hydroxy-21- (2-methyl-1-oxopropoxy)- pregna-1, 4-diene-3, 20-dione |
AHFS/Drugs.com | Inhaled: monograph Nose: monograph |
MedlinePlus | a607008 |
Pregnancy category | |
Routes of administration | Inhalation, nose spray |
Legal status | |
Legal status | |
Identifiers | |
| |
ECHA InfoCard | 100.210.908 |
Chemical and physical data | |
Formula | C32H44O7 |
Molar mass | ୫୪୦.୭0 g·mol−1 |
3D model (JSmol) | |
| |
| |
(verify) |
ସିକ୍ଲେସୋନାଇଡ (ଇଂରାଜୀ ଭାଷାରେ Ciclesonide), ଅନ୍ୟମାନଙ୍କ ମଧ୍ୟରେ ଓମନାରିସ ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଆଜମା ଏବଂ ଆଲର୍ଜିକ ନାକ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଆଜମା ପାଇଁ ଏହା ପ୍ରଶ୍ୱାସରେ ନାକ ସ୍ପ୍ରେ ଭାବରେ ନିଆଯାଏ । ବ୍ୟବହୃତ ହୁଏ ।[୧] [୨]
ପ୍ରଶ୍ୱାସରେ ନେବା ବ୍ୟବହାର କଲାବେଳେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଉପର ଶ୍ୱାସନଳୀ ସଂକ୍ରମଣ, ଯନ୍ତ୍ରଣା, ଥ୍ରଶ୍ ବା କବକ ସଂକ୍ରମଣ ଏବଂ ନିମୋନିଆ ହୋଇପାରେ ।[୧] ନାକରେ ସ୍ପ୍ରେ କରାଯିବା ସମୟରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ରକ୍ତସ୍ରାବ, ମୁଣ୍ଡବିନ୍ଧା, କାନ ଯନ୍ତ୍ରଣା ଏବଂ ଗଳା ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗ୍ଲୁକୋମା ଏବଂ ଆଡ୍ରେନାଲ୍ ଅଭାବ ହୋଇପାରେ | [୩] ଗର୍ଭାବସ୍ଥାରେ ସୁରକ୍ଷା ବିଷୟ ଭଲ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ କର୍ଟିକୋଷ୍ଟେରଏଡ୍, ବିଶେଷ ଭାବରେ ଏକ ଗ୍ଲୁକୋକର୍ଟିକଏଡ୍ ।[୧] [୨]
୧୯୯୦ରେ ସିକ୍ଲୋନାଇଡ ପେଟେଣ୍ଟ ହୋଇଥିଲା ଏବଂ ୨୦୦୫ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ୨୦୦୬ରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା ।[୫] ବୁଡୋସୋନାଇଡର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[୬] ଯୁକ୍ତରାଜ୍ୟରେ ୧୬୦ ମାଇକ୍ରୋଗ୍ରାମ୍ ବିଶିଷ୍ଟ ୧୨୦ ମାତ୍ରାର ଇନହେଲରର ମୂଲ୍ୟ ୩୮ ପାଉଣ୍ଡ ଅଟେ ।[୭] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬୦ ଡଲାର ଅଟେ । [୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Ciclesonide (Systemic, Oral Inhalation) Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 4 January 2022.
- ↑ ୨.୦ ୨.୧ ୨.୨ ୨.୩ "Ciclesonide (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 11 March 2016. Retrieved 4 January 2022.
- ↑ ୩.୦ ୩.୧ "DailyMed - ALVESCO- ciclesonide aerosol, metered". dailymed.nlm.nih.gov. Archived from the original on 17 April 2021. Retrieved 4 January 2022.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 488. ISBN 9783527607495. Archived from the original on 2021-03-21. Retrieved 2020-12-21.
- ↑ "FDA News Release. FDA Approves New Treatment for Allergies". Food and Drug Administration. 2006-10-23. Archived from the original on 2016-10-23. Retrieved 2009-07-30.
- ↑ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 278. ISBN 978-0857114105.
- ↑ "Alvesco Prices, Coupons & Savings Tips - GoodRx". GoodRx. Retrieved 4 January 2022.