ଦୀର୍ଘସ୍ଥାୟୀ ଶିରା ନ୍ୟୁନ ପ୍ରବାହ

ଉଇକିପିଡ଼ିଆ‌ରୁ
(Chronic venous insufficiencyରୁ ଲେଉଟି ଆସିଛି)
Chronic venous insufficiency
Chronic venous disease, chronic peripheral venous insufficiency
Chronic venous insufficiency
ବିଭାଗVascular surgery
ଲକ୍ଷଣLower leg swelling, skin changes, leg discomfort[୧]
ଅବଧିLong term[୧]
ବିପଦ କାରକGenetics, high blood pressure, prolonged sitting, smoking, prior deep vein thrombosis, pregnancy, leg injury, prolonged standing[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିSymptoms and examination[୨]
ସଠିକ ରୋଗ ନିର୍ଣ୍ଣୟHeart failure, lymphedema, lipedema, dermatitis, cellulitis[୧][୨]
ଚିକିତ୍ସାLeg elevation, exercise, weight management, compression therapy, surgery[୧]
ପୁନଃପୌନିକCommon[୨]

ଦୀର୍ଘସ୍ଥାୟୀ ଶିରା ନ୍ୟନ ପ୍ରବାହ, ଅନ୍ୟନାମ କ୍ରନିକ ଭେନସ ଇନସଫିସିଏନ୍ସି / ସିଭିଆଇ (ଇଂରାଜୀ ଭାଷାରେ Chronic venous insufficiency/ CVI), ରୋଗରେ ଗୋଡର ଶିରାରୁ ସାଧାରଣ ଭାବରେ ରକ୍ତ ଫେରିବା ପରିବର୍ତ୍ତେ ଜମାଟ ବାନ୍ଧିଥାଏ | [୨] ଏହାର ଲକ୍ଷଣରେ ତଳ ଗୋଡ଼ ଫୁଲିଯାଏ, ଚର୍ମ ପରିବର୍ତ୍ତନ, ଏବଂ ଗୋଡରେ ଅସୁବିଧା ହୋଇପାରେ। [୧] ଚର୍ମ ପରିବର୍ତ୍ତନ ମଧ୍ୟରେ ଦୃଶ୍ୟମାନ କ୍ଷୁଦ୍ର ରକ୍ତନଳୀ ଏବଂ ଚର୍ମ ରଙ୍ଗର ପରିବର୍ତ୍ତନ ହୋଇପାରେ । [୨] ରୋଗ ଜଟିଳ ହେଲେ ଶିରା ଘାଅ, ଭେରିକୋଜ ଭେନ, ଏକଜେମା ଏବଂ ସେଲ୍ୟୁଲାଇଟିସ୍ ହୋଇପାରେ[୧]

ଏହାର ସଙ୍କଟ କାରକ ମଧ୍ୟରେ ଜେନେଟିକ୍ସ, ଉଚ୍ଚ ରକ୍ତଚାପ, ଦୀର୍ଘ ସମୟ ବସିରହିବା ବା ଠିଆ ହୋଇରହିବା, ଧୁମ୍ରପାନ, ଡିପ ଭେନ ଥ୍ରୋମ୍ବୋସିସ୍, ଗର୍ଭାବସ୍ଥା, ଗୋଡରେ ଆଘାତ ଯୋଗୁ ହୋଇପାରେ | [୧] [୨] ଶିରା ଭିତରେ ପଛୁଆ ପ୍ରବାହ କିମ୍ବା ବାଧାପ୍ରାପ୍ତ ପ୍ରବାହ ହେତୁ ଉଚ୍ଚ ଚାପ ହୋଇପାରେ | [୧] ରୋଗ ଲକ୍ଷଣ ଏବଂ ପରୀକ୍ଷା ଉପରେ ସାଧାରଣତଃ ରୋଗ ନିର୍ଣ୍ଣୟ ଆଧାରିତ ଓ ଅଲଟ୍ରାସାଉଣ୍ଡଦ୍ୱାରା ନିଶ୍ଚିତ କରାଯାଏ । [୨]

ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତ ଗୋଡକୁ ଟେକି ରଖାଯାଏ, ବ୍ୟାୟାମ, ଓଜନ ପରିଚାଳନା ଓ ଚାପ ପ୍ରୟୋଗ କରାଯାଏ | [୧] ଶିରା ଛଡ଼ାଇବା ବା ସ୍କ୍ଲେରୋଥେରାପି ଅସ୍ତ୍ରୋପଚାର କଲେ କିଛି ଉନ୍ନତି ହୋଇପାରେ | [୧] ଅସ୍ତ୍ରୋପଚାର ପରେ ସାଧାରଣତଃ ପୁନରାବୃତ୍ତି ହୁଏ | [୧] ସମୟକ୍ରମେ ରୋଗ ଅବସ୍ଥା ପ୍ରାୟ ଖରାପ ହୋଇଯାଏ | [୧]

ଦୀର୍ଘସ୍ଥାୟୀ ଶିରା ନ୍ୟନ ପ୍ରବାହ ଏକ ସାଧାରଣ ରୋଗ ଅଟେ | [୨] ଯୁକ୍ତରାଷ୍ଟ୍ରରେ ପ୍ରାୟ ୬.୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। [୧] ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ଅଣ-ପାଶ୍ଚାତ୍ୟ ଦେଶମାନଙ୍କରେ ଏହା ସାଧାରଣତଃ କମ୍ ଦେଖାଯାଏ | [୧] ପ୍ରାଚୀନ ଭାରତରେ ସୁଶ୍ରୁତ ଏବଂ ପରବର୍ତ୍ତୀ କାଳରେ ହିପୋକ୍ରାଟସ୍ ଏହି କ୍ରନିକ୍ ରୋଗର ବର୍ଣ୍ଣନା କରିଥିଲେ । [୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Patel, SK; Surowiec, SM (January 2020). "Venous Insufficiency". PMID 28613694. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Venous insufficiency". dermnetnz.org (in ଇଂରାଜୀ). DermNet NZ. Retrieved 11 February 2021.
  3. Abela, George S. (2004). Peripheral Vascular Disease: Basic Diagnostic and Therapeutic Approaches (in ଇଂରାଜୀ). Lippincott Williams & Wilkins. p. 473. ISBN 978-0-7817-4383-9.