କ୍ରନିକ ଟ୍ରମାଟିକ ଏନସେଫାଲୋପାଥି

ଉଇକିପିଡ଼ିଆ‌ରୁ
(Chronic traumatic encephalopathyରୁ ଲେଉଟି ଆସିଛି)
କ୍ରନିକ ଟ୍ରମାଟିକ ଏନସେଫାଲୋପାଥି (Chronic traumatic encephalopathy)
ଟ୍ରମାଟିକ ଏନସେଫାଲୋପାଥି ସିଣ୍ଡ୍ରୋମ (Traumatic encephalopathy syndrome), ଡିମେନସିଆ ପୁଜିଲିସ୍ଟିକା (dementia pugilistica),[୧] ପଞ୍ଚ ଡ୍ରଙ୍କ ସିଣ୍ଡ୍ରୋମ (punch drunk syndrome)
ସାଧାରଣ ମସ୍ତିଷ୍କ (ବାମ) ଓ କ୍ରନିକ ଟ୍ରମାଟିକ ଏନସେଫାଲୋପାଥି ଥିବା ମସ୍ତିଷ୍କ (ଡାହାଣ)
ବିଭାଗସ୍ନାୟୁ ବିଜ୍ଞାନ (Neurology), ମାନସିକ ରୋଗ ବିଜ୍ଞାନ psychiatry, କ୍ରୀଡ଼ା ମେଡିସିନ sports medicine
ଲକ୍ଷଣବ୍ୟବ‌ହାରିକ ସମସ୍ୟା, ମନୋଦଶା ସମସ୍ୟା (mood problem), ଭାବନା ସମସ୍ୟା [୧]
ଆକ୍ରାନ୍ତ ସମୟଆଘାତ ହେବାର ଅନେକ ବର୍ଷ ପରେ [୨]
କାରଣପୁନଃପୌନିକ ମୁଣ୍ଡ ଆଘାତ (head injuries)[୧]
ବିପଦ କାରକContact sports, military, ଘରୋଇ ଗାଳି, ସମ ଭାବ ଚଳନ ରୋଗ (repeated banging of the head[୧]
ରୋଗ ନିର୍ଣ୍ଣୟ ପଦ୍ଧତିଅଟୋପ୍ସି (Autopsy)[୧]
ସଠିକ ରୋଗ ନିର୍ଣ୍ଣୟଆଲଜିମର ରୋଗ, ପାର୍କିନ୍‌ସନ୍ ରୋଗ[୩]
ଚିକିତ୍ସାସୁରକ୍ଷାକାରୀ ଯତ୍ନ (Supportive care)[୩]
ପୁନଃପୌନିକଅନିଶ୍ଚିତ[୨]

କ୍ରନିକ ଟ୍ରମାଟିକ ଏନସେଫାଲୋପାଥି ବା ସିଟିଇ (ଇଂରାଜୀ ଭାଷାରେ Chronic traumatic encephalopathy/ CTE), ପୂର୍ବ ପରିଚିତ ଡିମେନ୍ସିଆ ପୁଜିଲିସ୍ଟିକା (dementia pugilistica), ଏକ ସ୍ନାୟୁ ଅବକ୍ଷୟ ରୋଗ (neurodegenerative disease) ଯାହା ବାରମ୍ବାର ମୁଣ୍ଡ ଆଘାତ (head injuries) ପ୍ରାପ୍ତ ଲୋକଙ୍କର ହୋଇପାରେ ।[୧] ଲକ୍ଷଣ ମଧ୍ୟରେ ବ୍ୟବ‌ହାରିକ ସମସ୍ୟା, ମନୋଦଶା ସମସ୍ୟା (mood problem) ଓ ଭାବନା ସମସ୍ୟା ଦେଖାଦିଏ । [୧] ଆଘାତ ପାଇବାର ଅନେକ ବର୍ଷ ପରେ ଏହି ରୋଗ ଆରମ୍ଭ ହୁଏ ।[୨] କ୍ରମଶଃ ଏହା ଖରାପ ଦିଗକୁ ଗତି କରି ସମୟ କ୍ରମେ ଡିମେନ୍ସିଆରେ ପରିଣତ ହୋଇଯାଏ । [୨] ଆତ୍ମହତ୍ୟା ସଙ୍କଟ ବଦଳିବା ସ୍ପଷ୍ଟ ହୋଇନାହିଁ । [୧]

ମୁଷ୍ଟି ଯୁଦ୍ଧ (boxing), ଆମେରିକାନ ଫୁଟବଲ (American football), ମଲ୍ଲ ଯୁଦ୍ଧ (wrestling), ତୁଷାର ହକି (ice hockey), ରଗବି (rugby) ଓ ଫୁଟବଲ/ସକ୍କର (soccer) ଭଳି କଣ୍ଟାକ୍ଟ କ୍ରୀଡ଼ାରେ (contact sports) ପରଷ୍ପର ଭିତରେ ଧକ୍କା ଲାଗି ଆଘାତ ପାଉଥିବା ଲୋକଙ୍କର ଏହି ରୋଗ ହୁଏ ।[୧][୪] ମିଲିଟାରୀ, ଘରୋଇ ହିଂସା (domestic violence) ଓ ବାରମ୍ବାର ମୁଣ୍ଡ ପିଟିବା ଯୋଗୁ ମଧ୍ୟ ଏହି ସଙ୍କଟ ରହିପାରେ ।[୧] ଏହି ରୋଗ ସୃଷ୍ଟି ହେବା ନିମନ୍ତେ ଆଘାତର ପରିମାଣ ଅଜ୍ଞାତ ଅଛି ।[୧] ସଠିକ ରୋଗ ନିର୍ଣ୍ଣୟ କେବଳ ଅଟୋପ୍ସିରୁ (autopsy) ଜଣାଯାଏ ।[୧] ଟ‌ଟୋପାଥିକୁ (tauopathy) ସ୍ନାୟୁ ଅବକ୍ଷୟ ରୋଗର ଏକ ଶ୍ରେଣୀରେ ଗଣନା କରାଯାଏ ।[୧]

ସନ ୨୦୧୮ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[୩] ଅଧିକ ମୁଣ୍ଡ ଆଘାତ ଇତିହାସ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୦% ଲୋକଙ୍କର ଏହି ରୋଗ ହେବା ଦେଖାଯାଏ ।[୧] ଜନସଂଖ୍ୟାର ହାର ହିସାବ ନାହିଁ ।[୨] ସନ ୧୯୨୦ରୁ ପୁନଃପୋନିକ ମୁଣ୍ଡ ଆଘାତରୁ ମସ୍ତିଷ୍କ ନଷ୍ଟ ହେବାର ଗବେଷଣା ଆରମ୍ଭ ହେଲା ଓ ସେତେବେଳେ ଏହାକୁ ଡିମେନସିଆ ପୁଜିଲିସ୍ଟିକା (dementia pugilistica),[୧] ପଞ୍ଚ ଡ୍ରଙ୍କ ସିଣ୍ଡ୍ରୋମ (punch drunk syndrome) ନାମ ଦିଆଯାଉଥିଲା ।[୧][୩] କେତେକ ଖେଳର ନିୟମ ପରିବର୍ତ୍ତନ କରି ଏହି ରୋଗର ପ୍ରତିଷେଧ କରିବାକୁ ଆଲୋଚନା କରାଯାଉଛି ।[୧]

ଏହାକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Asken, BM; Sullan, MJ; DeKosky, ST; Jaffee, MS; Bauer, RM (1 October 2017). "Research Gaps and Controversies in Chronic Traumatic Encephalopathy: A Review". JAMA Neurology. 74 (10): 1255–1262. doi:10.1001/jamaneurol.2017.2396. PMID 28975240.
  2. ୨.୦ ୨.୧ ୨.୨ ୨.୩ ୨.୪ Stein, TD; Alvarez, VE; McKee, AC (2014). "Chronic traumatic encephalopathy: a spectrum of neuropathological changes following repetitive brain trauma in athletes and military personnel". Alzheimer's research & therapy. 6 (1): 4. doi:10.1186/alzrt234. PMC 3979082. PMID 24423082.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ ୩.୨ ୩.୩ "Alzheimer's & Dementia". Alzheimer's Association. alz.org. Retrieved 21 September 2017.
  4. Maroon, Joseph C; Winkelman, Robert; Bost, Jeffrey; Amos, Austin C; Mathyssek, Christina; Miele, Vincent (2015). "Chronic Traumatic Encephalopathy in Contact Sports: A Systematic Review of All Reported Pathological Cases". PLoS One. 10 (2): e0117338. doi:10.1371/journal.pone.0117338. PMC 4324991. PMID 25671598.{{cite journal}}: CS1 maint: unflagged free DOI (link)

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ