କ୍ରନିକ ଟ୍ରମାଟିକ ଏନସେଫାଲୋପାଥି
କ୍ରନିକ ଟ୍ରମାଟିକ ଏନସେଫାଲୋପାଥି (Chronic traumatic encephalopathy) | |
---|---|
ଟ୍ରମାଟିକ ଏନସେଫାଲୋପାଥି ସିଣ୍ଡ୍ରୋମ (Traumatic encephalopathy syndrome), ଡିମେନସିଆ ପୁଜିଲିସ୍ଟିକା (dementia pugilistica),[୧] ପଞ୍ଚ ଡ୍ରଙ୍କ ସିଣ୍ଡ୍ରୋମ (punch drunk syndrome) | |
ବିଭାଗ | ସ୍ନାୟୁ ବିଜ୍ଞାନ (Neurology), ମାନସିକ ରୋଗ ବିଜ୍ଞାନ psychiatry, କ୍ରୀଡ଼ା ମେଡିସିନ sports medicine |
ଲକ୍ଷଣ | ବ୍ୟବହାରିକ ସମସ୍ୟା, ମନୋଦଶା ସମସ୍ୟା (mood problem), ଭାବନା ସମସ୍ୟା [୧] |
ଆକ୍ରାନ୍ତ ସମୟ | ଆଘାତ ହେବାର ଅନେକ ବର୍ଷ ପରେ [୨] |
କାରଣ | ପୁନଃପୌନିକ ମୁଣ୍ଡ ଆଘାତ (head injuries)[୧] |
ବିପଦ କାରକ | Contact sports, military, ଘରୋଇ ଗାଳି, ସମ ଭାବ ଚଳନ ରୋଗ (repeated banging of the head[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଅଟୋପ୍ସି (Autopsy)[୧] |
ସଠିକ ରୋଗ ନିର୍ଣ୍ଣୟ | ଆଲଜିମର ରୋଗ, ପାର୍କିନ୍ସନ୍ ରୋଗ[୩] |
ଚିକିତ୍ସା | ସୁରକ୍ଷାକାରୀ ଯତ୍ନ (Supportive care)[୩] |
ପୁନଃପୌନିକ | ଅନିଶ୍ଚିତ[୨] |
କ୍ରନିକ ଟ୍ରମାଟିକ ଏନସେଫାଲୋପାଥି ବା ସିଟିଇ (ଇଂରାଜୀ ଭାଷାରେ Chronic traumatic encephalopathy/ CTE), ପୂର୍ବ ପରିଚିତ ଡିମେନ୍ସିଆ ପୁଜିଲିସ୍ଟିକା (dementia pugilistica), ଏକ ସ୍ନାୟୁ ଅବକ୍ଷୟ ରୋଗ (neurodegenerative disease) ଯାହା ବାରମ୍ବାର ମୁଣ୍ଡ ଆଘାତ (head injuries) ପ୍ରାପ୍ତ ଲୋକଙ୍କର ହୋଇପାରେ ।[୧] ଲକ୍ଷଣ ମଧ୍ୟରେ ବ୍ୟବହାରିକ ସମସ୍ୟା, ମନୋଦଶା ସମସ୍ୟା (mood problem) ଓ ଭାବନା ସମସ୍ୟା ଦେଖାଦିଏ । [୧] ଆଘାତ ପାଇବାର ଅନେକ ବର୍ଷ ପରେ ଏହି ରୋଗ ଆରମ୍ଭ ହୁଏ ।[୨] କ୍ରମଶଃ ଏହା ଖରାପ ଦିଗକୁ ଗତି କରି ସମୟ କ୍ରମେ ଡିମେନ୍ସିଆରେ ପରିଣତ ହୋଇଯାଏ । [୨] ଆତ୍ମହତ୍ୟା ସଙ୍କଟ ବଦଳିବା ସ୍ପଷ୍ଟ ହୋଇନାହିଁ । [୧]
ମୁଷ୍ଟି ଯୁଦ୍ଧ (boxing), ଆମେରିକାନ ଫୁଟବଲ (American football), ମଲ୍ଲ ଯୁଦ୍ଧ (wrestling), ତୁଷାର ହକି (ice hockey), ରଗବି (rugby) ଓ ଫୁଟବଲ/ସକ୍କର (soccer) ଭଳି କଣ୍ଟାକ୍ଟ କ୍ରୀଡ଼ାରେ (contact sports) ପରଷ୍ପର ଭିତରେ ଧକ୍କା ଲାଗି ଆଘାତ ପାଉଥିବା ଲୋକଙ୍କର ଏହି ରୋଗ ହୁଏ ।[୧][୪] ମିଲିଟାରୀ, ଘରୋଇ ହିଂସା (domestic violence) ଓ ବାରମ୍ବାର ମୁଣ୍ଡ ପିଟିବା ଯୋଗୁ ମଧ୍ୟ ଏହି ସଙ୍କଟ ରହିପାରେ ।[୧] ଏହି ରୋଗ ସୃଷ୍ଟି ହେବା ନିମନ୍ତେ ଆଘାତର ପରିମାଣ ଅଜ୍ଞାତ ଅଛି ।[୧] ସଠିକ ରୋଗ ନିର୍ଣ୍ଣୟ କେବଳ ଅଟୋପ୍ସିରୁ (autopsy) ଜଣାଯାଏ ।[୧] ଟଟୋପାଥିକୁ (tauopathy) ସ୍ନାୟୁ ଅବକ୍ଷୟ ରୋଗର ଏକ ଶ୍ରେଣୀରେ ଗଣନା କରାଯାଏ ।[୧]
ସନ ୨୦୧୮ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[୩] ଅଧିକ ମୁଣ୍ଡ ଆଘାତ ଇତିହାସ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୦% ଲୋକଙ୍କର ଏହି ରୋଗ ହେବା ଦେଖାଯାଏ ।[୧] ଜନସଂଖ୍ୟାର ହାର ହିସାବ ନାହିଁ ।[୨] ସନ ୧୯୨୦ରୁ ପୁନଃପୋନିକ ମୁଣ୍ଡ ଆଘାତରୁ ମସ୍ତିଷ୍କ ନଷ୍ଟ ହେବାର ଗବେଷଣା ଆରମ୍ଭ ହେଲା ଓ ସେତେବେଳେ ଏହାକୁ ଡିମେନସିଆ ପୁଜିଲିସ୍ଟିକା (dementia pugilistica),[୧] ପଞ୍ଚ ଡ୍ରଙ୍କ ସିଣ୍ଡ୍ରୋମ (punch drunk syndrome) ନାମ ଦିଆଯାଉଥିଲା ।[୧][୩] କେତେକ ଖେଳର ନିୟମ ପରିବର୍ତ୍ତନ କରି ଏହି ରୋଗର ପ୍ରତିଷେଧ କରିବାକୁ ଆଲୋଚନା କରାଯାଉଛି ।[୧]
ଏହାକୁ ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Asken, BM; Sullan, MJ; DeKosky, ST; Jaffee, MS; Bauer, RM (1 October 2017). "Research Gaps and Controversies in Chronic Traumatic Encephalopathy: A Review". JAMA Neurology. 74 (10): 1255–1262. doi:10.1001/jamaneurol.2017.2396. PMID 28975240.
- ↑ ୨.୦ ୨.୧ ୨.୨ ୨.୩ ୨.୪ Stein, TD; Alvarez, VE; McKee, AC (2014). "Chronic traumatic encephalopathy: a spectrum of neuropathological changes following repetitive brain trauma in athletes and military personnel". Alzheimer's research & therapy. 6 (1): 4. doi:10.1186/alzrt234. PMC 3979082. PMID 24423082.
{{cite journal}}
: CS1 maint: unflagged free DOI (link) - ↑ ୩.୦ ୩.୧ ୩.୨ ୩.୩ "Alzheimer's & Dementia". Alzheimer's Association. alz.org. Retrieved 21 September 2017.
- ↑ Maroon, Joseph C; Winkelman, Robert; Bost, Jeffrey; Amos, Austin C; Mathyssek, Christina; Miele, Vincent (2015). "Chronic Traumatic Encephalopathy in Contact Sports: A Systematic Review of All Reported Pathological Cases". PLoS One. 10 (2): e0117338. doi:10.1371/journal.pone.0117338. PMC 4324991. PMID 25671598.
{{cite journal}}
: CS1 maint: unflagged free DOI (link)
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ |
---|
- McGrath, Ben, "The N.F.L. and the concussion crisis", The New Yorker, January 31, 2011. Includes an account of The New York Times' and Alan Schwarz's editorial focus on CTE.
- Ward Joe, Williams Josh, Manchester Sam, "110 N.F.L. Brains", The New York Times, July 25, 2017.
- PBS Frontline, "League of Denial", October 9, 2013.