Jump to content

ଚିତ୍ତରଞ୍ଜନ ମିଶ୍ର

ଉଇକିପିଡ଼ିଆ‌ରୁ
(Chittaranjan Mishraରୁ ଲେଉଟି ଆସିଛି)
ଚିତ୍ତରଞ୍ଜନ ମିଶ୍ର
ଜନ୍ମ୧୯୫୯
ବୀରପ୍ରତାପପୁର, ପୁରୀ
ଶିକ୍ଷାପି.ଏଚ.ଡି
ଶିକ୍ଷାନୁଷ୍ଠାନସମ୍ବଲପୁର ବିଶ୍ୱବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
ବୃତ୍ତି(ସମୂହ)ସାହିତ୍ୟିକ, ଅଧ୍ୟାପକ

ଚିତ୍ତରଞ୍ଜନ ମିଶ୍ର, ପୁରୀ ଜିଲ୍ଲାର ବୀରପ୍ରତାପପୁରଠାରେ ଜନ୍ମିତ ଜଣେ ଓଡ଼ିଆ ସାହିତ୍ୟିକ ।[]ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିବା ଚିତ୍ତରଞ୍ଜନ, କବିତା, ସମାଲୋଚନା[][][] ଏବଂ ଅନୁବାଦ ସାହିତ୍ୟ ରଚନାରେ ସକ୍ରିୟ ।

ଜୀବନୀ

[ସମ୍ପାଦନା]

ଚିତ୍ତରଞ୍ଜନ ୧୯୫୯ ମସିହାରେ ପୁରୀ ଜିଲ୍ଲାର ବୀରପ୍ରତାପପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିତା, ମାତା ଉଭୟ ସାହିତ୍ୟାନୁରାଗୀ ଥିଲେ । ମା, ଶିଶୁ ଚିତ୍ତରଞ୍ଜନଙ୍କୁ ପାଠ ବାହାରେ ଅନ୍ୟ ସାହିତ୍ୟ ବହି ପଢ଼ିବା ପାଇଁ ପ୍ରେରଣା ଯୋଗାଇଥିଲେ । ରେଭେନ୍ସା ମହାବିଦ୍ୟାଳୟସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପାଠ ପଢ଼ି, ଚିତ୍ତରଞ୍ଜନ ୧୯୮୮ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ପି.ଏଚ.ଡି ଲାଭ କରିଛନ୍ତି । ତରୁଣ ବୟସରୁ ଝଙ୍କାର, ଆସନ୍ତାକାଲି ଆଦି ପତ୍ରିକାରେ ତାଙ୍କର କବିତା ପ୍ରକାଶ ପାଇଥିଲା । ୧୯୮୪ ମସିହା ଡିସେମ୍ବର ମାସରେ ତାଙ୍କର ପ୍ରଥମ କବିତା ସଂକଳନ ମୁଖଶାଳା ପ୍ରକାଶ ପାଇଥିଲା । ଚିତ୍ତରଞ୍ଜନ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି ।

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]
  • ମୁଖଶାଳା
  • ଭିତରେ ବାହାରେ ବର୍ଷା
  • ବିବାସ
  • ରତ୍ନଚିରା
  • ଆନବର୍ଣା
  • ଆଜନ୍ମ

ଅନୁବାଦ

[ସମ୍ପାଦନା]
  • ଅପରିଚିତ(ଆଲବର୍ଟ କାମ୍ୟୁଙ୍କ ଉପନ୍ୟାସ The Outsiderର ଓଡ଼ିଆ ଅନୁବାଦ)
  • ପିଣ୍ଟରଙ୍କ ୪ଟି ନାଟକର ଓଡ଼ିଆ ଅନୁବାଦ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଫ୍ରାନ୍ସର ଲିଅନ ବିଶ୍ୱବିଦ୍ୟାଳୟ ସାରସ୍ୱତ ସମ୍ମାନ - ୨୦୦୭[]
  1. U. S. Rukhaiyar (1 January 2002). Studies in Indian Poetry in English. Sarup & Sons. pp. 191–. ISBN 978-81-7625-265-2.
  2. Jaydeep Sarangi (1 January 2006). The Indian Imagination Of Jayanta Mahapatra. Sarup & Sons. pp. 181–. ISBN 978-81-7625-622-3.
  3. Amar Nath Prasad; Kanupriya (1 January 2006). Indian Writing in English: Tradition and Modernity. Sarup & Sons. pp. 187–. ISBN 978-81-7625-717-6.
  4. Manmohan Krishna Bhatnagar (1 January 2002). The Poetry of A.K. Ramanujan. Atlantic Publishers & Dist. pp. 76–. ISBN 978-81-269-0163-0.
  5. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୨୬- ଡିସେମ୍ବର ୯ ପୃଷ୍ଠା ୨. Retrieved 28 November 2016.