ଚୌଧୁରୀ ବିକାଶ ଦାସ
ଦେଖଣା
(Chaudhury Bikash Dasରୁ ଲେଉଟି ଆସିଛି)
ଚୌଧୁରୀ ବିକାଶ ଦାସ | |
---|---|
ଜନ୍ମ | ଚୌଧୁରୀ ବିକାଶ ଦାସ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଅଭିନେତା ଓ ନିର୍ଦ୍ଦେଶକ |
ସମ୍ପର୍କୀୟ | ଚୌଧୁରୀ ଜୟପ୍ରକାଶ ଦାସ (ଭାଇ) |
ଚୌଧୁରୀ ବିକାଶ ଦାସ ଜଣେ ଓଡ଼ିଆ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା ଓ ନିର୍ଦ୍ଦେଶକ । "ଶ୍ରୀ ଜଗନ୍ନାଥ" ଧାରାବାହିକରେ ଧଡ଼ି ଗୋସେଇଁ ଚରିତ୍ର ତାଙ୍କୁ ବହୁ ଲୋକପ୍ରିୟତା ଆଣି ଦେଇଥିଲା ।[୧]
ଜୀବନୀ
[ସମ୍ପାଦନା]ଚୌଧୁରୀ ବିକାଶ ଦାସ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର କୋତିଆଁ ବାରଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଡାକ୍ତର ଥିଲେ । ସେ ଚାହୁଁଥିଲେ ପୁଅ ମଧ୍ୟ ଡାକ୍ତର ହେଉ । ତେବେ ଦାସଙ୍କର ଚିତ୍ରାଙ୍କନ ଓ ଅଭିନୟ ପ୍ରତି ଆକର୍ଷଣ ଥିଲା । ସେ ବିଜେବି କଲେଜରେ ପାଠ ପଢ଼ୁଥିବା ସମୟରେ "ମୁଁ, ଆମ୍ଭେ, ଆମ୍ଭେମାନେ" ନାମକ ନାଟକରେ ଅଭିନୟ କରିବା ସମୟରେ ନାଟକର ନିର୍ଦ୍ଦେଶକ ଅଜିତ ଦାସଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଅଜିତ ଦାସ ତାଙ୍କୁ ନାଟକରେ ଉତ୍ତଚର ଅଧ୍ୟୟନ ପାଇଁ ପ୍ରେରଣା ଦେଇଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗରେ ନାମଲେଖାଇଥିଲେ । ସେଠାରେ ବିଜୟ ମହାନ୍ତି, ଅଜିତ ଦାସ ଓ ଅନ୍ୟ ଶିକ୍ଷକମାନଙ୍କଠାରୁ ସେ ନାଟକ ଅଧ୍ୟୟନ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ "ନୂଆ କାମଟେ ପାଇଲେ ଏତେ ପ୍ରଯତ୍ନର ସହ କରେ, ଦର୍ଶକ ଆଉ ସହକର୍ମୀ ପ୍ରଶଂସା କରନ୍ତି, ମୁଁ ପୁଲକିତ ହେଇଉଠେ : ଚୌଧୁରୀ ବିକାଶ ଦାସ". ସମ୍ବାଦ. sambad.in. 4 October 2022. Archived from the original on 12 October 2022. Retrieved 12 October 2022.
- ↑ "ପହିଲି ପୁଲକ". No. ରବିବାର ସମ୍ବାଦ ୧୭/୦୪/୨୦୨୨ ପୃଷ୍ଠା ୧୨. ଇଷ୍ଟର୍ଣ୍ଣ ମିଡ଼ିଆ. 17 April 2022. Archived from the original on 18 April 2022. Retrieved 18 April 2022.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଚୌଧୁରୀ ବିକାଶ ଦାସ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ଚୌଧୁରୀ ବିକାଶ ଦାସ