ବୋଧରାମ ଦୁବେ
ଦେଖଣା
(Bodh Ram Dubeରୁ ଲେଉଟି ଆସିଛି)
ବୋଧରାମ ଦୁବେ | |
---|---|
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୩୭ – ୧୩ ଡିସେମ୍ବର ୧୯୪୭ | |
ନିର୍ବାଚନ ମଣ୍ଡଳୀ | ସମ୍ବଲପୁର ସଦର |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୨୭ ଅଗଷ୍ଟ ୧୯୬୪ |
ନାଗରିକତା | ଭାରତୀୟ |
ଜାତୀୟତା | ବ୍ରିଟିଶ ଭାରତ ଭାରତୀୟ ଅଧିରାଜ୍ୟ ଭାରତୀୟ |
ରାଜନୀତିକ ଦଳ | କଂଗ୍ରେସ |
ବୃତ୍ତି | ରାଜନୀତିଜ୍ଞ |
ବୋଧରାମ ଦୁବେ (ମୃତ୍ୟୁ: ୨୭ ଅଗଷ୍ଟ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଓ ୪ଟି ବିଭାଗରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସମ୍ବଲପୁର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା ଓ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
ରାଜନୈତିକ ଜୀବନ
[ସମ୍ପାଦନା]ବୋଧରାମ ଦୁବେ କଂଗ୍ରେସର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଦୁଇଥର କାର୍ଯ୍ୟ କରିଥିଲେ । ୧୯୩୭ ମସିହାରୁ ୧୯୩୯ ଯାଏଁ ସେ ବାଣିଜ୍ୟ, ସ୍ୱାସ୍ଥ୍ୟ, ଆଇନ ଓ ଆଞ୍ଚଳିକ ସ୍ୱ-ସରକାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୩୭ | ୧୯୪୬ | ସଭ୍ୟ, ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା | ସମ୍ବଲପୁର ସଦର | କଂଗ୍ରେସ |
୧୯୪୬ | ୧୩ ଡିସେମ୍ବର ୧୯୪୭ | ସଭ୍ୟ, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା |
ମନ୍ତ୍ରୀପଦ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ବିଧାନ ସଭା |
---|---|---|---|
୧୯ ଜୁଲାଇ ୧୯୩୭ | ୬ ନଭେମ୍ବର ୧୯୩୯ | ସ୍ୱାସ୍ଥ୍ୟ ମନ୍ତ୍ରୀ | ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା |
ଆଇନ ମନ୍ତ୍ରୀ | |||
ବିଣିଜ୍ୟ ମନ୍ତ୍ରୀ | |||
ଆଞ୍ଚଳିକ ସ୍ୱ-ସରକାର ମନ୍ତ୍ରୀ |
ମୃତ୍ୟୁ
[ସମ୍ପାଦନା]୧୯୬୪ ମସିହାର ଅଗଷ୍ଟ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Bodh Ram Dube". odishaassembly.nic.in. Odisha Assembly. Retrieved 21 January 2024.
- ↑ ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୪୬. ISBN 978-81-89436-54-4. Retrieved 21 January 2024.
{{cite book}}
: CS1 maint: unrecognized language (link)