ବିଷ୍ଣୁବ୍ରତ ରାଉତରାୟ

ଉଇକିପିଡ଼ିଆ‌ରୁ
(Bishnubrata Routrayରୁ ଲେଉଟି ଆସିଛି)
ବିଷ୍ଣୁବ୍ରତ ରାଉତରାୟ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀବିଜୟଶ୍ରୀ ରାଉତରାୟ
ନିର୍ବାଚନ ମଣ୍ଡଳୀବାସୁଦେବପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1984-11-11) ୧୧ ନଭେମ୍ବର ୧୯୮୪ (ବୟସ ୩୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଋତୁପର୍ଣ୍ଣା ସ୍ରୋତସ୍ୱିନୀ
ସମ୍ପର୍କନୀଳମଣି ରାଉତରାୟ (ଜେଜେ)
ବାପା/ବୋଉବିଜୟଶ୍ରୀ ରାଉତରାୟ (ବାପା)
ଜ୍ୟୋତି ରାଉତରାୟ (ମାଆ)
ବୃତ୍ତିରାଜନୀତିଜ୍ଞ

ବିଷ୍ଣୁବ୍ରତ ରାଉତରାୟ (୧୧ ନଭେମ୍ବର ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ବିଷ୍ଣୁବ୍ରତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିଷ୍ଣୁବ୍ରତ ରାଉତରାୟ ୧୯୮୪ ମସିହାର ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଜୟଶ୍ରୀ ରାଉତରାୟ ଓ ମାଆଙ୍କ ନାମ ଜ୍ୟୋତି ରାଉତରାୟ ଏବଂ ପତ୍ନୀଙ୍କ ନାମ ଋତୁପର୍ଣ୍ଣା ସ୍ରୋତସ୍ୱିନୀ । ତାଙ୍କ ବାପା ଜଣେ ଜଣେ ରାଜନେତା, ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ବିଷ୍ଣୁବ୍ରତଙ୍କ ଜେଜେ ନୀଳମଣି ରାଉତରାୟ ମଧ୍ୟ ଜଣେ ରାଜନେତା ଥିଲେ, ଯିଏକି ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିବା ସହିତ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବିଷ୍ଣୁବ୍ରତ ରାଉତରାୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ କାର୍ଯ୍ୟ କରୁଛନ୍ତି ।[୨]

ଆଧାର[ସମ୍ପାଦନା]

  1. "ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟଶ୍ରୀ ।". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 2 June 2021. Retrieved 2 June 2021.
  2. "Shri Bishnubrata Routray". odishaassembly.nic.in. Odisha Assembly. Retrieved 18 January 2020.