ବିଷ୍ଣୁବ୍ରତ ରାଉତରାୟ
ବିଷ୍ଣୁବ୍ରତ ରାଉତରାୟ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ବିଜୟଶ୍ରୀ ରାଉତରାୟ |
ପର ଅଧିକାରୀ | ଅଶୋକ କୁମାର ଦାସ |
ନିର୍ବାଚନ ମଣ୍ଡଳୀ | ବାସୁଦେବପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୧ ନଭେମ୍ବର ୧୯୮୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଋତୁପର୍ଣ୍ଣା ସ୍ରୋତସ୍ୱିନୀ |
ସମ୍ପର୍କ | ନୀଳମଣି ରାଉତରାୟ (ଜେଜେ) |
ବାପା/ବୋଉ | ବିଜୟଶ୍ରୀ ରାଉତରାୟ (ବାପା) ଜ୍ୟୋତି ରାଉତରାୟ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ବିଷ୍ଣୁବ୍ରତ ରାଉତରାୟ (୧୧ ନଭେମ୍ବର ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ବିଷ୍ଣୁବ୍ରତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିଷ୍ଣୁବ୍ରତ ରାଉତରାୟ ୧୯୮୪ ମସିହାର ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଜୟଶ୍ରୀ ରାଉତରାୟ ଓ ମାଆଙ୍କ ନାମ ଜ୍ୟୋତି ରାଉତରାୟ ଏବଂ ପତ୍ନୀଙ୍କ ନାମ ଋତୁପର୍ଣ୍ଣା ସ୍ରୋତସ୍ୱିନୀ । ତାଙ୍କ ବାପା ଜଣେ ଜଣେ ରାଜନେତା, ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ବିଷ୍ଣୁବ୍ରତଙ୍କ ଜେଜେ ନୀଳମଣି ରାଉତରାୟ ମଧ୍ୟ ଜଣେ ରାଜନେତା ଥିଲେ, ଯିଏକି ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିବା ସହିତ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବିଷ୍ଣୁବ୍ରତ ରାଉତରାୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ କାର୍ଯ୍ୟ କରିଛନ୍ତି ।[୨]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୭,୨୧୨ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ଅଶୋକ କୁମାର ଦାସଙ୍କ ଠାରୁ ୬୩୧ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ "ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟଶ୍ରୀ ।". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 2 June 2021. Retrieved 2 June 2021.
- ↑ "Shri Bishnubrata Routray". odishaassembly.nic.in. Odisha Assembly. Retrieved 18 January 2020.
- ↑ "General Election to Assembly Constituencies 2024: Basudevpur (Odisha)". Election Commission of India. Retrieved 3 July 2024.