ବିଜୟ କୁମାର ଜେନା
ବିଜୟ କୁମାର ଜେନା | |
---|---|
ଜନ୍ମ ଓ ଜନ୍ମସ୍ଥାନ | କାଣ୍ଡଗଦା, ବ୍ରହ୍ମଗିରି, ପୁରୀ | ୨୪ ଅପ୍ରେଲ ୧୯୬୭
ଭୁବନେଶ୍ୱର | |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ଜୀବିକା | ଓଡ଼ିଶୀ ସଙ୍ଗୀତ ଗୁରୁ |
ନିଯୁକ୍ତିଦାତା | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ଜୀବନସାଥି | ହରପ୍ରିୟା ସ୍ୱାଇଁ |
ବିଜୟ କୁମାର ଜେନା(ଜନ୍ମ : ୨୪/୦୪/୧୯୬୭) ଜଣେ ଓଡ଼ିଶୀ ସଙ୍ଗୀତ ବିଶାରଦ ଓ ଗୁରୁ ।[୧] ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା(ଯୋଗଦାନ :୨୪/୧୨/୨୦୦୨) କରିବା ସହ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ[୨] ବହୁବାର ଓଡ଼ିଶୀ ସଙ୍ଗୀତ ପରିବେଷଣ କରି ସେ ଏହାର ଲୋକପ୍ରିୟତା ବୃଦ୍ଧି କରିବାର ପ୍ରଚେଷ୍ଟା କରିଛନ୍ତି । ସେ ୬୦ଟି ଦେଶରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିସାରିଛନ୍ତି । ଗୁରୁ ରାମହରି ଦାସଙ୍କୁ ବିଜୟ ନିଜର ଆଦର୍ଶ ମନେକରନ୍ତି । ୧୯୮୫ମସିହାରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସେ ଜଣେ ଛାତ୍ର ଭାବେ ଯୋଗ ଦେଇଥିଲେ । ସେଠାରେ ଗୁରୁଭାବରେ ରାମହରି ଦାସଙ୍କ ସାନ୍ନିଦ୍ଧ୍ୟ ଲାଭ କରିଥିଲେ । ସେବେଠାରୁ ଗୁରୁଶିଷ୍ୟ ଭାବରେ ଓ ଓଡ଼ିଶୀ ସଙ୍ଗୀତର ସାଧକ ଭାବରେ ସେ ବହୁବାର ବିଭିନ୍ନ ସ୍ଥାନରେ ରାମହରିଙ୍କ ସହ ସଙ୍ଗୀତ ପରିବେଷଣ କରିଛନ୍ତି ।[୩] ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ପରିବେଷଣରେ ମଧ୍ୟ ସେ ଦଶବର୍ଷ ଧରି ସଙ୍ଗୀତ ପରିବେଷଣ କରିଛନ୍ତି ।[୪] ସେ ଏକକ ସଙ୍ଗୀତ ମଧ୍ୟ ପରିବେଷଣ କରନ୍ତି । ୨୦୧୮ମସିହାରେ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ ନିଯୁକ୍ତ ହୋଇଥିଲେ ।[୫]
ବିଜୟ, ପୁରୀ ଜିଲ୍ଲା ବ୍ରହ୍ମଗିରିବ୍ଳକ ଅନ୍ତର୍ଗତ କାଣ୍ଡଗଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ତାଙ୍କ ଧର୍ମପତ୍ନୀ ହରପ୍ରୀୟା ସ୍ୱାଇଁ ମଧ୍ୟ ଜଣେ ଗାୟିକା ।[୬]
ଆଧାର[ସମ୍ପାଦନା]
- ↑ http://sambad.in/metro/bijay-jena-odisha-sangeet-natak-akademi-secretary-58317/
- ↑ New York Times Staff; Of The Ny Staff (2001). The New York Times Dance Reviews 2000. Taylor & Francis. pp. 399–. ISBN 978-1-57958-059-9.
- ↑ "ନିଜ କଥା". ଧରିତ୍ରୀ ମେଟ୍ରୋ ମିଜାଜ ୦୮/୦୩/୨୦୧୮. Retrieved 12 March 2018.
- ↑ http://www.thehindu.com/features/friday-review/dance/a-decade-after/article5943492.ece
- ↑ ଧରିତ୍ରୀ ୦୪/୦୧/୨୦୧୮ ଭୁବନେଶ୍ୱର ସଂସ୍କରଣ http://www.dharitri.com/e-Paper/Bhubaneswar/040118/p7.htm. Retrieved 4 January 2018. Missing or empty
|title=
(help) - ↑ http://www.thehindu.com/todays-paper/tp-national/tp-otherstates/A-modest-mission-of-promoting-Odissi-music/article15294837.ece