ବସନ୍ତ ଦାସ

ଉଇକିପିଡ଼ିଆ‌ରୁ
(Basant Dasରୁ ଲେଉଟି ଆସିଛି)
ବସନ୍ତ ଦାସ
ଜନ୍ମ
(1940-01-02)୨ ଜାନୁଆରୀ ୧୯୪୦
ମୃତ୍ୟୁ୨୮ ମଇ ୨୦୨୧(2021-05-28) (ବୟସ ୮୧)
ମୃତ୍ୟୁର କାରଣକରୋନାଭୂତାଣୁ ରୋଗ ୨୦୧୯
ଶିକ୍ଷାସ୍ନାତକୋତ୍ତର (ରାଜନୀତି ବିଜ୍ଞାନ), ଏଲଏଲବି
ଶିକ୍ଷାନୁଷ୍ଠାନପ୍ୟାରୀମୋହନ ଏକାଡ଼େମୀ, ଖ୍ରୀଷ୍ଟ ମହାବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ମହାବିଦ୍ୟାଳୟ
ବୃତ୍ତିସାମ୍ବାଦିକ

ବସନ୍ତ ଦାସ (୦୨ ଜାନୁଆରୀ ୧୯୪୦ - ୨୮ ମଇ ୨୦୨୧) ଜଣେ ସାମ୍ବାଦିକ, ସ୍ତମ୍ଭକାର ଓ ସାହିତ୍ୟିକ ଥିଲେ । ୫୦ ବର୍ଷରୁ ଅଧିକ ସମୟ ଧରି ସେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ସାମ୍ବାଦିକତା କରିଥିଲେ ।[୧] ଯେ ଦେଶ ଯାଇ ସେ ଫଳ ଖାଇ ପୁସ୍ତକ ପାଇଁ ୨୦୧୦ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ସେ ଓଡ଼ିଶା ମିଡ଼ିଆ ଏକାଡେମୀ ସମେତ ବହୁ ସଂଗଠନ ସହିତ ଜଡ଼ିତ ଥିଲେ ।[୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୧୯୪୦ ମସିହା ଜାନୁଆରୀ ୨ ତାରିଖରେ ବସନ୍ତ, ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ମଇଁନ୍ଦିପୁରଠାରେ ଜନ୍ମଗ୍ରହଣ କରିଥିଲେ । ଜନ୍ମହେବାର ୬ ଦିନ ପରେ ତାଙ୍କର ମାତୃବିୟୋଗ ଘଟିଥିଲା । ସେ ପ୍ୟାରୀମୋହନ ଏକାଡ଼େମୀଖ୍ରୀଷ୍ଟ ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଏଲଏଲବି କରିଥିଲେ ।[୩]

ସାମ୍ବାଦିକତା[ସମ୍ପାଦନା]

୧୯୬୫ ମସିହାରେ ଇଂରାଜୀ ପତ୍ରିକା ଇଷ୍ଟର୍ଣ୍ଣ ଟାଇମ୍ସରୁ ବସନ୍ତ ନିଜର ସାମ୍ବାଦିକ ବୃତ୍ତି ଆରମ୍ଭ କରିଥିଲେ । ୨୦୦୨ ମସିହାରେ ଅନୁସନ୍ଧାନ ପତ୍ରିକାର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ସେ କୌଣସି ପତ୍ରପତ୍ରିକା ସହିତ ଜଡ଼ିତ ନରହି, ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ସ୍ତମ୍ଭକାର ଭାବରେ କାର୍ଯ୍ୟ କରୁଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ବସନ୍ତ, ୧୬ଟି ପୁସ୍ତକ ରଚନା କରିଥିଲେ । ତାଙ୍କର ଯେ ଦେଶ ଯାଇ ସେ ଫଳ ଖାଇପଲିଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡ଼ିଶା ଆଦି ପୁସ୍ତକ ବହୁପଠିତ ।[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୦ (ଯେ ଦେଶ ଯାଇ ସେ ଫଳ ଖାଇ ପୁସ୍ତକ ପାଇଁ)

ଆଧାର[ସମ୍ପାଦନା]

  1. "କରୋନାରେ ପ୍ରାଣ ହରାଇଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ , ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ". www.prameyanews7.com/. ପ୍ରମେୟ. Retrieved 29 May 2021.
  2. "କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ". www.khabar.odishatv.in. ଓଡ଼ିଶା ଟେଲିଭିଜନ. Archived from the original on 29 May 2021. Retrieved 29 May 2021.
  3. "କରୋନାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ". www.odishabhaskar.com. ଓଡ଼ିଶା ଭାସ୍କର. Archived from the original on 29 May 2021. Retrieved 29 May 2021.
  4. "ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ କରୋନାରେ ଦେହାନ୍ତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 29 May 2021. Retrieved 29 May 2021.