Jump to content

ଅନାମ କବିତା ଆନ୍ଦୋଳନ

ଉଇକିପିଡ଼ିଆ‌ରୁ
(Anam Writers Movementରୁ ଲେଉଟି ଆସିଛି)

ଅନାମ କବିତା ଆନ୍ଦୋଳନ (୧୯୬୯-୧୯୯୫) ଓଡ଼ିଆ ଭାଷାରେ ଏକ କବିତା ଲିଖନ ଧାରା । ଏହା ୧୯୬୯ ମସିହାରେ ଓଡ଼ିଶାରେ ଆରମ୍ଭ ହୋଇଥିଲା । ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପୂର୍ବରୁ କବିମାନେ କବିତାର ଶୀର୍ଷକ ନଦେଇ, ସରକାର ଓ ବ୍ୟବସ୍ଥା ବିରୋଧରେ ଏହିପରି କବିତାମାନ ଲେଖୁଥିଲେ । କବିତାରେ କବିଙ୍କ ନାମ ନଥିବାରୁ ଏହା ଅନାମ କବିତା ନାମରେ ପ୍ରଚଳିତ ହୋଇଥିଲା ।[୧][୨] ସରକାରଙ୍କ ଭୁଲ ବାବଦରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ଏହାର ଲକ୍ଷ୍ୟ ଥିଲା । ପୁରୀର କବି କୁମାର ମହାନ୍ତି ଏହି ଅନାମ କବିତା ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।

ଇତିହାସ[ସମ୍ପାଦନା]

ଅନାମ କବିତା ଆନ୍ଦୋଳନ ୧୯୬୯ ମସିହା ଜାନୁଆରୀ ମାସ ୨୨ ତାରିଖ ଶ୍ରୀପଞ୍ଚମୀ ଦିନ ଆରମ୍ଭ ହୋଇଥିଲା । କୁମାର ମହାନ୍ତି ଏହି ଆନ୍ଦୋଳନର ସୂତ୍ରଧର ଥିଲେ । ତାଙ୍କ ପ୍ରକୃତ ନାମ ଥିଲା କୃଷ୍ଣଚନ୍ଦ୍ର ମହାନ୍ତି ଓ ସେ ପୁରୀ ଦଈତାପଡ଼ା ସାହିର ଲୋକ ଥିଲେ ।[୩] ଶ୍ରୀପଞ୍ଚମୀ ଦିନ କୁମାର ମହାନ୍ତି ଓ ତାଙ୍କର ଅନ୍ୟ ଚାରିଜଣ ବନ୍ଧୁ ପୁରୀର ସ୍ୱର୍ଗଦ୍ୱାରଠାରେ ଅନାମ ଗୋଷ୍ଠୀ ଆରମ୍ଭ କରିଥିଲେ । ସେମାନେ ନିଜର ଅହଂକୁ ସ୍ୱର୍ଗଦ୍ୱାରରେ ଦାହ କରି, ଓଡ଼ିଆ କବିତାରେ ମୈତ୍ରୀଭାବକୁ ପୁନରୁତ୍ଥାନ କରିବାର ସଂକଳ୍ପ ନେଇଥିଲେ । କୁମାର ମହାନ୍ତିଙ୍କ ବ୍ୟତୀତ ଏଇ ଆନ୍ଦୋଳନରେ ମଧୁ ମହାନ୍ତି, ଉଦୟ ଦାସ, ଚିତ୍ତରଞ୍ଜନ ମିଶ୍ର, ସାମ୍ବାଦିକ ନାରାୟଣ ପ୍ରସାଦ ସିଂହ ଆଦି କବିମାନେ ସକ୍ରିୟ ଥିଲେ ।[୪] ପରବର୍ତ୍ତୀ ସମୟରେ ହରିହର ମିଶ୍ର, ଅଧ୍ୟାପକ ବିଶ୍ୱରଞ୍ଜନମନୁ ଦାଶଙ୍କ ପରି କବିମାନେ ଏଥି ଲିଖନ ଧାରାରେ ଯୋଗ ଦେଇଥିଲେ ।[୫] ୧୯୯୫ ମସିହା ଡିସେମ୍ବର ୧୯ ତାରିଖରେ କୁମାର ମହାନ୍ତିଙ୍କ ପରଲୋକ ଘଟିଥିଲା ଓ ଏଥି ସହିତ ଅନାମ କବିତା ଆନ୍ଦୋଳନର ଯବନିକା ପଡ଼ିଥିଲା ।[୬]

କବିତାର ସ୍ୱରୂପ[ସମ୍ପାଦନା]

ଏହି ଧାରାରେ ଲେଖା ଯାଉଥିବା କବିତାର ଆକାର ଛୋଟ ଥିଲା । କବିତାରେ ଛନ୍ଦପାତ ରହୁଥିଲା ଓ ଶୀର୍ଷକ ଆଦୌ ନଥିଲା । ଲୋକଗୀତର ଠାଣି କବିତାରେ ବ୍ୟବହାର କରାଯାଉଥିଲା । ସରକାର ଓ ବ୍ୟବସ୍ଥାର ସମାଲୋଚନା କରିବା କବିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।[୭] ଓଡ଼ିଆ କବିତା କ୍ରମାଗତ ଭାବେ ପାଶ୍ଚାତ୍ୟ ସାହିତ୍ୟ ଶୈଳୀର ଅନୁସରଣରେ ପ୍ରଭାବିତ ହୋଇ କାଳକ୍ରମେ ପାଠକମାନଙ୍କ ପାଇଁ ଦୁର୍ବୋଧ୍ୟ ହୋଇପଡ଼ିଥିଲା । ଏହି ଆନ୍ଦୋଳନର ଫଳସ୍ୱରୂପ ସାଧାରଣ ଲୋକ ବୁଝିପାରିବା ଭଳି ସରଳ ଭାଷା ଓ ଢଙ୍ଗରେ କବିତା ଲେଖା ଆରମ୍ଭ ହୋଇଥିଲା ।[୮]

୧୯୭୫ ମସିହାରେ କୁମାର ମହାନ୍ତିଙ୍କଦ୍ୱାରା ଏକ କବିତାର ଅଂଶ :

କହନା କଥା

କହନା କଥା
କହିଲେ ଫିଟିବ ଅଡ଼ୁଆ ସୂତା
ଫିଟିଲେ ଗୁମର ସବୁ ତ ପିତା
ଭାଙ୍ଗିବ ତାଲା

ବାନ୍ଧି ନେଇଯିବ ପୁଲିସବାଲାରେ ପୁଲିସବାଲା ।


ଆଧାର[ସମ୍ପାଦନା]

  1. ସୀତାକାନ୍ତ ମହାପାତ୍ର (୧୯୭୮). The Curve of Meaning: Studies in Oriya Literature. Image Publications. pp. ୧୨୦.
  2. Bhagaban Jayasingh (09 May 2020). Footprints of Fire: The Black Eagle Book of Modern Odia Poetry. Black Eagle Books, 2020. p. 186. ISBN 1645600300. Archived from the original on 20 January 2022. Retrieved 20 January 2022. {{cite book}}: Check date values in: |date= (help)
  3. "କବିତାରେ ଦେଶୀ ଛନ୍ଦ ଓ ଦୟଣା ପତ୍ରର ଗନ୍ଧ, କୁମାର ମହାନ୍ତିଙ୍କ "ଅନାମ ବାୟାର ଗୀତ"". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 20 January 2022. Retrieved 20 January 2022.
  4. New Trends in Creative Writing in Indian Languages: Proceedings of National Authors' Meet Held from 23 December to 25 December 1988 at Lucknow. National Book Trust. 1990. pp. ୧୦୦. Retrieved 20 January 2022.
  5. "କବି ଓ ନାଟ୍ୟକାର ହରିହର ମିଶ୍ରଙ୍କ ସହ ସାକ୍ଷାତକାର". www.odiasahitya.com. ଓଡ଼ିଆ ସାହିତ୍ୟ. Archived from the original on 20 January 2022. Retrieved 20 January 2022. {{cite web}}: |archive-date= / |archive-url= timestamp mismatch; 13 ଅକ୍ଟୋବର 2020 suggested (help)
  6. "ଅନାମ କାବ୍ୟ ଆନ୍ଦୋଳନର ପ୍ରାସଙ୍ଗିକତା". No. ଧରିତ୍ରୀ ୧୬/୦୩/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. ଧରିତ୍ରୀ. 16 March 2022. Archived from the original on 21 March 2022. Retrieved 21 March 2022.
  7. "ପୁସ୍ତକ ସମୀକ୍ଷା – 'ଅନାମ ବାୟାର ଗୀତ'". www.odisha.live. ଓଡ଼ିଶା ଲାଇଭ. Archived from the original on 20 January 2022. Retrieved 20 January 2022.
  8. "ମୋ ଚରିତ୍ରମାନେ ପ୍ରେମରୁ ଆରମ୍ଭ ହୋଇ ପ୍ରେମରେ ସରିଯାଆନ୍ତି: ଅଧ୍ୟାପକ ବିଶ୍ୱରଞ୍ଜନ". www.batoi.com. batoi.com. Archived from the original on 20 January 2022. Retrieved 20 January 2022.