କୁମାର ମହାନ୍ତି
Appearance
କୁମାର ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | କୃଷ୍ଣଚନ୍ଦ୍ର ମହାନ୍ତି ୧୯୪୧ ଦଈତାପଡ଼ା ସାହି, ପୁରୀ |
ମୃତ୍ୟୁ | ୧୯ ଡିସେମ୍ବର ୧୯୯୫ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
କୁମାର ମହାନ୍ତି (୧୯୪୧ -୧୯୯୫) ଜଣେ ଓଡ଼ିଆ କବି ଥିଲେ । ସେ ଅନାମ କବିତା ଆନ୍ଦୋଳନର ଆନ୍ଦୋଳନର ସୂତ୍ରଧର ଥିଲେ । ସେ ଓ ତାଙ୍କର ଅନ୍ୟ ୪ ଜଣ ବନ୍ଧୁ ମିଶି ୧୯୬୯ ମସିହାରେ ଅନାମ କବିତା ଗୋଷ୍ଠୀ ଗଠନ କରି ଅନାମ କବିତା ଆନ୍ଦୋଳନର ଆନ୍ଦୋଳନର ମୂଳଦୂଆ ପକାଇଥିଲେ ।[୧][୨]
ଜୀବନୀ
[ସମ୍ପାଦନା]କୁମାର ମହାନ୍ତିଙ୍କର ପ୍ରକୃତ ନାମ ଥିଲା କୃଷ୍ଣଚନ୍ଦ୍ର ମହାନ୍ତି ଓ ସେ ପୁରୀ ଦଈତାପଡ଼ା ସାହିର ଲୋକ ଥିଲେ ।[୩] ସେ ପୁଲିସ ଚାକିରୀରେ ଥିଲେ ଓ ତାଙ୍କୁ ସେ ଚାକିରୀରୁ ବହିଷ୍କୃତ କରାଯାଇଥିଲା । ୧୯୯୫ ଡିସେମ୍ବର ୧୯ ତାରିଖରେ କୁମାର ମହାନ୍ତିଙ୍କ ପରଲୋକ ଘଟିଥିଲା ଓ ଏଥି ସହିତ ଅନାମ କବିତା ଆନ୍ଦୋଳନର ମଧ୍ୟ ଯବନିକା ପଡ଼ିଥିଲା ।
୧୯୭୫ ମସିହାରେ କୁମାର ମହାନ୍ତିଙ୍କଦ୍ୱାରା ଏକ କବିତାର ଅଂଶ :
କହନା କଥା
କହନା କଥା
କହିଲେ ଫିଟିବ ଅଡ଼ୁଆ ସୂତା
ଫିଟିଲେ ଗୁମର ସବୁ ତ ପିତା
ଭାଙ୍ଗିବ ତାଲା
ବାନ୍ଧି ନେଇଯିବ ପୁଲିସବାଲାରେ ପୁଲିସବାଲା ।
ଆଧାର
[ସମ୍ପାଦନା]- ↑ ସୀତାକାନ୍ତ ମହାପାତ୍ର (୧୯୭୮). The Curve of Meaning: Studies in Oriya Literature. Image Publications. pp. ୧୨୦.
- ↑ Bhagaban Jayasingh (09 May 2020). Footprints of Fire: The Black Eagle Book of Modern Odia Poetry. Black Eagle Books, 2020. p. 186. ISBN 1645600300. Archived from the original on 20 January 2022. Retrieved 20 January 2022.
{{cite book}}
: Check date values in:|date=
(help) - ↑ "କବିତାରେ ଦେଶୀ ଛନ୍ଦ ଓ ଦୟଣା ପତ୍ରର ଗନ୍ଧ, କୁମାର ମହାନ୍ତିଙ୍କ "ଅନାମ ବାୟାର ଗୀତ"". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 20 January 2022. Retrieved 20 January 2022.
- ↑ "ଅନାମ କାବ୍ୟ ଆନ୍ଦୋଳନର ପ୍ରାସଙ୍ଗିକତା". No. ଧରିତ୍ରୀ ୧୬/୦୩/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. ଧରିତ୍ରୀ. 16 March 2022. Archived from the original on 21 March 2022. Retrieved 21 March 2022.