Jump to content

ଅମଲା ଅକ୍କିନେନି

ଉଇକିପିଡ଼ିଆ‌ରୁ
(Amala Akkineniରୁ ଲେଉଟି ଆସିଛି)
ଅମଲା ଅକ୍କିନେନି
୨୦୧୦ରେ ଅମଲା
ଜନ୍ମ
ଅମଲା ମୁଖାର୍ଜୀ

ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ
ସମାଜ ସେବୀ
ସକ୍ରିୟ ବର୍ଷ୧୯୮୬-୧୯୯୧
୨୦୧୨–ଏବେଯାଏଁ
ବୈବାହିକ-ସାଥୀ
  • (m. ୧୯୯୨)
ସନ୍ତାନଅଖିଳ ଅକ୍କିନେନି (୧୯୯୪)
ସମ୍ପର୍କୀୟଅକ୍କିନେନି ନାଗେଶ୍ୱର ରାଓ(ଶ୍ୱଶୁର)
ଅକ୍କିନେନି ନାଗା ଚୈତନ୍ୟ(ସାବତ ପୁଅ)

ଅମଲା ଅକ୍କିନେନି ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ଭାରତ ନାଟ୍ୟମ ନୃତ୍ୟଶିଳ୍ପୀ ଏବଂ ଜଣେ ପଶୁ କଲ୍ୟାଣ ସମିତର କାର୍ଯ୍ୟକର୍ତ୍ତା ।[][] ଅମଲା ପ୍ରାୟତଃ ତେଲୁଗୁ କଥାଚିତ୍ର ଏବଂ ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ । ଏହି ସ‌ହ ସେ କିଛି କନ୍ନଡ଼, ମାଲାୟଲମ୍ ଏବଂ ହିନ୍ଦୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ସେ ଦୁଇଟି ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ପୁରସ୍କାର ଏବଂ ଗୋଟିଏ ସିନେମାଆ ପୁରସ୍କାର ଜିତିଛନ୍ତି ।[] ଅମଲା ତାଙ୍କ ପତି ନାଗାର୍ଜୁନଙ୍କ ସ‌ହ ହାଇଦ୍ରାବାଦରେ ଅବସ୍ଥାପିତ ଭାରତୀୟ ପଶୁ କଲ୍ୟଣ ବୋର୍ଡ଼ର ମାନ୍ୟତା ପ୍ରାପ୍ତ ବ୍ଲୁ କ୍ରସ୍ ସଂସ୍ଥାର ସ‌ହ-ସଂସ୍ଥାପକ ଅଟନ୍ତି । ହାଇଦ୍ରାବାଦରେ ଥିବା ଏହା ଏକ ବେସରକାରୀ ସଂସ୍ଥା, ଯାହା ପଶୁମାନଙ୍କର ସଂରକ୍ଷଣ ଏବଂ ଅଧିକାର ପାଇଁ କାମ କରୁଛି ।[] [][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅମଲା କଲିକତାରେ ଗୋଟିଏ ବଙ୍ଗଳା ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପା ଜଣେ ଜଳସେନା ଅଧିକାରୀ ଥିଲା ।[][] ରୁକ୍ମଣୀ ଦେବୀ ଅରୁନ୍ଦଲେଙ୍କ ପ୍ରତିଷ୍ଠିତ କାଳାକ୍ଷେତ୍ର ମହାବିଦ୍ୟାଳୟରୁ ସେ ଭାରତ ନାଟ୍ୟମ୍‌ରେ ସ୍ନାତକ ହାସଲ କରିଥିଲେ । ସେ ବିଶ୍ୱସ୍ତରରେ ଅନେକ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିଥିଲେ । [][] ଟି. ରାଜେନ୍ଦ୍ର ଅମଲାଙ୍କ ଘରକୁ ବୁଲିବାକୁ ଆସିଥିବା ବେଳେ ଅମଲାଙ୍କର ଭାରତ ନାଟ୍ୟମ ନୃତ୍ୟକଳା ବିଷୟରେ ଜାଣିବାକୁ ପାଇଲେ ଏବଂ ସେ ଅମଲାଙ୍କୁ ଏକ ଶାସ୍ତ୍ରୀୟ ନୃତ୍ୟ ଥିବା କଥାଚିତ୍ରରେ ଅଭିନୟ ପାଇଁ ତାଙ୍କ ମାଆଙ୍କୁ ରାଜି କରାଇଥିଲେ । ଏହା ପରେ ଅମଲା ମଧ୍ୟ ସେହି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।[୧୦]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଅମଲା ୧୯୯୨ରେ ତେଲୁଗୁ କଥାଚିତ୍ର ଅଭିନେତା ଅଭିନେତା ଅକ୍କିନେନି ନାଗାର୍ଜୁନଙ୍କୁ ବିବାହ କରିଥିଲେ । ନାଗାର୍ଜୁନ ତାଙ୍କର ପ୍ରଥମ ପତ୍ନୀ ଦଗୁପତ୍ତି ଲକ୍ଷ୍ମୀ ରାମନାୟିଡ଼ୁଙ୍କୁ ୧୯୯୦ରେ ଛାଡ଼ପତ୍ର ଦେଇଥିଲେ । ଅମଲା ଏବଂ ନାଗାର୍ଜୁନଙ୍କର ପୁଅ ଅଖିଳ ୧୯୯୪ରେ ଜନ୍ମଗ୍ରହଣ କରିଥିଲା । [] ଅମଲା ଅଭିନେତା ଅକ୍କିନେନି ନାଗା ଚୈତନ୍ୟଙ୍କର ସାବତ ମାଆ ।[୧୧] ସମ୍ପୂର୍ଣ୍ଣରୂପେ ତେଲୁଗୁରେ କଥା ହେବା ହେଉଛି ଅମଲାଙ୍କର ଲକ୍ଷ ।[୧୨]

କଥାଚିତ୍ର ଜୀବନ

[ସମ୍ପାଦନା]

ଅମଲା ନିର୍ଦ୍ଦେଶକ ଟି. ରାଜେନ୍ଦ୍ରଙ୍କ ନିର୍ଦ୍ଦେଶିତ ତାମିଲ କଥାଚିତ୍ର ମୈଥିଲି ଏନ୍ନାଇ କଥାଲି ଜରିଆରେ ୧୯୮୬ ମସିହାରେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରଟି ଉତ୍ତମ ବ୍ୟବସାୟ କରିଥିଲା ଅନେକ ସଫଳତା ଦେଇଥିଲା ଅମଲାଙ୍କୁ ଏବଂ ତାଙ୍କୁ ରାତାରାତି ପ୍ରସିଦ୍ଧ କରାଇଦେଇଥିଲା । ଏହା ପରେ ପରେ ସେ କମଲ ହାସନ, ନାଗାର୍ଜୁନ, ଭେଙ୍କଟେଶ ଦଗୁପତି, ଚିରଞ୍ଜିବି ଭଳି ଅଭିନେତାଙ୍କ ସ‌ହ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ଅମଲା ମାଲାୟଲମ ଚଳଚ୍ଚିତ୍ର ଉଲ୍ଲାଦକମ୍ ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ପୁରସ୍କାରରେ ମାଲାୟଲ ଭାଷା ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଥିଲେ ।

୧୯୯୨ରେ ଅମଲା ନାଗାର୍ଜୁନଙ୍କୁ ବିବାହ କରିବା ପରେ ଅଭିନୟ ଜଗତରୁ ବିଦାୟ ନେଇଥିଲେ । ମାତ୍ର ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ତେଲୁଗୁ କଥାଚିତ୍ର ଲାଇଫ୍ ଇସ୍ ବିଉଟିଫୁଲ ଜରିଆରେ ପୁଣିଥରେ ଅଭିନୟ ଜଗତକୁ ଫେରିଥିଲେ ।[୧୩] ଏହି ଚଳଚ୍ଚିତ୍ରରେ ସେ ଜଣେ କର୍କଟ ରୋଗୀ ଭାବରେ ଅଭିନୟ କରିଥିଲେ ଏବଂ ତେଲୁଗୁ ଭାଷା ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସ‌ହକାରୀ ଅଭିନତ୍ରୀ ଭାବରେ ସମ୍ମାନିତ ହେବା ସ‌ହ ସିନେମାଆ ପୁରସ୍କାରରେ ମଧ୍ୟ ଆକର୍ଷଣୀୟ ଅଭିନୟ ପାଇଁ ପୁରସ୍କୃତ ହୋଇଥିଲେ । ଏହା ପରେ ଅକ୍କିନେନି ପରିବାରଦ୍ୱାରା ନିର୍ମିତ ଚଳଚ୍ଚିତ୍ର ମନମ୍ରେ ଅମଲା ଜଣେ ନୃତ୍ୟ ଶିକ୍ଷିକା ଭାବରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]

ତେଲୁଗୁ

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରସ‌ହ-ଅଭିନେତାଭୂମିକା
୧୯୮୭ପୁଷ୍ପକ ବିମାନକମଲ ହାସନଜାଦୁଗରର ଝିଅ
କିରାଇ ଦାଦାଅକ୍କିନେନି ନାଗାର୍ଜୁନଲତା
୧୯୮୮ଚିନ୍ନା ବାବୁନାଗାର୍ଜୁନମଧୁ
ରକ୍ତ ତିଳକମ୍ଭେଙ୍କଟେଶ ଦଗୁପତିରାଧା
୧୯୮୯ଶିବାନାଗାର୍ଜୁନଆଶା
୧୯୯୦ପ୍ରେମ ଯୁଦ୍ଧମ୍ନାଗାର୍ଜୁନ
ରାଜା ବିକ୍ରମର୍କାଚିରଞ୍ଜିବିରେଖା
ଆଗିରମୁଡ଼ୁଭେଙ୍କଟେଶମାନସା
୧୯୯୧ନିର୍ଣ୍ଣୟମ୍ନାଗାର୍ଜୁନଗୀତା
୧୯୯୩ଆଗ୍ରହମ୍ରାଜ୍ ଶେଖର
୨୦୧୨ଲାଇଫ୍ ଇସ ବିଉଟିଫୁଲମାଆ
୨୦୧୪ମନମ୍ନୃତ୍ୟ ଗୁରୁ

ତାମିଲ

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରସହ-ଅଭିନେତାଭୂମିକା
୧୯୮୬ମୈଥିଲି ଏନ୍ନାଇ କଥାଲିଟି. ରାଜେନ୍ଦ୍ରମୈଥିଲି
ମେଲ୍ଲା ଥିରାନ୍ଧଠୁ କାଧବୁମୋହନ, ରାଧାନୂର୍ଜ‌ହନ୍
ପନୀର ନାଥିଗଲଶିବ କୁମାର
କନ୍ନେ କାନିୟାମୁଥେରହମାନ
ଓରୁ ଇନିୟା ଉଦୟମ୍ବିଜୟନାଥ
ଉନ୍ନାଇ ଓନ୍ଦୁରୁ କେତପେନ୍ମୋହନ
୧୯୮୭ବେଲାଇକରଣରଜନୀକାନ୍ତକୌଶଲ୍ୟା
ପୋପୋଭା ପୋଥିରୁକ୍କୁପ୍ରଭୁ
କୋଟ୍ଟୁ ପୁଜାକ୍କାଲରଘୁବରଣ
ବେଦମ୍ ପୁଧିଠୁସତ୍ୟରାଜବୈଦେହି
କବିତାଇ ପାଦା ନେରାମିଲାଇରଘୁ ବରଣ
ଇଧୁ ଓରୁ ଥୋଡର କଥାଇମୋହନ
ପୁଷ୍ପକକମଲ ହାସନଜାଗୁଗରର ଝିଅ
୧୯୮୮ଅଗ୍ନୀ ନାଟଚରିତ୍ରମ୍ପ୍ରଭୁ, କାର୍ତ୍ତିକଅଞ୍ଜଳୀ
କୋଦି ପରକୁଟୁରଜନୀକାନ୍ତ
ସତ୍ୟାକମଲ ହାସନ
ଜୀଭାସତ୍ୟରାଜ
ଇଲ୍ଲାମ୍ଶିବ କୁମାର
କଳିଯୁଗମ୍ପ୍ରଭୁ
୧୯୮୯ମା'ପିଲ୍ଲାଇରଜନୀକାନ୍ତଗୀତା
ବରମ୍ପ୍ରଭୁ
ନାଲାୟା ମନିଥନ୍ପ୍ରଭୁ
ଉଥମ୍ମା ପୁରୁଷନ୍ପ୍ରଭୁରେଖା
ବେତ୍ରି ବିଜୟକମଲ ହାସନ, ପ୍ରଭୁଲଳିତା
୧୯୯୦ପୁଧୁ ପାଦଗନ୍ବିଜୟକାନ୍ତଦେବୀ
ମୌନମ୍ ସାମାଧାନମ୍ମାମୋନ୍ତିହେମା
୧୯୯୧ବାସାଲିଲେ ଓରୁ ବେନିଲାନିଜଗାଲ ରବିକମଳା
କର୍ପୂର ମୂଲ୍ଲାଇରାଜାମାୟା ବିନୋଦିନୀ

ହିନ୍ଦୀ

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରସହ-ଅଭିନେତାଭୂମିକା
୧୯୮୮ଦୟାବାନ୍ଆଦିତ୍ୟ ପଞ୍ଚୋଲିସରିତା
କବ୍ ତକ୍ ଚୁପ୍ ରହୁଙ୍ଗିଆଦିତ୍ୟ ପଞ୍ଚୋଲି
୧୯୮୯ଦୋସ୍ତମିଥୁନ ଚକ୍ରବର୍ତ୍ତୀ
ଜୁରତ୍କୁମାର ଗୌରବ
୧୯୯୦ଶିବାନାଗାର୍ଜୁନଆଶା
୨୦୧୩ଲିସିନ୍... ଆମାୟାଆମାୟା
୨୦୧୫ହମାରୀ ଅଧୁରି କାହାଣୀରାହିଣୀ

କନ୍ନଡ଼

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରସ‌ହ-ଅଭିନେତାଭୂମିକା
୧୯୮୮ପୁଷ୍ପକ ବିମାନକମଲ ହାସନ
୧୯୯୦ବନ୍ନ‌ଦା ଗେଜିଭି. ରବିଚନ୍ଦ୍ରନ୍
୧୯୯୧ଅଗ୍ନୀ ପଞ୍ଜରାକୁମାର ବଙ୍ଗାରାପ୍ପା
୧୯୯୨କ୍ଷୀର ସାଗରକୁମାର ବଙ୍ଗାରାପ୍ପା
ବେଲିୟାପ୍ପା ବଙ୍ଗାରାପ୍ପାକୁମାର ବଙ୍ଗାରାପ୍ପା

ମାଲାୟଲମ୍

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରସ‌ହ-ଅଭିନେତାଭୂମିକା
୧୯୯୧ଏନ୍ତେ ସୂର୍ଯପୁତ୍ରିକ୍କୁସୁରେଶ ଗୋପିମାୟ ବିନୋଦିନୀ
ଉଲ୍ଲାଦକମ୍ମୋହନଲାଲରମେଶ
୨୦୧୭C/O ସାଇରା ଭାନୁମଞ୍ଜୁ ୱାରିଅର୍

ଦୂରଦର୍ଶନ

[ସମ୍ପାଦନା]
ବର୍ଷ ଶୀର୍ଷକ ଭୂମିକା ଭାଷା ଚେନାଲ
୨୦୧୦ସୁପର ମମ୍ବିଚାରିକାତାମିଲଷ୍ଟାର ବିଜୟ
୨୦୧୪–୨୦୧୫ଉଇର୍‌ମାଇତାମିଲଜୀ ତାମିଲ
  1. 1 2 Sangeetha Devi Dundoo. "Amala Akkineni : Behind the glamour of cinema". The Hindu.
  2. S.B.VIJAYA MARY. "Amala for a fit mind, body". The Hindu.
  3. "Blue Cross of Hyderabad – The Team". Blue Cross of Hyderabad. 26 January 2011. Archived from the original on 4 August 2008. Retrieved 14 June 2017.
  4. S.B. Vijaya Mary. "'I treasure my quiet time': Amala Akkineni". The Hindu.
  5. T.Lalith Singh. "Respect saniation workers, Amala Akkineni tells people". The Hindu.
  6. Subhash K Jha (17 June 2015). "Amala Akkineni On Her Return To Acting". SKJ Bollywood News. Archived from the original on 19 June 2015. Retrieved 14 June 2017.
  7. SUBHA J RAO. "The measure of a woman". The Hindu.
  8. "February '13 – Crusading for a cause". RITZ. Archived from the original on 2015-08-29. Retrieved 2017-06-14.
  9. 1 2 "A day in the life of Amala Akkineni". The Times of India.
  10. "Amala". Gorantha Deepam. 24 June 2011. Retrieved 14 June 2017.
  11. Himalayan Academy. "A Kinder Vision". hinduismtoday.com.
  12. http://www.thehindu.com/features/metroplus/society/i-treasure-my-quiet-time-amala-akkineni/article3558589.ece
  13. "Amala Akkineni makes comeback with 'Life Is Beautiful'". Archived from the original on 31 August 2012. Retrieved 14 June 2017.

ଅଧିକ ତ‌ଥ୍ୟ

[ସମ୍ପାଦନା]