ଅକ୍କିନେନି ନାଗାର୍ଜୁନ

ଉଇକିପିଡ଼ିଆ ରୁ
Jump to navigation Jump to search
ଅକ୍କିନେନି ନାଗାର୍ଜୁନ
Nagarjuna at 62nd Filmfare awards south.jpg
୬୨ତମ ଦକ୍ଷିଣ ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ନାଗାର୍ଜୁନ ।
ଜନ୍ମ ଓ ଜନ୍ମସ୍ଥାନ୨୯ ଅଗଷ୍ଟ ୧୯୫୯ (1959-08-29) (୫୯ ବର୍ଷ) [୧]
ଘରଫିଲ୍ମ ନ‌ଗର, ହାଇଦ୍ରାବାଦ, ତେଲେଙ୍ଗାନା, ଭାରତ
ଜାତୀୟତାଭାରତୀୟ
ଜୀବିକାଚଳଚ୍ଚିତ୍ର ଅଭିନେତା, ପ୍ରଜୋଜକ, ବ୍ୟବସାୟୀ
କାର୍ଯ୍ୟକାଳ୧୯୮୬–ଏବେଯାଏଁ
ଜୀବନସାଥି
  • ଦଗୁପତ୍ତି ଲକ୍ଷ୍ମୀ ରାମନାୟିଡ଼ୁ (ବିବାହ 1984–1990) «Did not recognize date. Try slightly modifying the date in the first parameter.–Did not recognize date. Try slightly modifying the date in the first parameter.»"Marriage: ଦଗୁପତ୍ତି ଲକ୍ଷ୍ମୀ ରାମନାୟିଡ଼ୁ to ଅକ୍କିନେନି ନାଗାର୍ଜୁନ" Location: (linkback://or.wikipedia.org/wiki/%E0%AC%85%E0%AC%95%E0%AD%8D%E0%AC%95%E0%AC%BF%E0%AC%A8%E0%AD%87%E0%AC%A8%E0%AC%BF_%E0%AC%A8%E0%AC%BE%E0%AC%97%E0%AC%BE%E0%AC%B0%E0%AD%8D%E0%AC%9C%E0%AD%81%E0%AC%A8)
  • ଅମଲା ଅକ୍କିନେନି (ବିବାହ 1992–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: ଅମଲା ଅକ୍କିନେନି to ଅକ୍କିନେନି ନାଗାର୍ଜୁନ" Location: (linkback://or.wikipedia.org/wiki/%E0%AC%85%E0%AC%95%E0%AD%8D%E0%AC%95%E0%AC%BF%E0%AC%A8%E0%AD%87%E0%AC%A8%E0%AC%BF_%E0%AC%A8%E0%AC%BE%E0%AC%97%E0%AC%BE%E0%AC%B0%E0%AD%8D%E0%AC%9C%E0%AD%81%E0%AC%A8)
ସନ୍ତାନଅକ୍କିନେନି ନାଗା ଚୈତନ୍ୟ
ଅକ୍କିନେନି ଅଖିଳ
ବାପା ବୋଉଅକ୍କିନେନି ନାଗେଶ୍ୱର ରାଓ
ଅକ୍କିନେନି ଅନ୍ନପୂର୍ଣ୍ଣା

ଅକ୍କିନେନି ନାଗାର୍ଜୁନ‌ (ଜନ୍ମ ୨୯ ଅଗଷ୍ଟ ୧୯୫୯) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା, ପ୍ରଜୋଜକ ଏବଂ ଦୂରଦର୍ଶନର ଉପସ୍ଥାପକ । ସେ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । କିନ୍ତୁ ସେ ଏବେଯାଏ ପାଖାପାଖି ୯୦ଟିରୁ ଅଧିକ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ, ସ‌ହକାରୀ ଭୂମିକାରେ ଏବଂ ଅତିଥି କଳାକାର ଭୂମିକାରେ ଅଭିନୟ କରିଛନ୍ତି । ସେ ୯ଟି ରାଜ୍ୟ ନନ୍ଦି ପୁରସ୍କାର, ୩ଟି ଦକ୍ଷିଣ ଫିଲ୍ମ‌ଫୟାର ପୁରସ୍କାର ଏବଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଥରେ ଏକ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ । ୧୯୯୬ରେ ମୁକ୍ତିଲାଭ କରିଥିବା ନାଗାର୍ଜୁନଙ୍କ ପ୍ରଜୋଜିତ ଏବଂ ଅଭିନୀତ ଚଳଚ୍ଚିତ୍ର ‌ନିନ୍ନେ ପେଲ୍ଲାଦାତା‌ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେହି ବର୍ଷର ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ଘୋଷିତ ହୋଇଥିଲା ।

ନାଗାର୍ଜୁନ ୧୯୮୬ରେ ‌ବିକ୍ରମ‌ ଚଳଚ୍ଚିତ୍ର ମାଧ୍ୟମରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୧୯୮୯ରେ ‌ମଣିରତ୍ନମ୍‌ଙ୍କଦ୍ୱାରା ନିର୍ଦ୍ଦେଶିତ ରୋମାଣ୍ଟିକ ଚଳଚ୍ଚିତ୍ର ‌ଗୀତାଞ୍ଜଳୀ‌ରେ ଅଭିନୟ କରିଥିଲେ, ଯାହାକି ଲୋକମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲା । ଏହି ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ବିବେଚିତ ହୋଇଥିଲା । ସେହି ବର୍ଷ ନାଗାର୍ଜୁନ ‌ରାମ ଗୋପାଳ ବର୍ମା‌ଙ୍କ ନିର୍ଦ୍ଦେଶିତ ‌ଶିବା‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯେଉଁଟା ୧୩ତମ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଉତ୍ସବରେ ଚାଲିଥିଲା[୨] ଏବଂ ସେହି ଚଳଚ୍ଚିତ୍ରର ହିନ୍ଦୀ ରିମେକରେ ନାଗାର୍ଜୁନ ୧୯୯୦ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ମୁଖ୍ୟ ଭୂମିକାରେ ଅଭିନୟ ଆରମ୍ଭ କଲେ ।

ଭାରତୀୟ ଚଳଚ୍ଚିତ୍ର ଜଗତର ୧୦୦ବର୍ଷ ପୂର୍ତ୍ତି ଅବସରରେ ୨୦୧୩ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଚଳଚ୍ଚିତ୍ର ଉତ୍ସବରେ ନାଗାର୍ଜୁନ ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତା ରମେଶ ସିପ୍ପି ଏବଂ ବିଶାଲ ଭରଦ୍ୱାଜଙ୍କ ଦକ୍ଷିଣ ଭାରତର ଚଳଚ୍ଚିତ୍ରକୁ ଉପସ୍ଥାପିତ କରିଥିଲେ ।[୩] ୧୯୯୫ ମସିହାରେ ନାଗାର୍ଜୁନ ଚଳଚ୍ଚିତ୍ର ପ୍ରଯୋଜନା ଆରମ୍ଭ କରିଥିଲେ । ସେ ଆମେରିକାର ଏମ୍ମି ପୁରସ୍କାର ବିଜୟୀ ଏକ ଆନିମେସନ କମ୍ପାନୀର ମଧ୍ୟ ସ‌ହ ନିର୍ଦ୍ଦେଶକ ଥିଲେ ।[୪] ନାଗାର୍ଜୁନ ତାଙ୍କ ଭାଇ ‌ଅକ୍କିନେନି ଭେଙ୍କଟ ରତ୍ନ‌ମ୍‌‌ଙ୍କ ସ‌‌ହ ଏକ ପ୍ରଡ଼କ୍ସନ କମ୍ପାନୀର ସ‌ହ ମାଲିକ ଅଛନ୍ତି । ନାଗାର୍ଜୁନଙ୍କ ବାପା ନାଗେଶ୍ୱର ରାଓଙ୍କଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓ ଏବଂ ଅନ୍ନପୂର୍ଣ୍ଣା ଆନ୍ତର୍ଜାତୀୟ ଫିଲ୍ମ ଏବଂ ମିଡ଼ିଆ ସ୍କୁଲର ସଭାପତି ଅଛନ୍ତି ।[୫][୬][୭]

ପ୍ରାରମ୍ଭିକ ଜୀବନ ଏବଂ ପରିବାର[ସମ୍ପାଦନା]

ଅକ୍କିନେନି ନାଗାର୍ଜୁନ ୨୯ ଅଗଷ୍ଟ ୧୯୫୯ରେ ତାମିଲନାଡ଼ୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ।[୮] ତାଙ୍କ ପିତା ତେଲୁଗୁ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ତାରକା ଅକ୍କିନେନି ନାଗେଶ୍ୱର ରାଓ ଏବଂ ଅନ୍ନପୂର୍ଣ୍ଣା ଅକ୍କିନେନି । ଏହା ପରେ ତାଙ୍କ ପରିବାର ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଯାଇଥିଲେ, ଯେଉଁଠାରେ ସେ ହାଇଦ୍ରବାଦ ପବ୍ଲିକ ସ୍କୁଲ ଏବଂ ଲିଟଲ୍ ଫ୍ଲାୱାର ଜୁନିଅର କଲେଜରେ ପଢ଼ିଥିଲେ । କଲେଜ ଅଫ ଇଞ୍ଜିନିୟରିଂରୁ ସେ ତାଙ୍କର ଯନ୍ତ୍ରଶାସ୍ତ୍ର ସ୍ନତକ ଶେଷ କରିଥିଲେ । ନାଗାର୍ଜୁନ ଇଷ୍ଟର୍ଣ୍ଣ ମିଚିଗାଁ ବିଶ୍ୱବିଦ୍ୟାଳୟରୁ ଅଟୋମୋବାଇଲ ଯନ୍ତ୍ରଶାସ୍ତ୍ରରେ ମଷ୍ଟର ଡିଗ୍ରୀ ହାସଲ କରିଥିଲେ ।[୯][୧୦] ନାଗାର୍ଜୁନ ୧୯୮୪ରେ ତେଲୁଗୁ ଚଳଚ୍ଚିତ୍ର ଜଗତର ଅନ୍ୟତମ ନାୟକ ଭେଙ୍କଟେଶ ଦଗୁପତ୍ତିଙ୍କ ‌ଭଉଣୀ ଲକ୍ଷ୍ମୀ ଦଗୁପତ୍ତି ରାମନାୟିଡ଼ୁଙ୍କୁ ବିବାହ କରିଥିଲେ ମାତ୍ର ୧୯୯୦ରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଅକ୍କିନେନି ନାଗ ଚୈତନ୍ୟ ଏହି ଦୁଇଜଣଙ୍କର ପୁଅ । ଏହାପରେ ନାଗାର୍ଜୁନ ପୁଣିଥରେ ୧୯୯୨ରେ ଅଭିନେତ୍ରୀ ଆମଲା ଅକ୍କିନେନିଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଅଛି ଅଖିଳ ଅକ୍କିନେନି ।

ଚଳଚ୍ଚିତ୍ର ଜୀବନ[ସମ୍ପାଦନା]

୧୯୬୭ ମସିହାରେ ଜଣେ ଶିଶୁ କଳାକାର ଭାବରେ ନାଗାର୍ଜୁନ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଭେତରନ୍ ଅଦୁର୍ଥି ସୁବାରାଓଙ୍କ ନିର୍ଦ୍ଦେଶିତ ତେଲୁଗୁ ଚଳଚ୍ଚିତ୍ର ସୁଡ଼ିଗୁଣ୍ଡାଲୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାଗାର୍ଜୁଙ୍କର ବାପା ଅକ୍କିନେନି ନାଗେଶ୍ୱର ରାଓ ଅଭିନୟ କରୁଥିବା ବେଳ ନାଗାର୍ଜୁନଙ୍କୁ ଏକ ଶିଶୁ କଳାକାରର ଭୂମିକା ନିଭେଇବାର ସୁଯୋଗ ମିଳିଥିଲା । ଏହାପରେ ୧୯୮୬ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‌ବିକ୍ରମ‌ରେ ନାଗାର୍ଜୁନ ନାୟକ ରୂପେ ତେଲୁଗୁ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ୧୯୮୩ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‌ହିରୋ‌ର କାହାଣୀ ଉପରେ ପୁନଃ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ଭି. ମଧୁସୂଦନ ରାଓଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଅନେକ ସଫଳତା ପାଇଥିଲା ଏବଂ ନାଗାର୍ଜୁନଙ୍କ ସଫଳତାର ସିଡ଼ି ଚଢ଼ା ଆରମ୍ଭ ହୋଇଥିଲା ।

ପରେ ପରେ, ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଦାସରୀ ନାରାୟଣ ରାଓଙ୍କ ନିର୍ଦ୍ଦେଶିତ ‌ମଞ୍ଜୁ‌ ଚଳଚ୍ଚିତ୍ରରେ ନାଗାର୍ଜୁନଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ନାଗାର୍ଜୁନଙ୍କୁ ଅନେକ ସାକାରତ୍ମକ ସମୀକ୍ଷା ମିଳିଥିଲା । ଏହା ପରେ ନିର୍ଦ୍ଦେଶକ ଦେବୁତାନ୍ତ ଗୀତା କ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ଏବଂ ଇଲାୟାରାଜାଙ୍କ ସଂଗୀତ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ‌ସଂକୀର୍ତ୍ତନ‌ରେ ନାଗାର୍ଜୁନ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ତା'ର କାହାଣୀ ଏବଂ ଗୀତ ପାଇଁ ପ୍ରଶଂସିତ ହୋଇଥିଲା ।

ଏହା ପରେ ୧୯୮୮ରେ ନାଗାର୍ଜୁନ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରୀଦେବୀ ଏବଂ ସୁଭାସିନୀଙ୍କ ସ‌ହ ‌ଆଖାରୀ ପୋରତମ୍‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେହି ବର୍ଷ କେ. ରାଘବେନ୍ଦ୍ର ରାଓଙ୍କ ନିର୍ଦ୍ଦେଶନାରେ ବିଜୟଶାନ୍ତିଙ୍କ ସ‌ହ ନାଗାର୍ଜୁନଙ୍କ ‌ଜାନ‌କୀ ରାମୁଡ଼ୁ‌ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ୧୯୮୯ରେ ‌ମଣି ରତ୍ନମ୍‌ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‌ଗୀତାଞ୍ଜଳୀ‌ରେ ନାଗାର୍ଜୁନଙ୍କ ଅଭିନୟ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଲୋକପ୍ରିୟ କରାଇଥିଲା । ଏହି ଚଳଚ୍ଚିତ୍ରଟି ସେହି ବର୍ଷର ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଚଳଚ୍ଚିତ୍ର ଥିଲା ।

ଏହା ପରେ କଲେଜରେ ଚାଲୁଥିବା ରାଜନୀତିକୁ ନେଇ ‌ରାମ ଗୋପାଳ ବର୍ମା‌ଙ୍କ ନିର୍ଦ୍ଦେଶନାରେ ନାଗାର୍ଜୁନ ‌ଶିବା‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୦ରେ ସେହି ଚଳଚ୍ଚିତ୍ରଟି ହିନ୍ଦୀ ଭାଷାରେ ପୁନଃ ନିର୍ମାଣ କରାଗଲା ଏବଂ ନାଗାର୍ଜୁନ ନାୟକ ଭାବରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କଲେ । ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୧୯୯୪ରେ ନାଗାର୍ଜୁଙ୍କର ଅଭିନୀତ ଚଳଚ୍ଚିତ୍ର ‌ହେଲୋ ବ୍ରଦର‌ ପରବର୍ତ୍ତୀ ସମୟରେ ୧୯୯୬ରେ ହିନ୍ଦୀରେ ପୁନଃ ନିର୍ମିତ ହୋଇ ‌ଜୁଡ଼ୁଆ‌ ମୁକ୍ତିଲାଭ କରିଥିଲା । ପରେ ପରେ ତାଙ୍କର ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ହେଲା: ମନ୍‌ମଥୁଡ଼ୁ, ଶିବମଣୀ, ସନ୍ତୋସମ୍, ମାସ୍, ସୁପର, ଡନ୍ ନଂ ୱାନ, ଶ୍ରୀ ହରି, କିଙ୍ଗ, ତ୍ରୀଶା କ୍ରୀଷ୍ଣନ୍, ରଗ୍ଡ଼ା, ଗ‌ଗନମ୍, ଶିରିଡ଼ି ସାଇ, ଗ୍ରୀକୁଭିରୁଡ଼ୁ, ଭାଇ ପ୍ରଭୃତି ।

ନାଗାର୍ଜୁଙ୍କର ବଡ଼ ପୁଅ ଅକ୍କିନେନି ନାଗା ଚୈତନ୍ୟଙ୍କ ଚଳଚ୍ଚିତ୍ର ‌୧୦୦% ଲଭ୍‌ର ସଫଳତା ପରେ ନାଗାର୍ଜୁଙ୍କର ପିତା ଅକ୍କିନେନି ନାଗେଶ୍ୱର ରାଓ ତାଙ୍କର ପରିବାରର ସମସ୍ତେ ମିଶି ଏକ ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା ନାଗାର୍ଜୁଙ୍କୁ ଦେଇଥିଲେ । ଏହା ପରେ ଭଲ କାହାଣୀଟିଏ ଖୋଜିବାକୁ ସମୟ ଲାଗିଥିଲା । ପରେ ଅଭିନେତା ନିତୀନ୍‌ଙ୍କର ପିତାଙ୍କର ପରାମର୍ଶ କ୍ରମେ ‌ବିକ୍ରମ କୁମାର‌ଙ୍କର କାହାଣୀ ଶୁଣିଥିଲେ । ସେତେବେଳ ବିକ୍ରମ କୁମାରଙ୍କର କାହଣୀ ଉପରେ ନିତୀନ୍ ଏବଂ ନିତ୍ୟା ମେନନ୍‌ଙ୍କର ‌ଇସ୍କ‌ ଚଳଚ୍ଚିତ୍ରରେ ସୁଟିଂ ଚାଲିଥିଲା । ନାଗାର୍ଜୁନଙ୍କୁ ଏହି କାହାଣୀ ପସନ୍ଦ ଆସିଥିଲେ ମଧ୍ୟ ସେ ଇସ୍କ ଦେଖିସାରିବା ପରେ ନୂଆ ଚଳଚ୍ଚିତ୍ରରେ କାମ କରିବେ ବୋଲି ସ୍ପଷ୍ଟ କରିଥିଲେ ।[୧୧] ଏହାପରେ ନିର୍ଦ୍ଦେଶକ କେ. ରାଘବେନ୍ଦ୍ର ରାଓଙ୍କ ହସ୍ତକ୍ଷେପରେ କୁମାର ପୂର୍ବ କାହାଣୀରେ ଟିକେ ପରିବର୍ତ୍ତନ କରିଥିଲେ । ଏହା ପରେ ନାଗାର୍ଜୁନ ଏବଂ ନାଗେଶ୍ୱର ରାଓଙ୍କର ସ‌ହମତିରେ ନିର୍ମାଣା ହୋଇଥିଲା ‌ମନମ୍‌ । ନାଗେଶ୍ୱର ରାଓ ଏହି ଚଳଚ୍ଚିତ୍ରଟିର ନାମ ରଖିଥିଲେ ‌ମନମ୍‌ ଯାହାର ଅର୍ଥ ହେଉଛି ‌ଆମେ‌ ।[୧୨][୧୩] ଏହି ଚଳଚ୍ଚିତ୍ରରେ ଅକ୍କିନେନି ପରିବାରର ନାଗେଶ୍ୱର ରାଓ, ନାଗାର୍ଜୁନ, ନାଗା ଚୈତନ୍ୟ ଏବଂ ସାମନ୍ତା ମୁଖ୍ୟ ଭୂମିକାରେ ଥିବା ବେଳେ ନାଗାର୍ଜୁନଙ୍କର ସାନ ପୁଅ ଅଖିଳ ଅକ୍କିନେନି ଏବଂ ପତ୍ନୀ ଆମଲା ଅକ୍କିନେନି ଅତିଥି କଳାକାର ଭୂମିକାରେ ଅଭିନୟ କରିଥିଲେ । ନାଗେଶ୍ୱର ରାଓଙ୍କ ଅନୁରୋଧ କ୍ରମେ ଅମିତାଭ ବଚନ ମଧ୍ୟ ଏହି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବେ ମଧ୍ୟ ଅଭିନୟ କରିଥିଲେ ।[୧୪] ୨୦୧୪ରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ବେଳକୁ ‌ନାଗେଶ୍ୱର ରାଓ‌ଙ୍କର ଦେହାନ୍ତ ହୋଇସାରିଥିଲା ।

ଚଳଚ୍ଚିତ୍ର ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ[ସମ୍ପାଦନା]

ଦୂରଦର୍ଶନ[ସମ୍ପାଦନା]

୨୦୦୯ରେ ନାଗାର୍ଜୁନ ସୋପ ଅପରା ‌ୟୁଭା‌ ପାଇଁ ପ୍ରଥମ କରି ଦୂରଦର୍ଶନରେ ପ୍ରଯୋଜନା କରିଥିଲେ ।[୧୫] ମାଆ ଟିଭିର ମାଲିକ ହେଉଛନ୍ତି ନାଗାର୍ଜୁନ । [୧୬] ‌କୋନ୍ ବନେଗା କରୋଡ଼ପତି‌ର ତେଲତୁଗୁ ସଂସ୍କରଣ ‌KBC- ମିଲ୍ଲୁ ଏବୁରୁ କୋଟିସ୍ୱରୁଡ଼ୁ‌ରେ ନାଗାର୍ଜୁନ ସୁତ୍ରଧର ଭୂମିକାରେ ଟିଭିରେ ପ୍ରଥମ କରି ଦେଖାଦେଇଥିଲେ । ଏହାର ଦୁଇଟି ସଂସ୍କରଣ ମାଆ ଟିଭିରେ ପ୍ରସାରିତ ହୋଇସାରିଛି ।[୧୭][୧୮] KBC- ମିଲ୍ଲୁ ଏବୁରୁ କୋଟିସ୍ୱରୁଡ଼ୁ ପାଇଁ ନାଗାର୍ଜୁନ ୨୦୧୫ରେ ଦୂରଦର୍ଶନର ମନୋରଞ୍ଜନର ସରଦାର ଭାବେ ସମ୍ମାନିତ ହୋଇଥିଲେ ।[୧୯]

ମାଲିକାନା[ସମ୍ପାଦନା]

୨୦୧୩ରେ ନାଗାର୍ଜୁନ ଭାରତୀୟ ବ୍ୟଡ଼ମିଣ୍ଟନ୍ ଲିଗ୍‌ରେ ‌ସୁନୀଲ ଗାଭାସ୍କର‌ଙ୍କ ସ‌ହ ‌ମୁମ୍ବାଇ ମାଷ୍ଟର୍ସ‌ର ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ସ‌ହ ‌ମାହି ରେସିଙ୍ଗ ଟିମ୍ ଇଣ୍ଡିଆ‌ର ସ‌ହ-ମାଲିକ ହୋଇଥିଲେ ।[୧୭][୨୦][୨୧] ବର୍ତ୍ତମାନ ନାଗାର୍ଜୁନ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ‌କଲ୍ୟାଣ ଜୁଏଲାର୍ସ‌ର ପ୍ରଚାରକ ଅଟନ୍ତି ।[୨୨]

ପରୋପକାର[ସମ୍ପାଦନା]

Nagarjuna at TeachAIDS launch in 2010

ନାଗାର୍ଜୁନ ତାଙ୍କ ପତ୍ନୀ ଆମଲାଙ୍କ ସ‌ହ ହାଇଦ୍ରାବାଦରେ ଅବସ୍ଥାପିତ ଭାରତୀୟ ପଶୁ କଲ୍ୟଣ ବୋର୍ଡ଼ର ମାନ୍ୟତା ପ୍ରାପ୍ତ ‌ବ୍ଲୁ କ୍ରସ୍‌ ସଂସ୍ଥାର ସ‌ହ-ସଂସ୍ଥାପକ ଅଟନ୍ତି ।[୨୩][୨୪] ହାଇଦ୍ରାବାଦରେ ଥିବା ଏହା ଏକ ବେସରକାରୀ ସଂସ୍ଥା, ଯାହା ପଶୁମାନଙ୍କର ସଂରକ୍ଷଣ ଏବଂ ଅଧିକାର ପାଇଁ କାମ କରୁଛି । ମାଆ ଟିଭି ଆନୁକୂଲ୍ୟରେ ଅନୁଷ୍ଠିତ ଜନ-ଜାଗରଣ ସଭାମାନଙ୍କରେ ନାଗାର୍ଜୁନ ପ୍ରତକ୍ଷ ଭାବରେ ଯୋଗଦେଇଥାନ୍ତି । ସେ ଏଚଆଇଭି/ଏଡସ ସୁରକ୍ଷା ଅଭିଯାନର ପ୍ରମୁଖ ପ୍ରଚାରକ ।[୨୫] ଷ୍ଟାନସ୍‌ଫୋର୍ଡ଼ ବିଶ୍ୱବିଦ୍ୟାଳୟ ସଂସ୍ଥାପିତ ଏକ ବିନାଲାଭକାରୀ ସଂସ୍ଥା ‌TeachAIDS‌ଦ୍ୱାରା ନିର୍ମାଣ କରାଯାଇଥିବା ଆନିମେଟେଡ଼ ସଫ୍ଟଓୱାରରେ ୨୦୧୦ ମସିହାରେ ନାଗାର୍ଜୁନ ଅଭିନୟ କରିଥିଲେ ।[୨୬]

ପୁରସ୍କାର ଏବଂ ମନୋନିତ[ସମ୍ପାଦନା]

ନାଗାର୍ଜୁନ ଦୁଇଟି ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର, ୯ଟି ନନ୍ଦି ପୁରସ୍କାର ଏବଂ ୩ଟି ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର ପାଇଛନ୍ତି ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ବର୍ଗ ମନ୍ତବ୍ୟ
୧୯୯୬ ‌ନିନ୍ନେ ପେଲ୍ଲାଦାତା‌ ଜାତୀୟ ପୁରସ୍କାର- ଶ୍ରେଷ୍ଠ ତେଲୁଗୁ ନାଟ୍ୟ ରୂପକ ଚଳଚ୍ଚିତ୍ର(ପ୍ରଯୋଜକ) ବିଜୟ
୧୯୯୭ ‌ଆନ୍ନାମାୟା‌ ଜାତୀୟ ଚଳଚ୍ଚିତ୍ର ପୁରସ୍କାର– ସ୍ୱତନ୍ତ୍ର ଜୁରୀ ପୁରସ୍କାର- ଅଭିନେତା

ନନ୍ଦି ପୁରସ୍କାର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ବର୍ଗ ମନ୍ତବ୍ୟ
୧୯୯୬ ‌ନିନ୍ନେ ପେଲ୍ଲାଦାତା‌ ନନ୍ଦି ପୁରସ୍କାର- ଅକ୍କିନେନି ପୁରସ୍କାର- ଶ୍ରେଷ୍ଠ ନାଟ୍ୟପ୍ରଦ ଚଳଚ୍ଚିତ୍ର(ପ୍ରଯୋଜକ) ବିଜୟ
୧୯୯୭ ‌ଆନ୍ନାମାୟା‌ ନନ୍ଦି ପୁରସ୍କାର- ଶ୍ରେଷ୍ଠ ଅଭିନେତା[୨୭]
୧୯୯୯ ‌ପ୍ରେମ କଥା‌ ନନ୍ଦି ପୁରସ୍କାର- ଶ୍ରେଷ୍ଠ ନାଟ୍ୟପ୍ରଦ ଚଳଚ୍ଚିତ୍ର(ପ୍ରଯୋଜକ)
୨୦୦୦ ‌ଯୁବକୁଡ଼ୁ‌ ନନ୍ଦି ସ୍ୱତନ୍ତ୍ର ଜୁରୀ ପୁରସ୍କାର(ପ୍ରଯୋଜକ)[୨୮]
୨୦୦୨ ‌ସନ୍ତୋଷମ୍‌ ନନ୍ଦି ପୁରସ୍କା- ଶ୍ରେଷ୍ଠ ଅଭିନେତା[୨୭]
‌ମନ୍‌ମଧୁଡ଼ୁ‌ ଶ୍ରେଷ୍ଠ ନାଟ୍ୟପ୍ରଦ ଚଳଚ୍ଚିତ୍ର(ପ୍ରଯୋଜକ)
୨୦୦୬ ‌ଶ୍ରୀ ରାମଦାସୁ‌ ଶ୍ରେଷ୍ଠ ଅଭିନେତା
୨୦୧୧ ‌ରାଜାନ୍ନା‌ ନନ୍ଦି ସ୍ୱତନ୍ତ୍ର ଜୁରୀ ପୁରସ୍କାର (ଅଭିନେତା)[୨୯]
ଶ୍ରେଷ୍ଠ ନାଟ୍ୟପ୍ରଦ ଚଳଚ୍ଚିତ୍ର(ପ୍ରଯୋଜକ)[୨୯]

ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ବର୍ଗ ମନ୍ତବ୍ୟ
୧୯୯୬ ‌ନିନ୍ନେ ପେଲ୍ଲାଦାତା‌ ଶ୍ରେଷ୍ଠ ଚଳଚ୍ଚିତ୍ରର- ତେଲୁଗୁ(ପ୍ରଯୋଜକ) ବିଜୟ
୧୯୯୭ ‌ଆନ୍ନାମାୟା‌ ଶ୍ରେଷ୍ଠ ଅଭିନେତା
୨୦୧୪ ‌ମନମ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର(ପ୍ରଯୋଜକ) ବିଜୟ

ଅନ୍ୟାନ୍ୟ ପୁରସ୍କାର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ପୁରସ୍କାର ମନ୍ତବ୍ୟ ବର୍ଗ
୧୯୮୬ ‌ବିକ୍ରମ‌ ବଂଶୀ ବେର୍କେଲୀ ପୁରସ୍କାର ବିଜୟ ଶ୍ରେଷ୍ଠ ଅଭିନେତା
୧୯୮୯ ‌ଗୀତାଞ୍ଜଳୀ‌ ଆନ୍ଧ୍ର ପ୍ରଦେଶ ସିନେଗୋରେସ ପୁରସ୍କାର ଶ୍ରେଷ୍ଠ ଅଭିନେତା
ଭରତମୁନୀ ପୁରସ୍କାର
୧୯୮୯ ‌ଶିବା‌ ବଂଶୀ ବେର୍କେଲୀ ପୁରସ୍କାର ଶ୍ରେଷ୍ଠ ଅଭିନେତା
ସିନେମା ଏକ୍ସପ୍ରେମ ପୁରସ୍କାର
୧୯୯୬ ‌ନିନ୍ନେ ପେଲ୍ଲାଦାତା‌ ଆକୃତି ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଅଭିନେତା
୧୯୯୭ ‌ଆନ୍ନାମାୟା‌ ସ୍କ୍ରୀନ୍ ଭିଡ଼ିଓକନ୍ ପୁରସ୍କାର ଶ୍ରେଷ୍ଠ ଅଭିନେତା
ଭରତମୁନୀ ପୁରସ୍କାର ଶ୍ରେଷ୍ଠ ଅଭିନେତା
୨୦୦୦ ‌ଆଜାଦ୍‌ ଆନ୍ଧ୍ର ପ୍ରଦେଶ ଫିଲ୍ମ ସାମ୍ବାଦିକ ସଂଘ ପୁରସ୍କାର ଶ୍ରେଷ୍ଠ ଅଭିନେତା
2005 ‌ମାସ୍‌ ସିନେମା ପୁରସ୍କାର ଶ୍ରେଷ୍ଠ ଅଭିନେତା
୨୦୧୨ ‌ରାଜାନ୍ନା‌[୩୦][୩୧] ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସ୍ୱତନ୍ତ୍ର ପୁରସ୍କାର (ଅଭିନେତା)
ସିନେମା ପୁରସ୍କାର ଶ୍ରେଷ୍ଠ ଅଭିନେତା (ଜୁରୀ)
୨୦୧୩ ‌ଶିରିଡ଼ି ସାର‌[୩୨] ସିନେମା ପୁରସ୍କାର ଶ୍ରେଷ୍ଠ ଅଭିନେତା (ଜୁରୀ)

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

ନାୟକ[ସମ୍ପାଦନା]

# ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୮୬ ବିକ୍ରମ ବିକ୍ରମ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୧୯୮୬ କ୍ୟାପ୍ଟେନ ନାଗାର୍ଜୁନ ନାଗାର୍ଜୁନ
୧୯୮୬ ଅରଣ୍ୟକାଣ୍ଡ ଚୈତନ୍ୟ
୧୯୮୭ ମଞ୍ଜୁ ରାଜେଶ
୧୯୮୭ ସଂକୀର୍ତ୍ତନ କାଶୀ
୧୯୮୭ କଲେକ୍ଟର ଗରି ଆବ୍ବାଇ ରବି
୧୯୮୭ ଅଗ୍ନୀ ପୁତ୍ରୁଡ଼ୁ କାଳୀ ଦାସୁ
୧୯୮୭ କିରାଇ ଦାଦା ବିଜୟ
୧୯୮୮ ଆଖାରୀ ପୋରତମ୍ ବିହାରୀ
୧୦ ୧୯୮୮ ଚିନ୍ନା ବାବୁ ବେଣୁ ଗୋପାଳ
୧୧ ୧୯୮୮ ମୂରଲୀ କ୍ରୀଷ୍ଣୁଡ଼ୁ ମୂରଲୀ କ୍ରୀଷ୍ଣା
୧୨ ୧୯୮୮ ଜାନ‌କୀ ରାମୁଡ଼ୁ ରାମୁ/ରାଙ୍ଗା
୧୩ ୧୯୮୯ ବିଜୟ ବିଜୟ
୧୪ ୧୯୮୯ ବିକି ଦାଦା ବିକ୍ରମ
୧୫ ୧୯୮୯ ଗୀତାଞ୍ଜଳୀ ପ୍ରକାଶ
୧୬ ୧୯୮୯ ଅଗ୍ନୀ ପବନ କୁମାର
୧୭ ୧୯୮୯ ଶିବା ଶିବା
୧୮ ୧୯୯୦ ଶିବା[୩୩] ଶିବା ହିନ୍ଦୀ କଥାଚିତ୍ର ଜଗତରେ ପ୍ରଥମ ଅଭିନୟ
୧୯ ୧୯୯୦ ପ୍ରେମ ଯୁଦ୍ଧମ୍ କଲ୍ୟାଣ
୨୦ ୧୯୯୦ ନେତି ସିଦ୍ଧାର୍ଥ ସିଦ୍ଧାର୍ଥ ହିନ୍ଦୀ ଚଳଚ୍ଚିତ୍ର ଧର୍ମାତ୍ମାର ପୁନଃ ନିର୍ମାଣ
୨୧ ୧୯୯୦ ଇଦ୍ଦାରୁ ଇଦ୍ଦାରେ ରବି
୨୨ ୧୯୯୧ ନିର୍ଣ୍ଣୟମ୍ ବଂଶୀ କ୍ରୀଷ୍ଣା ମାଲାୟଲାମ ଚଳଚ୍ଚିତ୍ର ବନ୍ଦନମ୍‌ର ପୁନଃ ନିର୍ମାଣ
୨୩ ୧୯୯୧ ଚୈତନ୍ୟ ଚୈତନ୍ୟ
୨୪ ୧୯୯୧ ଶାନ୍ତି କ୍ରାନ୍ତି କ୍ରାନ୍ତି
୨୫ ୧୯୯୧ ଯାଇତ୍ରା ଯାତ୍ରା ତେଜା
୨୬ ୧୯୯୨ କିଲର୍ ଇଶ୍ୱର ପ୍ରସାଦ/କ୍ରୀଷ୍ଣା
୨୭ ୧୯୯୨ ଖୁଦା ଗବାଃ ରାଜା ମିର୍ଜା ହିନ୍ଦୀ ଚଳଚ୍ଚିତ୍ର
୨୮ ୧୯୯୨ ଅନ୍ଥମ୍ ରାଘବ/ଶେଖର
୨୯ ୧୯୯୨ ଦ୍ରୋହୀ ରାଘବ/ଶେଖର ହିନ୍ଦୀ କଥାଚିତ୍ର
୩୦ ୧୯୯୨ ପ୍ରେସିଡେଣ୍ଟ ଗାରୀ ପେଲ୍ଲମ୍ ରାଜା
୩୧ ୧୯୯୩ ରକ୍ଷଣା ବୋସ୍
୩୨ ୧୯୯୩ ବରଷାଡ଼ୁ ବିନୟ ହିନ୍ଦୀ କଥାଚିତ୍ର ‌ଫୁଲ୍ ୱର୍ କାଣ୍ଟେ‌ର ପୁନଃ ନିର୍ମାଣ
୩୩ ୧୯୯୩ ଅଲ୍ଲାରୀ ଅଲ୍ଲୁଡ଼ୁ କଲ୍ୟାଣ ଏବଂ ରାଜେଶ
୩୪ ୧୯୯୩ ଗୋବିନ୍ଦ ଗୋବିନ୍ଦ ଶୀନୁ
୩୫ ୧୯୯୪ ହେଲ୍ଲୋ ବ୍ରଦର ଦେବା ଏବଂ ରବି ବର୍ମା ଦ୍ୱୈତ ଭୂମିକା
୩୬ ୧୯୯୪ କ୍ରିମିନାଲ୍ ଡ଼ଃ ଅଜୟ କୁମାର ତେଲୁଗୁ
ହିନ୍ଦୀ ଦ୍ୱୀଭାଷୀ ଚଳଚ୍ଚିତ୍ର
୩୭ ୧୯୯୫ ସିଶିନ୍ଦ୍ରୀ ରାଜା
୩୮ ୧୯୯୫ ଘରନା ବୁଲ୍ଲାଡ଼ୁ ରାଜୁ
୩୯ ୧୯୯୫ ଭଜରାମ ଚକ୍ରି ମାଲାୟଲମ କଥାଚିତ୍ର ସ୍ପାଦିକମ୍‌ର ପୁନଃ ନିର୍ମାଣ
୪୦ ୧୯୯୬ ନିନ୍ନେ ପେଲ୍ଲାଦାତା ଶୀନୁ
୪୧ ୧୯୯୬ ମି. ବିଚାରା ଅଜୟ ହିନ୍ଦୀ ଚଳଚ୍ଚିତ୍ର
୪୨ ୧୯୯୬ ରାମୁଦୋଚାଡ଼ୁ ରାମ
୪୩ ୧୯୯୭ ରତ୍‌ଚଗାନ୍ ଅଜୟ ତାମିଲ କଥାଚିତ୍ର
୪୪ ୧୯୯୭ ଆନ୍ନାମାୟା[୩୪] ଆନ୍ନାମାଚାର୍ଯ୍ୟ
୪୫ ୧୯୯୮ ଜଖମ ରମଣ ଦେଶାଇ ହିନ୍ଦୀ କଥଚିତ୍ର
୪୬ ୧୯୯୮ ଚନ୍ଦ୍ରଲେଖା ସୀତା ରାମ ରାଓ
୪୭ ୧୯୯୮ ଅଙ୍ଗାରେ ରାଜା ଲୋଖନ୍ଦେ ହିନ୍ଦୀ କଥଚିତ୍ର
୪୮ ୧୯୯୮ ଅଟୋ ଡ୍ରାଇଭର ଜଗନ
୪୯ ୧୯୯୮ ଅଭିଦା ମାଆ ଅଭିଦେ ବିକ୍ରାନ୍ତ
୫୦ ୧୯୯୯ ସୀତାରାମ ରାଜୁ ରାମରାଜୁ
୫୧ ୧୯୯୯ ରବୟୀ ଚନ୍ଦାମାମା ଶଶୀ ହିନ୍ଦୀ କଥଚିତ୍ର ‌ମନ୍‌ର ପୁନଃ ନିର୍ମାଣ
୫୨ ୨୦୦୦ ଆଜାଦ ଚନ୍ଦ୍ର ଶେଖର ଆଜାଦ
୫୩ ୨୦୦୦ ନିନ୍ନେ ପ୍ରେମିଷ୍ଠା ଶ୍ରୀନିବାସ
୫୪ ୨୦୦୦ ନୁବ୍ବେ ବାସ୍ତବାଣୀ ଚିନ୍ନି କ୍ରୀଷ୍ଣା
୫୫ ୨୦୦୧ ଏଦୁରୁଲେନି ମନିଷୀ ସୂର୍ଯ୍ୟ ମୂର୍ତ୍ତୀ ଏବଂ ସତ୍ୟ ଦ୍ୱୈତ ଭୂମିକା
୫୬ ୨୦୦୧ ଆକାଶ ବୀଦିଲୋ ଚନ୍ଦୁ/ଚନ୍ଦ୍ର ଶେଖର
୫୭ ୨୦୦୧ ବାବା ନ‌ଚୁଡ଼ୁ ଅଜୟ
୫୮ ୨୦୦୧ ଅଧିପତି ଜଗନ ଅତିଥି କଳାକାର
୫୯ ୨୦୦୧ ସ୍ନେହମନ୍ତେ ଇଦେରା ଅରବିନ୍ଦ
୬୦ ୨୦୦୨ ଅଗ୍ନୀ ବର୍ଷା ୟାବକ୍ରୀ ହିନ୍ଦୀ ଚଳଚ୍ଚିତ୍ର
୬୧ ୨୦୦୨ ସନ୍ତୋଷମ୍ କାର୍ତ୍ତୀକେୟ
୬୨ ୨୦୦୨ ମନମ୍‌ଧୁଡ଼ୁ ଅଭିରାମ
୬୩ ୨୦୦୩ ଏଲ୍ ଓ ସି କାରଗିଲି ମେଜର ପଦ୍ମ‌ପାଣୀ ଆଚାର୍ଯ୍ୟ ହିନ୍ଦୀ କଥାଚିତ୍ର
୬୪ ୨୦୦୩ ଶିବମଣୀ ଶିବମଣୀ
୬୫ ୨୦୦୪ ମାସ୍ ମାସ୍/ଗଣେଶ
୬୬ ୨୦୦୪ ନେନ୍ନୁନାନୁ ବେଣୁ ମଧବ
୬୭ ୨୦୦୫ ସୁପର ଅଖିଳ
୬୮ ୨୦୦୬ ଶ୍ରୀ ରାମଦାସୁ[୩୫] କାଞ୍ଚେର୍ଲା ଗୋପାନ୍ନା
୬୯ ୨୦୦୬ ବସ୍- ଆଉ ଲଭ ୟୁ ଗୋପାଳ କ୍ରୀଷ୍ଣା
୭୦ ୨୦୦୭ ଡନ୍ ସୂରୀୟା ହିନ୍ଦୀରେ ଭାଷାନ୍ତରିତ- ଡନ୍ ନଂ ୱାନ
୭୧ ୨୦୦୮ କ୍ରୀଷ୍ଣା ଅର୍ଜୁନ ଭଗବାନ କ୍ରୀଷ୍ଣା
୭୨ ୨୦୦୮ କିଙ୍ଗ କିଙ୍ଗ/ବୋଟ୍ଟୁ ଶୀନୁ/ଶରତ
୭୩ ୨୦୧୦ କେଡ଼ି ରମେଶ(ରୁମି)
୭୪ ୨୦୧୦ ରଗଡ଼ା ସତ୍ୟ ରେଡ୍ଡି
୭୫ ୨୦୧୧ ଗ‌ଗନମ୍ ମେଜର ରବୀନ୍ଦ୍ରନ୍
୭୬ ୨୦୧୧ ରାଜାନ୍ନା ରାଜାନ୍ନା
୭୭ ୨୦୧୨ ଶିରିଡ଼ି ସାଇ ଭଗବାନ ସାଇ ବାବା
୭୮ ୨୦୧୨ ଦାମରୁକମ୍ ମଲ୍ଲିକାର୍ଜୁନ/ମଲ୍ଲୀ
୭୯ ୨୦୧୩ ଗ୍ରୀକୁ ଭୀରୁଡ଼ୁ ଚନ୍ଦୁ
୮୦ ୨୦୧୩ ଶ୍ରୀ ଜଗଦ୍‌ଗୁରୁ ଆଦି ଶଙ୍କର ଚଣ୍ଡାଲୁଡ଼ୁ ଅତିଥି କଳାକାର
୮୧ ୨୦୧୩ ଭାଇ ବିଜୟ
୮୨ ୨୦୧୪ ମନମ୍ ସୀତାରମୁଡ଼ୁ/ନାଗେଶ୍ୱର ରାଓ (ବିଟ୍ଟୁ)
୮୩ ୨୦୧୬ ସୋଗ୍ଗାଡ଼େ ଚିନ୍ନି ନୟନା ବଙ୍ଗାରାଜୁ ଏବଂ ଡ଼ଃ ରାମ ମୋହନ ଦ୍ୱୈତ ଭୂମିକା
୮୪ ୨୦୧୬ ଓପିରି ବିକ୍ରମାଦିତ୍ୟ ତେଲୁଗୁ ଚଳଚ୍ଚିତ୍ର
ଥୋଜା ତାମିଲ କଥାଚିତ୍ର
୮୫ ୨୦୧୬ ନିର୍ମଳା କନ୍‌ଭେଣ୍ଟ ନାଗାର୍ଜୁନ ଅକ୍କେନେନି
୮୬ ୨୦୧୭ ଓମ୍ ନମଃ ଭେଙ୍କଟେସାୟ ହାତୀରାମ ବାବାଜୀ
୮୭ ୨୦୧୭ ରାଜୁ ଗାରି ଗାଧି-୨ ରୁଦ୍ର
୮୮ ୨୦୧୭ ବଙ୍ଗାରାଜୁ ବଙ୍ଗାରାଜୁ

ଅତିଥି କଳାକାର[ସମ୍ପାଦନା]

# ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୬୭ ସୁଡ଼ିଗୁଣ୍ଡାଲୁ ଶିଶୁ କଳାକାର
୧୯୮୮ ରାଓ ଗାରି ଇଲ୍ଲୁ ନାଗାର୍ଜୁନ
୧୯୯୫ ଘଟୋତକଚୁଡ଼ୁ ଚିତା
୨୦୦୬ ସ୍ଟାଇଲ ମାସ୍
୨୦୧୦ ଥକିଟା ଥକିଟା ନାଗ୍
୨୦୧୫ ଡୋଙ୍ଗାତା ନିଜେ ନାଗାର୍ଜୁନ
୨୦୧୫ ଅଖିଳ- ଚଳଚ୍ଚିତ୍ର ନିଜେ ନାଗାର୍ଜୁନ
୨୦୧୫ ଇଞ୍ଜି ଇଦୁପଯାଗି ନାଗାର୍ଜୁନ ତାମିଲ ଚଳଚ୍ଚିତ୍ର
ସାଇଜ୍ ଜିରୋ ତେଲୁଗୁ କଥାଚିତ୍ର
୨୦୧୬ ପ୍ରେମମ୍ ବିକ୍ରମର ପିତା

ପ୍ରଯୋଜକ[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର
୧୯୭୯ କଲ୍ୟାଣୀ
୧୯୮୦ ପିଲ୍ଲା ଜମିନ୍‌ଦାର
ବୁଚି ବାବୁ
୧୯୮୧ ପ୍ରେମାଭିଶେକମ୍
ପ୍ରେମ କଣୁକା
୧୯୮୨ ଯୁବରାଜୁ
୧୯୮୩ ଶ୍ରୀ ରଙ୍ଗ ନୀଥୁଲୁ
୧୯୯୫ ସିଶିନ୍ଦ୍ରୀ
୧୯୯୬ ନିନ୍ନେ ପେଲ୍ଲାଦାତା
୧୯୯୮ ଆହାଃ
ଶ୍ରୀ ସୀତା ରାମୁଲା କଲ୍ୟାଣମ୍ ଛୋଟାମୁ ରାରାଣ୍ଡି
ଚନ୍ଦ୍ରଲେଖା
୧୯୯୯ ପ୍ରେମ କଥା
ସୀତାରାମ ରାଜୁ
୨୦୦୦ ଯୁବକୁଡ଼ୁ
୨୦୦୨ ମନମ୍‌ଧୁଡ଼ୁ
୨୦୦୨ ସତ୍ୟମ୍
୨୦୦୪ ମାସ୍
୨୦୦୫ ସୁପର
ଅମୁଧେୟ
୨୦୧୧ ରାଜାନ୍ନା
୨୦୧୩ ଭାଇ
୨୦୧୩ ଉୟାଲା ଜମ୍ପାଲା
୨୦୧୪ ମନମ୍
୨୦୧୪ ଓକ୍କା ଲୈଲା କୋସମ୍
୨୦୧୬ ସୋଗ୍ଗାଡ଼େ ଚିନ୍ନି ନୟନା
୨୦୧୬ ନିର୍ମଳା କନ୍‌ଭେଣ୍ଟ

ଆଧାର[ସମ୍ପାଦନା]

  1. "Akkineni Nagarjuna rings in 56th birthday in Thailand". indianexpress.com.
  2. "Directorate of Film Festival" (PDF).
  3. "NDTV Movies". ndtv.com.
  4. "45th National Film Awards" (PDF). Directorate of Film Festivals. Retrieved 12 December 2016.
  5. "I need a break: Nagarjuna". The Times Of India. 12 December 2016.
  6. "Nagarjuna is brand ambassador for Kalyan Jewellers". Thehindubusinessline.in. 2010-12-01. Retrieved 12 December 2016.
  7. "Swept away by 'Nag' magic". The Hindu. Chennai, India. 12 December 2016.
  8. "'Prince' and 'King' add Kamma Flavour to Congress". greatandhra.com.
  9. "Know your Foe – Eastern Michigan 2009, famous alums, Indian actor Nagarjuna Akkineni". Eastern Michigan University newsletter. Ypsilanti, MI. 12 December 2016.
  10. "I chose life over Bollywood: Nagarjuna". The Times Of India. 12 December 2016.
  11. "It is just a speculation : Nagarjuna [Interview]". IndiaGlitz. 20 May 2014. Archived from the original on 6 February 2015. Retrieved 13 January 2017.
  12. "Trayam is now Manam?". Sify. 5 February 2013. Archived from the original on 6 February 2015. Retrieved 13 January 2017.
  13. Pasupulate, Karthik (19 May 2014). "ANR chose the title Manam: Nagarjuna". ‌The Times of India‌. Archived from the original on 6 February 2015. Retrieved 13 January 2017.
  14. "I was quite nervous and excited while shooting for Manam : Akhil". ‌The Times of India‌. 31 May 2014. Archived from the original on 6 February 2015. Retrieved 13 January 2017.
  15. "Nagarjuna launches 'Yuva'". The Hindu. Chennai, India. 20 November 2007. Retrieved 13 January 2017.
  16. "Actor Nagarjuna to focus on entertainment biz". The Hindu Business Line. 20 December 2007. Retrieved 13 January 2017.
  17. ୧୭.୦ ୧୭.୧ "Nagarjuna to host Telugu KBC". The Hindu. Chennai, India. 19 April 2014.
  18. "Nagarjuna's Meelo Evaru Koteeswarudu Grand Finale On August 7". OneIndia entertainment. 14 August 2014.
  19. "Entertainment Leader Award to Actor Nagarjuna". The New Indian Express.
  20. "Sunil Gavaskar and actor Nagarjuna buy Mumbai franchise of IBL - The Times of India". The Times Of India. 18 July 2013.
  21. "After Megastar its now Superstar". www.cinesprint.com. Retrieved 13 January 2017.
  22. "Amitabh Bachchan shoots for Kalyan Jewellers ad with South stars: view pics!". bollywoodlife.com.
  23. "Our Team - Blue Cross Of Hyderbad". bluecrosshyd.in.
  24. "Blue Cross of Hyderabad - The Team". Blue Cross of Hyderabad. 26 January 2011. Retrieved 13 January 2017.
  25. "Maa Tv associationTeam". Maa Tv Reach out. Chennai, India. 26 January 2011. Retrieved 13 January 2017.
  26. "Animation lessons on HIV/AIDS awareness released". The Hindu. Chennai, India. 27 November 2010. Retrieved 13 January 2017.
  27. ୨୭.୦ ୨୭.୧ "Many Happy Returns to Nag". IndiaGlitz. 29 August 2007. Retrieved 13 January 2017.
  28. "Nandi Awards -2000". 19 September 2002. Retrieved 13 January 2017.
  29. ୨୯.୦ ୨୯.୧ "2011 Nandi Awards winners list - The Times of India". The Times of India. 13 October 2012. Retrieved 13 January 2017.
  30. "SIIMA: Nagarjuna and others for Telugu nominations - South Cinema - Telugu News - ibnlive". Ibnlive.in.com. 2012-06-05. Retrieved 13 January 2017.
  31. 5.50 PM IST 06.18.2012 (2012-06-18). "Kamal Haasan graces CineMAA awards 2012 - Bollywood News & Gossip, Movie Reviews, Trailers & Videos at". Bollywoodlife.com. Retrieved 13 January 2017.
  32. "Nitya, Nag bag awards on star-studded night". The Hindu. Chennai, India. 16 June 2013.
  33. Chiranjeevi and Nagarjuna's Hindi debuts were Telugu remakes- ‌Times of India ‌. 13 March 2012. Retrieved 13 January 2017.
  34. Nagarjuna, KRR team up once again!- ‌Times of India ‌. 16 June 2014. Retrieved 11 September 2014.
  35. Sri Ramadasu had 82 working days- ‌Times of India ‌. 21 May 2014. Retrieved 13 January 2017.