Jump to content

ଅକ୍କିନେନି ନାଗାର୍ଜୁନ

ଉଇକିପିଡ଼ିଆ‌ରୁ
ଅକ୍କିନେନି ନାଗାର୍ଜୁନ
୬୨ତମ ଦକ୍ଷିଣ ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ନାଗାର୍ଜୁନ ।
ଜନ୍ମ (1959-08-29) ୨୯ ଅଗଷ୍ଟ ୧୯୫୯ (ବୟସ ୬୬)[]
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଚଳଚ୍ଚିତ୍ର ଅଭିନେତା, ପ୍ରଜୋଜକ, ବ୍ୟବସାୟୀ
ସକ୍ରିୟ ବର୍ଷ୧୯୮୬–ଏବେଯାଏଁ
ବୈବାହିକ-ସାଥୀs
  • ଦଗୁପତ୍ତି ଲକ୍ଷ୍ମୀ ରାମନାୟିଡ଼ୁ
    (m. ୧୯୮୪ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")
ସନ୍ତାନଅକ୍କିନେନି ନାଗା ଚୈତନ୍ୟ
ଅକ୍କିନେନି ଅଖିଳ
ପିତାମାତାଅକ୍କିନେନି ନାଗେଶ୍ୱର ରାଓ
ଅକ୍କିନେନି ଅନ୍ନପୂର୍ଣ୍ଣା

ଅକ୍କିନେନି ନାଗାର୍ଜୁନ‌ (ଜନ୍ମ ୨୯ ଅଗଷ୍ଟ ୧୯୫୯) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା, ପ୍ରଜୋଜକ ଏବଂ ଦୂରଦର୍ଶନର ଉପସ୍ଥାପକ । ସେ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । କିନ୍ତୁ ସେ ଏବେଯାଏ ପାଖାପାଖି ୯୦ଟିରୁ ଅଧିକ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ, ସ‌ହକାରୀ ଭୂମିକାରେ ଏବଂ ଅତିଥି କଳାକାର ଭୂମିକାରେ ଅଭିନୟ କରିଛନ୍ତି । ସେ ୯ଟି ରାଜ୍ୟ ନନ୍ଦି ପୁରସ୍କାର, ୩ଟି ଦକ୍ଷିଣ ଫିଲ୍ମ‌ଫୟାର ପୁରସ୍କାର ଏବଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଥରେ ଏକ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ । ୧୯୯୬ରେ ମୁକ୍ତିଲାଭ କରିଥିବା ନାଗାର୍ଜୁନଙ୍କ ପ୍ରଜୋଜିତ ଏବଂ ଅଭିନୀତ ଚଳଚ୍ଚିତ୍ର ‌ନିନ୍ନେ ପେଲ୍ଲାଦାତା‌ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେହି ବର୍ଷର ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ଘୋଷିତ ହୋଇଥିଲା ।

ନାଗାର୍ଜୁନ ୧୯୮୬ରେ ‌ବିକ୍ରମ‌ ଚଳଚ୍ଚିତ୍ର ମାଧ୍ୟମରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୧୯୮୯ରେ ‌ମଣିରତ୍ନମ୍‌ଙ୍କଦ୍ୱାରା ନିର୍ଦ୍ଦେଶିତ ରୋମାଣ୍ଟିକ ଚଳଚ୍ଚିତ୍ର ‌ଗୀତାଞ୍ଜଳୀ‌ରେ ଅଭିନୟ କରିଥିଲେ, ଯାହାକି ଲୋକମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲା । ଏହି ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ବିବେଚିତ ହୋଇଥିଲା । ସେହି ବର୍ଷ ନାଗାର୍ଜୁନ ‌ରାମ ଗୋପାଳ ବର୍ମା‌ଙ୍କ ନିର୍ଦ୍ଦେଶିତ ‌ଶିବା‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯେଉଁଟା ୧୩ତମ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଉତ୍ସବରେ ଚାଲିଥିଲା[] ଏବଂ ସେହି ଚଳଚ୍ଚିତ୍ରର ହିନ୍ଦୀ ରିମେକରେ ନାଗାର୍ଜୁନ ୧୯୯୦ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ମୁଖ୍ୟ ଭୂମିକାରେ ଅଭିନୟ ଆରମ୍ଭ କଲେ ।

ଭାରତୀୟ ଚଳଚ୍ଚିତ୍ର ଜଗତର ୧୦୦ବର୍ଷ ପୂର୍ତ୍ତି ଅବସରରେ ୨୦୧୩ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଚଳଚ୍ଚିତ୍ର ଉତ୍ସବରେ ନାଗାର୍ଜୁନ ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତା ରମେଶ ସିପ୍ପି ଏବଂ ବିଶାଲ ଭରଦ୍ୱାଜଙ୍କ ଦକ୍ଷିଣ ଭାରତର ଚଳଚ୍ଚିତ୍ରକୁ ଉପସ୍ଥାପିତ କରିଥିଲେ ।[] ୧୯୯୫ ମସିହାରେ ନାଗାର୍ଜୁନ ଚଳଚ୍ଚିତ୍ର ପ୍ରଯୋଜନା ଆରମ୍ଭ କରିଥିଲେ । ସେ ଆମେରିକାର ଏମ୍ମି ପୁରସ୍କାର ବିଜୟୀ ଏକ ଆନିମେସନ କମ୍ପାନୀର ମଧ୍ୟ ସ‌ହ ନିର୍ଦ୍ଦେଶକ ଥିଲେ ।[] ନାଗାର୍ଜୁନ ତାଙ୍କ ଭାଇ ‌ଅକ୍କିନେନି ଭେଙ୍କଟ ରତ୍ନ‌ମ୍‌‌ଙ୍କ ସ‌‌ହ ଏକ ପ୍ରଡ଼କ୍ସନ କମ୍ପାନୀର ସ‌ହ ମାଲିକ ଅଛନ୍ତି । ନାଗାର୍ଜୁନଙ୍କ ବାପା ନାଗେଶ୍ୱର ରାଓଙ୍କଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓ ଏବଂ ଅନ୍ନପୂର୍ଣ୍ଣା ଆନ୍ତର୍ଜାତୀୟ ଫିଲ୍ମ ଏବଂ ମିଡ଼ିଆ ସ୍କୁଲର ସଭାପତି ଅଛନ୍ତି ।[][][]

ପ୍ରାରମ୍ଭିକ ଜୀବନ ଏବଂ ପରିବାର

[ସମ୍ପାଦନା]

ଅକ୍କିନେନି ନାଗାର୍ଜୁନ ୨୯ ଅଗଷ୍ଟ ୧୯୫୯ରେ ତାମିଲନାଡ଼ୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ପିତା ତେଲୁଗୁ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ତାରକା ଅକ୍କିନେନି ନାଗେଶ୍ୱର ରାଓ ଏବଂ ଅନ୍ନପୂର୍ଣ୍ଣା ଅକ୍କିନେନି । ଏହା ପରେ ତାଙ୍କ ପରିବାର ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଯାଇଥିଲେ, ଯେଉଁଠାରେ ସେ ହାଇଦ୍ରବାଦ ପବ୍ଲିକ ସ୍କୁଲ ଏବଂ ଲିଟଲ୍ ଫ୍ଲାୱାର ଜୁନିଅର କଲେଜରେ ପଢ଼ିଥିଲେ । କଲେଜ ଅଫ ଇଞ୍ଜିନିୟରିଂରୁ ସେ ତାଙ୍କର ଯନ୍ତ୍ରଶାସ୍ତ୍ର ସ୍ନତକ ଶେଷ କରିଥିଲେ । ନାଗାର୍ଜୁନ ଇଷ୍ଟର୍ଣ୍ଣ ମିଚିଗାଁ ବିଶ୍ୱବିଦ୍ୟାଳୟରୁ ଅଟୋମୋବାଇଲ ଯନ୍ତ୍ରଶାସ୍ତ୍ରରେ ମଷ୍ଟର ଡିଗ୍ରୀ ହାସଲ କରିଥିଲେ ।[][୧୦] ନାଗାର୍ଜୁନ ୧୯୮୪ରେ ତେଲୁଗୁ ଚଳଚ୍ଚିତ୍ର ଜଗତର ଅନ୍ୟତମ ନାୟକ ଭେଙ୍କଟେଶ ଦଗୁପତ୍ତିଙ୍କ ‌ଭଉଣୀ ଲକ୍ଷ୍ମୀ ଦଗୁପତ୍ତି ରାମନାୟିଡ଼ୁଙ୍କୁ ବିବାହ କରିଥିଲେ ମାତ୍ର ୧୯୯୦ରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଅକ୍କିନେନି ନାଗ ଚୈତନ୍ୟ ଏହି ଦୁଇଜଣଙ୍କର ପୁଅ । ଏହାପରେ ନାଗାର୍ଜୁନ ପୁଣିଥରେ ୧୯୯୨ରେ ଅଭିନେତ୍ରୀ ଆମଲା ଅକ୍କିନେନିଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଅଛି ଅଖିଳ ଅକ୍କିନେନି ।

ଚଳଚ୍ଚିତ୍ର ଜୀବନ

[ସମ୍ପାଦନା]

୧୯୬୭ ମସିହାରେ ଜଣେ ଶିଶୁ କଳାକାର ଭାବରେ ନାଗାର୍ଜୁନ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଭେତରନ୍ ଅଦୁର୍ଥି ସୁବାରାଓଙ୍କ ନିର୍ଦ୍ଦେଶିତ ତେଲୁଗୁ ଚଳଚ୍ଚିତ୍ର ସୁଡ଼ିଗୁଣ୍ଡାଲୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାଗାର୍ଜୁଙ୍କର ବାପା ଅକ୍କିନେନି ନାଗେଶ୍ୱର ରାଓ ଅଭିନୟ କରୁଥିବା ବେଳ ନାଗାର୍ଜୁନଙ୍କୁ ଏକ ଶିଶୁ କଳାକାରର ଭୂମିକା ନିଭେଇବାର ସୁଯୋଗ ମିଳିଥିଲା । ଏହାପରେ ୧୯୮୬ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‌ବିକ୍ରମ‌ରେ ନାଗାର୍ଜୁନ ନାୟକ ରୂପେ ତେଲୁଗୁ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ୧୯୮୩ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‌ହିରୋ‌ର କାହାଣୀ ଉପରେ ପୁନଃ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ଭି. ମଧୁସୂଦନ ରାଓଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଅନେକ ସଫଳତା ପାଇଥିଲା ଏବଂ ନାଗାର୍ଜୁନଙ୍କ ସଫଳତାର ସିଡ଼ି ଚଢ଼ା ଆରମ୍ଭ ହୋଇଥିଲା ।

ପରେ ପରେ, ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଦାସରୀ ନାରାୟଣ ରାଓଙ୍କ ନିର୍ଦ୍ଦେଶିତ ‌ମଞ୍ଜୁ‌ ଚଳଚ୍ଚିତ୍ରରେ ନାଗାର୍ଜୁନଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ନାଗାର୍ଜୁନଙ୍କୁ ଅନେକ ସାକାରତ୍ମକ ସମୀକ୍ଷା ମିଳିଥିଲା । ଏହା ପରେ ନିର୍ଦ୍ଦେଶକ ଦେବୁତାନ୍ତ ଗୀତା କ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ଏବଂ ଇଲାୟାରାଜାଙ୍କ ସଂଗୀତ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ‌ସଂକୀର୍ତ୍ତନ‌ରେ ନାଗାର୍ଜୁନ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ତା'ର କାହାଣୀ ଏବଂ ଗୀତ ପାଇଁ ପ୍ରଶଂସିତ ହୋଇଥିଲା ।

ଏହା ପରେ ୧୯୮୮ରେ ନାଗାର୍ଜୁନ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରୀଦେବୀ ଏବଂ ସୁଭାସିନୀଙ୍କ ସ‌ହ ‌ଆଖାରୀ ପୋରତମ୍‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେହି ବର୍ଷ କେ. ରାଘବେନ୍ଦ୍ର ରାଓଙ୍କ ନିର୍ଦ୍ଦେଶନାରେ ବିଜୟଶାନ୍ତିଙ୍କ ସ‌ହ ନାଗାର୍ଜୁନଙ୍କ ‌ଜାନ‌କୀ ରାମୁଡ଼ୁ‌ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ୧୯୮୯ରେ ‌ମଣି ରତ୍ନମ୍‌ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‌ଗୀତାଞ୍ଜଳୀ‌ରେ ନାଗାର୍ଜୁନଙ୍କ ଅଭିନୟ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଲୋକପ୍ରିୟ କରାଇଥିଲା । ଏହି ଚଳଚ୍ଚିତ୍ରଟି ସେହି ବର୍ଷର ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଚଳଚ୍ଚିତ୍ର ଥିଲା ।

ଏହା ପରେ କଲେଜରେ ଚାଲୁଥିବା ରାଜନୀତିକୁ ନେଇ ‌ରାମ ଗୋପାଳ ବର୍ମା‌ଙ୍କ ନିର୍ଦ୍ଦେଶନାରେ ନାଗାର୍ଜୁନ ‌ଶିବା‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୦ରେ ସେହି ଚଳଚ୍ଚିତ୍ରଟି ହିନ୍ଦୀ ଭାଷାରେ ପୁନଃ ନିର୍ମାଣ କରାଗଲା ଏବଂ ନାଗାର୍ଜୁନ ନାୟକ ଭାବରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କଲେ । ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୧୯୯୪ରେ ନାଗାର୍ଜୁଙ୍କର ଅଭିନୀତ ଚଳଚ୍ଚିତ୍ର ‌ହେଲୋ ବ୍ରଦର‌ ପରବର୍ତ୍ତୀ ସମୟରେ ୧୯୯୬ରେ ହିନ୍ଦୀରେ ପୁନଃ ନିର୍ମିତ ହୋଇ ‌ଜୁଡ଼ୁଆ‌ ମୁକ୍ତିଲାଭ କରିଥିଲା । ପରେ ପରେ ତାଙ୍କର ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ହେଲା: ମନ୍‌ମଥୁଡ଼ୁ, ଶିବମଣୀ, ସନ୍ତୋସମ୍, ମାସ୍, ସୁପର, ଡନ୍ ନଂ ୱାନ, ଶ୍ରୀ ହରି, କିଙ୍ଗ, ତ୍ରୀଶା କ୍ରୀଷ୍ଣନ୍, ରଗ୍ଡ଼ା, ଗ‌ଗନମ୍, ଶିରିଡ଼ି ସାଇ, ଗ୍ରୀକୁଭିରୁଡ଼ୁ, ଭାଇ ପ୍ରଭୃତି ।

ନାଗାର୍ଜୁଙ୍କର ବଡ଼ ପୁଅ ଅକ୍କିନେନି ନାଗା ଚୈତନ୍ୟଙ୍କ ଚଳଚ୍ଚିତ୍ର ‌୧୦୦% ଲଭ୍‌ର ସଫଳତା ପରେ ନାଗାର୍ଜୁଙ୍କର ପିତା ଅକ୍କିନେନି ନାଗେଶ୍ୱର ରାଓ ତାଙ୍କର ପରିବାରର ସମସ୍ତେ ମିଶି ଏକ ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା ନାଗାର୍ଜୁଙ୍କୁ ଦେଇଥିଲେ । ଏହା ପରେ ଭଲ କାହାଣୀଟିଏ ଖୋଜିବାକୁ ସମୟ ଲାଗିଥିଲା । ପରେ ଅଭିନେତା ନିତୀନ୍‌ଙ୍କର ପିତାଙ୍କର ପରାମର୍ଶ କ୍ରମେ ‌ବିକ୍ରମ କୁମାର‌ଙ୍କର କାହାଣୀ ଶୁଣିଥିଲେ । ସେତେବେଳ ବିକ୍ରମ କୁମାରଙ୍କର କାହଣୀ ଉପରେ ନିତୀନ୍ ଏବଂ ନିତ୍ୟା ମେନନ୍‌ଙ୍କର ‌ଇସ୍କ‌ ଚଳଚ୍ଚିତ୍ରରେ ସୁଟିଂ ଚାଲିଥିଲା । ନାଗାର୍ଜୁନଙ୍କୁ ଏହି କାହାଣୀ ପସନ୍ଦ ଆସିଥିଲେ ମଧ୍ୟ ସେ ଇସ୍କ ଦେଖିସାରିବା ପରେ ନୂଆ ଚଳଚ୍ଚିତ୍ରରେ କାମ କରିବେ ବୋଲି ସ୍ପଷ୍ଟ କରିଥିଲେ ।[୧୧] ଏହାପରେ ନିର୍ଦ୍ଦେଶକ କେ. ରାଘବେନ୍ଦ୍ର ରାଓଙ୍କ ହସ୍ତକ୍ଷେପରେ କୁମାର ପୂର୍ବ କାହାଣୀରେ ଟିକେ ପରିବର୍ତ୍ତନ କରିଥିଲେ । ଏହା ପରେ ନାଗାର୍ଜୁନ ଏବଂ ନାଗେଶ୍ୱର ରାଓଙ୍କର ସ‌ହମତିରେ ନିର୍ମାଣା ହୋଇଥିଲା ‌ମନମ୍‌ । ନାଗେଶ୍ୱର ରାଓ ଏହି ଚଳଚ୍ଚିତ୍ରଟିର ନାମ ରଖିଥିଲେ ‌ମନମ୍‌ ଯାହାର ଅର୍ଥ ହେଉଛି ‌ଆମେ‌ ।[୧୨][୧୩] ଏହି ଚଳଚ୍ଚିତ୍ରରେ ଅକ୍କିନେନି ପରିବାରର ନାଗେଶ୍ୱର ରାଓ, ନାଗାର୍ଜୁନ, ନାଗା ଚୈତନ୍ୟ ଏବଂ ସାମନ୍ତା ମୁଖ୍ୟ ଭୂମିକାରେ ଥିବା ବେଳେ ନାଗାର୍ଜୁନଙ୍କର ସାନ ପୁଅ ଅଖିଳ ଅକ୍କିନେନି ଏବଂ ପତ୍ନୀ ଆମଲା ଅକ୍କିନେନି ଅତିଥି କଳାକାର ଭୂମିକାରେ ଅଭିନୟ କରିଥିଲେ । ନାଗେଶ୍ୱର ରାଓଙ୍କ ଅନୁରୋଧ କ୍ରମେ ଅମିତାଭ ବଚନ ମଧ୍ୟ ଏହି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବେ ମଧ୍ୟ ଅଭିନୟ କରିଥିଲେ ।[୧୪] ୨୦୧୪ରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ବେଳକୁ ‌ନାଗେଶ୍ୱର ରାଓ‌ଙ୍କର ଦେହାନ୍ତ ହୋଇସାରିଥିଲା ।

ଚଳଚ୍ଚିତ୍ର ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ

[ସମ୍ପାଦନା]

ଦୂରଦର୍ଶନ

[ସମ୍ପାଦନା]

୨୦୦୯ରେ ନାଗାର୍ଜୁନ ସୋପ ଅପରା ‌ୟୁଭା‌ ପାଇଁ ପ୍ରଥମ କରି ଦୂରଦର୍ଶନରେ ପ୍ରଯୋଜନା କରିଥିଲେ ।[୧୫] ମାଆ ଟିଭିର ମାଲିକ ହେଉଛନ୍ତି ନାଗାର୍ଜୁନ । [୧୬] ‌କୋନ୍ ବନେଗା କରୋଡ଼ପତି‌ର ତେଲତୁଗୁ ସଂସ୍କରଣ ‌KBC- ମିଲ୍ଲୁ ଏବୁରୁ କୋଟିସ୍ୱରୁଡ଼ୁ‌ରେ ନାଗାର୍ଜୁନ ସୁତ୍ରଧର ଭୂମିକାରେ ଟିଭିରେ ପ୍ରଥମ କରି ଦେଖାଦେଇଥିଲେ । ଏହାର ଦୁଇଟି ସଂସ୍କରଣ ମାଆ ଟିଭିରେ ପ୍ରସାରିତ ହୋଇସାରିଛି ।[୧୭][୧୮] KBC- ମିଲ୍ଲୁ ଏବୁରୁ କୋଟିସ୍ୱରୁଡ଼ୁ ପାଇଁ ନାଗାର୍ଜୁନ ୨୦୧୫ରେ ଦୂରଦର୍ଶନର ମନୋରଞ୍ଜନର ସରଦାର ଭାବେ ସମ୍ମାନିତ ହୋଇଥିଲେ ।[୧୯]

ମାଲିକାନା

[ସମ୍ପାଦନା]

୨୦୧୩ରେ ନାଗାର୍ଜୁନ ଭାରତୀୟ ବ୍ୟଡ଼ମିଣ୍ଟନ୍ ଲିଗ୍‌ରେ ‌ସୁନୀଲ ଗାଭାସ୍କର‌ଙ୍କ ସ‌ହ ‌ମୁମ୍ବାଇ ମାଷ୍ଟର୍ସ‌ର ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ସ‌ହ ‌ମାହି ରେସିଙ୍ଗ ଟିମ୍ ଇଣ୍ଡିଆ‌ର ସ‌ହ-ମାଲିକ ହୋଇଥିଲେ ।[୧୭][୨୦][୨୧] ବର୍ତ୍ତମାନ ନାଗାର୍ଜୁନ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ‌କଲ୍ୟାଣ ଜୁଏଲାର୍ସ‌ର ପ୍ରଚାରକ ଅଟନ୍ତି ।[୨୨]

ପରୋପକାର

[ସମ୍ପାଦନା]
Nagarjuna at TeachAIDS launch in 2010

ନାଗାର୍ଜୁନ ତାଙ୍କ ପତ୍ନୀ ଆମଲାଙ୍କ ସ‌ହ ହାଇଦ୍ରାବାଦରେ ଅବସ୍ଥାପିତ ଭାରତୀୟ ପଶୁ କଲ୍ୟଣ ବୋର୍ଡ଼ର ମାନ୍ୟତା ପ୍ରାପ୍ତ ‌ବ୍ଲୁ କ୍ରସ୍‌ ସଂସ୍ଥାର ସ‌ହ-ସଂସ୍ଥାପକ ଅଟନ୍ତି ।[୨୩][୨୪] ହାଇଦ୍ରାବାଦରେ ଥିବା ଏହା ଏକ ବେସରକାରୀ ସଂସ୍ଥା, ଯାହା ପଶୁମାନଙ୍କର ସଂରକ୍ଷଣ ଏବଂ ଅଧିକାର ପାଇଁ କାମ କରୁଛି । ମାଆ ଟିଭି ଆନୁକୂଲ୍ୟରେ ଅନୁଷ୍ଠିତ ଜନ-ଜାଗରଣ ସଭାମାନଙ୍କରେ ନାଗାର୍ଜୁନ ପ୍ରତକ୍ଷ ଭାବରେ ଯୋଗଦେଇଥାନ୍ତି । ସେ ଏଚଆଇଭି/ଏଡସ ସୁରକ୍ଷା ଅଭିଯାନର ପ୍ରମୁଖ ପ୍ରଚାରକ ।[୨୫] ଷ୍ଟାନସ୍‌ଫୋର୍ଡ଼ ବିଶ୍ୱବିଦ୍ୟାଳୟ ସଂସ୍ଥାପିତ ଏକ ବିନାଲାଭକାରୀ ସଂସ୍ଥା ‌TeachAIDS‌ଦ୍ୱାରା ନିର୍ମାଣ କରାଯାଇଥିବା ଆନିମେଟେଡ଼ ସଫ୍ଟଓୱାରରେ ୨୦୧୦ ମସିହାରେ ନାଗାର୍ଜୁନ ଅଭିନୟ କରିଥିଲେ ।[୨୬]

ପୁରସ୍କାର ଏବଂ ମନୋନିତ

[ସମ୍ପାଦନା]

ନାଗାର୍ଜୁନ ଦୁଇଟି ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର, ୯ଟି ନନ୍ଦି ପୁରସ୍କାର ଏବଂ ୩ଟି ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର ପାଇଛନ୍ତି ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର

[ସମ୍ପାଦନା]
ବର୍ଷ ଚଳଚ୍ଚିତ୍ର ବର୍ଗ ମନ୍ତବ୍ୟ
୧୯୯୬ ‌ନିନ୍ନେ ପେଲ୍ଲାଦାତା‌ ଜାତୀୟ ପୁରସ୍କାର- ଶ୍ରେଷ୍ଠ ତେଲୁଗୁ ନାଟ୍ୟ ରୂପକ ଚଳଚ୍ଚିତ୍ର(ପ୍ରଯୋଜକ) ବିଜୟ
୧୯୯୭ ‌ଆନ୍ନାମାୟା‌ ଜାତୀୟ ଚଳଚ୍ଚିତ୍ର ପୁରସ୍କାର– ସ୍ୱତନ୍ତ୍ର ଜୁରୀ ପୁରସ୍କାର- ଅଭିନେତା

ନନ୍ଦି ପୁରସ୍କାର

[ସମ୍ପାଦନା]
ବର୍ଷ ଚଳଚ୍ଚିତ୍ର ବର୍ଗ ମନ୍ତବ୍ୟ
୧୯୯୬ ‌ନିନ୍ନେ ପେଲ୍ଲାଦାତା‌ ନନ୍ଦି ପୁରସ୍କାର- ଅକ୍କିନେନି ପୁରସ୍କାର- ଶ୍ରେଷ୍ଠ ନାଟ୍ୟପ୍ରଦ ଚଳଚ୍ଚିତ୍ର(ପ୍ରଯୋଜକ) ବିଜୟ
୧୯୯୭ ‌ଆନ୍ନାମାୟା‌ ନନ୍ଦି ପୁରସ୍କାର- ଶ୍ରେଷ୍ଠ ଅଭିନେତା[୨୭]
୧୯୯୯ ‌ପ୍ରେମ କଥା‌ ନନ୍ଦି ପୁରସ୍କାର- ଶ୍ରେଷ୍ଠ ନାଟ୍ୟପ୍ରଦ ଚଳଚ୍ଚିତ୍ର(ପ୍ରଯୋଜକ)
୨୦୦୦ ‌ଯୁବକୁଡ଼ୁ‌ ନନ୍ଦି ସ୍ୱତନ୍ତ୍ର ଜୁରୀ ପୁରସ୍କାର(ପ୍ରଯୋଜକ)[୨୮]
୨୦୦୨ ‌ସନ୍ତୋଷମ୍‌ ନନ୍ଦି ପୁରସ୍କା- ଶ୍ରେଷ୍ଠ ଅଭିନେତା[୨୭]
‌ମନ୍‌ମଧୁଡ଼ୁ‌ ଶ୍ରେଷ୍ଠ ନାଟ୍ୟପ୍ରଦ ଚଳଚ୍ଚିତ୍ର(ପ୍ରଯୋଜକ)
୨୦୦୬ ‌ଶ୍ରୀ ରାମଦାସୁ‌ ଶ୍ରେଷ୍ଠ ଅଭିନେତା
୨୦୧୧ ‌ରାଜାନ୍ନା‌ ନନ୍ଦି ସ୍ୱତନ୍ତ୍ର ଜୁରୀ ପୁରସ୍କାର (ଅଭିନେତା)[୨୯]
ଶ୍ରେଷ୍ଠ ନାଟ୍ୟପ୍ରଦ ଚଳଚ୍ଚିତ୍ର(ପ୍ରଯୋଜକ)[୨୯]

ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର

[ସମ୍ପାଦନା]
ବର୍ଷ ଚଳଚ୍ଚିତ୍ର ବର୍ଗ ମନ୍ତବ୍ୟ
୧୯୯୬ ‌ନିନ୍ନେ ପେଲ୍ଲାଦାତା‌ ଶ୍ରେଷ୍ଠ ଚଳଚ୍ଚିତ୍ରର- ତେଲୁଗୁ(ପ୍ରଯୋଜକ) ବିଜୟ
୧୯୯୭ ‌ଆନ୍ନାମାୟା‌ ଶ୍ରେଷ୍ଠ ଅଭିନେତା
୨୦୧୪ ‌ମନମ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର(ପ୍ରଯୋଜକ) ବିଜୟ

ଅନ୍ୟାନ୍ୟ ପୁରସ୍କାର

[ସମ୍ପାଦନା]
ବର୍ଷ ଚଳଚ୍ଚିତ୍ର ପୁରସ୍କାର ମନ୍ତବ୍ୟ ବର୍ଗ
୧୯୮୬ ‌ବିକ୍ରମ‌ ବଂଶୀ ବେର୍କେଲୀ ପୁରସ୍କାର ବିଜୟ ଶ୍ରେଷ୍ଠ ଅଭିନେତା
୧୯୮୯ ‌ଗୀତାଞ୍ଜଳୀ‌ ଆନ୍ଧ୍ର ପ୍ରଦେଶ ସିନେଗୋରେସ ପୁରସ୍କାର ଶ୍ରେଷ୍ଠ ଅଭିନେତା
ଭରତମୁନୀ ପୁରସ୍କାର
୧୯୮୯ ‌ଶିବା‌ ବଂଶୀ ବେର୍କେଲୀ ପୁରସ୍କାର ଶ୍ରେଷ୍ଠ ଅଭିନେତା
ସିନେମା ଏକ୍ସପ୍ରେମ ପୁରସ୍କାର
୧୯୯୬ ‌ନିନ୍ନେ ପେଲ୍ଲାଦାତା‌ ଆକୃତି ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଅଭିନେତା
୧୯୯୭ ‌ଆନ୍ନାମାୟା‌ ସ୍କ୍ରୀନ୍ ଭିଡ଼ିଓକନ୍ ପୁରସ୍କାର ଶ୍ରେଷ୍ଠ ଅଭିନେତା
ଭରତମୁନୀ ପୁରସ୍କାର ଶ୍ରେଷ୍ଠ ଅଭିନେତା
୨୦୦୦ ‌ଆଜାଦ୍‌ ଆନ୍ଧ୍ର ପ୍ରଦେଶ ଫିଲ୍ମ ସାମ୍ବାଦିକ ସଂଘ ପୁରସ୍କାର ଶ୍ରେଷ୍ଠ ଅଭିନେତା
2005 ‌ମାସ୍‌ ସିନେମା ପୁରସ୍କାର ଶ୍ରେଷ୍ଠ ଅଭିନେତା
୨୦୧୨ ‌ରାଜାନ୍ନା‌[୩୦][୩୧] ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସ୍ୱତନ୍ତ୍ର ପୁରସ୍କାର (ଅଭିନେତା)
ସିନେମା ପୁରସ୍କାର ଶ୍ରେଷ୍ଠ ଅଭିନେତା (ଜୁରୀ)
୨୦୧୩ ‌ଶିରିଡ଼ି ସାର‌[୩୨] ସିନେମା ପୁରସ୍କାର ଶ୍ରେଷ୍ଠ ଅଭିନେତା (ଜୁରୀ)

ଅଭିନୀତ ଚଳଚ୍ଚିତ୍ର

[ସମ୍ପାଦନା]
#ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୮୬ବିକ୍ରମବିକ୍ରମତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୧୯୮୬କ୍ୟାପ୍ଟେନ ନାଗାର୍ଜୁନନାଗାର୍ଜୁନ
୧୯୮୬ଅରଣ୍ୟକାଣ୍ଡଚୈତନ୍ୟ
୧୯୮୭ମଞ୍ଜୁରାଜେଶ
୧୯୮୭ସଂକୀର୍ତ୍ତନକାଶୀ
୧୯୮୭କଲେକ୍ଟର ଗରି ଆବ୍ବାଇରବି
୧୯୮୭ଅଗ୍ନୀ ପୁତ୍ରୁଡ଼ୁକାଳୀ ଦାସୁ
୧୯୮୭କିରାଇ ଦାଦାବିଜୟ
୧୯୮୮ଆଖାରୀ ପୋରତମ୍ବିହାରୀ
୧୦୧୯୮୮ଚିନ୍ନା ବାବୁବେଣୁ ଗୋପାଳ
୧୧୧୯୮୮ମୂରଲୀ କ୍ରୀଷ୍ଣୁଡ଼ୁମୂରଲୀ କ୍ରୀଷ୍ଣା
୧୨୧୯୮୮ଜାନ‌କୀ ରାମୁଡ଼ୁରାମୁ/ରାଙ୍ଗା
୧୩୧୯୮୯ବିଜୟବିଜୟ
୧୪୧୯୮୯ବିକି ଦାଦାବିକ୍ରମ
୧୫୧୯୮୯ଗୀତାଞ୍ଜଳୀପ୍ରକାଶ
୧୬୧୯୮୯ଅଗ୍ନୀପବନ କୁମାର
୧୭୧୯୮୯ଶିବାଶିବା
୧୮୧୯୯୦ଶିବା[୩୩]ଶିବାହିନ୍ଦୀ କଥାଚିତ୍ର ଜଗତରେ ପ୍ରଥମ ଅଭିନୟ
୧୯୧୯୯୦ପ୍ରେମ ଯୁଦ୍ଧମ୍କଲ୍ୟାଣ
୨୦୧୯୯୦ନେତି ସିଦ୍ଧାର୍ଥସିଦ୍ଧାର୍ଥହିନ୍ଦୀ ଚଳଚ୍ଚିତ୍ର ଧର୍ମାତ୍ମାର ପୁନଃ ନିର୍ମାଣ
୨୧୧୯୯୦ଇଦ୍ଦାରୁ ଇଦ୍ଦାରେରବି
୨୨୧୯୯୧ନିର୍ଣ୍ଣୟମ୍ବଂଶୀ କ୍ରୀଷ୍ଣାମାଲାୟଲାମ ଚଳଚ୍ଚିତ୍ର ବନ୍ଦନମ୍‌ର ପୁନଃ ନିର୍ମାଣ
୨୩୧୯୯୧ଚୈତନ୍ୟଚୈତନ୍ୟ
୨୪୧୯୯୧ଶାନ୍ତି କ୍ରାନ୍ତିକ୍ରାନ୍ତି
୨୫୧୯୯୧ଯାଇତ୍ରା ଯାତ୍ରାତେଜା
୨୬୧୯୯୨କିଲର୍ଇଶ୍ୱର ପ୍ରସାଦ/କ୍ରୀଷ୍ଣା
୨୭୧୯୯୨ଖୁଦା ଗବାଃରାଜା ମିର୍ଜାହିନ୍ଦୀ ଚଳଚ୍ଚିତ୍ର
୨୮୧୯୯୨ଅନ୍ଥମ୍ରାଘବ/ଶେଖର
୨୯୧୯୯୨ଦ୍ରୋହୀରାଘବ/ଶେଖରହିନ୍ଦୀ କଥାଚିତ୍ର
୩୦୧୯୯୨ପ୍ରେସିଡେଣ୍ଟ ଗାରୀ ପେଲ୍ଲମ୍ରାଜା
୩୧୧୯୯୩ରକ୍ଷଣାବୋସ୍
୩୨୧୯୯୩ବରଷାଡ଼ୁବିନୟହିନ୍ଦୀ କଥାଚିତ୍ର ‌ଫୁଲ୍ ୱର୍ କାଣ୍ଟେ‌ର ପୁନଃ ନିର୍ମାଣ
୩୩୧୯୯୩ଅଲ୍ଲାରୀ ଅଲ୍ଲୁଡ଼ୁକଲ୍ୟାଣ ଏବଂ ରାଜେଶ
୩୪୧୯୯୩ଗୋବିନ୍ଦ ଗୋବିନ୍ଦଶୀନୁ
୩୫୧୯୯୪ହେଲ୍ଲୋ ବ୍ରଦରଦେବା ଏବଂ ରବି ବର୍ମାଦ୍ୱୈତ ଭୂମିକା
୩୬୧୯୯୪କ୍ରିମିନାଲ୍ଅଜୟ କୁମାରତେଲୁଗୁ
ହିନ୍ଦୀ ଦ୍ୱୀଭାଷୀ ଚଳଚ୍ଚିତ୍ର
୩୭୧୯୯୫ସିଶିନ୍ଦ୍ରୀରାଜା
୩୮୧୯୯୫ଘରନା ବୁଲ୍ଲାଡ଼ୁରାଜୁ
୩୯୧୯୯୫ଭଜରାମଚକ୍ରିମାଲାୟଲମ କଥାଚିତ୍ର ସ୍ପାଦିକମ୍‌ର ପୁନଃ ନିର୍ମାଣ
୪୦୧୯୯୬ନିନ୍ନେ ପେଲ୍ଲାଦାତାଶୀନୁ
୪୧୧୯୯୬ମି. ବିଚାରାଅଜୟହିନ୍ଦୀ ଚଳଚ୍ଚିତ୍ର
୪୨୧୯୯୬ରାମୁଦୋଚାଡ଼ୁରାମ
୪୩୧୯୯୭ରତ୍‌ଚଗାନ୍ଅଜୟତାମିଲ କଥାଚିତ୍ର
୪୪୧୯୯୭ଆନ୍ନାମାୟା[୩୪]ଆନ୍ନାମାଚାର୍ଯ୍ୟ
୪୫୧୯୯୮ଜଖମରମଣ ଦେଶାଇହିନ୍ଦୀ କଥଚିତ୍ର
୪୬୧୯୯୮ଚନ୍ଦ୍ରଲେଖାସୀତା ରାମ ରାଓ
୪୭୧୯୯୮ଅଙ୍ଗାରେରାଜା ଲୋଖନ୍ଦେହିନ୍ଦୀ କଥଚିତ୍ର
୪୮୧୯୯୮ଅଟୋ ଡ୍ରାଇଭରଜଗନ
୪୯୧୯୯୮ଅଭିଦା ମାଆ ଅଭିଦେବିକ୍ରାନ୍ତ
୫୦୧୯୯୯ସୀତାରାମ ରାଜୁରାମରାଜୁ
୫୧୧୯୯୯ରବୟୀ ଚନ୍ଦାମାମାଶଶୀହିନ୍ଦୀ କଥଚିତ୍ର ‌ମନ୍‌ର ପୁନଃ ନିର୍ମାଣ
୫୨୨୦୦୦ଆଜାଦଚନ୍ଦ୍ର ଶେଖର ଆଜାଦ
୫୩୨୦୦୦ନିନ୍ନେ ପ୍ରେମିଷ୍ଠାଶ୍ରୀନିବାସ
୫୪୨୦୦୦ନୁବ୍ବେ ବାସ୍ତବାଣୀଚିନ୍ନି କ୍ରୀଷ୍ଣା
୫୫୨୦୦୧ଏଦୁରୁଲେନି ମନିଷୀସୂର୍ଯ୍ୟ ମୂର୍ତ୍ତୀ ଏବଂ ସତ୍ୟଦ୍ୱୈତ ଭୂମିକା
୫୬୨୦୦୧ଆକାଶ ବୀଦିଲୋଚନ୍ଦୁ/ଚନ୍ଦ୍ର ଶେଖର
୫୭୨୦୦୧ବାବା ନ‌ଚୁଡ଼ୁଅଜୟ
୫୮୨୦୦୧ଅଧିପତିଜଗନଅତିଥି କଳାକାର
୫୯୨୦୦୧ସ୍ନେହମନ୍ତେ ଇଦେରାଅରବିନ୍ଦ
୬୦୨୦୦୨ଅଗ୍ନୀ ବର୍ଷାୟାବକ୍ରୀହିନ୍ଦୀ ଚଳଚ୍ଚିତ୍ର
୬୧୨୦୦୨ସନ୍ତୋଷମ୍କାର୍ତ୍ତୀକେୟ
୬୨୨୦୦୨ମନମ୍‌ଧୁଡ଼ୁଅଭିରାମ
୬୩୨୦୦୩ଏଲ୍ ଓ ସି କାରଗିଲିମେଜର ପଦ୍ମ‌ପାଣୀ ଆଚାର୍ଯ୍ୟହିନ୍ଦୀ କଥାଚିତ୍ର
୬୪୨୦୦୩ଶିବମଣୀଶିବମଣୀ
୬୫୨୦୦୪ମାସ୍ମାସ୍/ଗଣେଶ
୬୬୨୦୦୪ନେନ୍ନୁନାନୁବେଣୁ ମଧବ
୬୭୨୦୦୫ସୁପରଅଖିଳ
୬୮୨୦୦୬ଶ୍ରୀ ରାମଦାସୁ[୩୫]କାଞ୍ଚେର୍ଲା ଗୋପାନ୍ନା
୬୯୨୦୦୬ବସ୍- ଆଉ ଲଭ ୟୁଗୋପାଳ କ୍ରୀଷ୍ଣା
୭୦୨୦୦୭ଡନ୍ସୂରୀୟାହିନ୍ଦୀରେ ଭାଷାନ୍ତରିତ- ଡନ୍ ନଂ ୱାନ
୭୧୨୦୦୮କ୍ରୀଷ୍ଣା ଅର୍ଜୁନଭଗବାନ କ୍ରୀଷ୍ଣା
୭୨୨୦୦୮କିଙ୍ଗକିଙ୍ଗ/ବୋଟ୍ଟୁ ଶୀନୁ/ଶରତ
୭୩୨୦୧୦କେଡ଼ିରମେଶ(ରୁମି)
୭୪୨୦୧୦ରଗଡ଼ାସତ୍ୟ ରେଡ୍ଡି
୭୫୨୦୧୧ଗ‌ଗନମ୍ମେଜର ରବୀନ୍ଦ୍ରନ୍
୭୬୨୦୧୧ରାଜାନ୍ନାରାଜାନ୍ନା
୭୭୨୦୧୨ଶିରିଡ଼ି ସାଇଭଗବାନ ସାଇ ବାବା
୭୮୨୦୧୨ଦାମରୁକମ୍ମଲ୍ଲିକାର୍ଜୁନ/ମଲ୍ଲୀ
୭୯୨୦୧୩ଗ୍ରୀକୁ ଭୀରୁଡ଼ୁଚନ୍ଦୁ
୮୦୨୦୧୩ଶ୍ରୀ ଜଗଦ୍‌ଗୁରୁ ଆଦି ଶଙ୍କରଚଣ୍ଡାଲୁଡ଼ୁଅତିଥି କଳାକାର
୮୧୨୦୧୩ଭାଇବିଜୟ
୮୨୨୦୧୪ମନମ୍ସୀତାରମୁଡ଼ୁ/ନାଗେଶ୍ୱର ରାଓ (ବିଟ୍ଟୁ)
୮୩୨୦୧୬ସୋଗ୍ଗାଡ଼େ ଚିନ୍ନି ନୟନାବଙ୍ଗାରାଜୁ ଏବଂ ରାମ ମୋହନଦ୍ୱୈତ ଭୂମିକା
୮୪୨୦୧୬ଓପିରିବିକ୍ରମାଦିତ୍ୟତେଲୁଗୁ ଚଳଚ୍ଚିତ୍ର
ଥୋଜାତାମିଲ କଥାଚିତ୍ର
୮୫୨୦୧୬ନିର୍ମଳା କନ୍‌ଭେଣ୍ଟନାଗାର୍ଜୁନ ଅକ୍କେନେନି
୮୬୨୦୧୭ଓମ୍ ନମଃ ଭେଙ୍କଟେସାୟହାତୀରାମ ବାବାଜୀ
୮୭୨୦୧୭ରାଜୁ ଗାରି ଗାଧି-୨ରୁଦ୍ର
୮୮୨୦୧୭ବଙ୍ଗାରାଜୁବଙ୍ଗାରାଜୁ

ଅତିଥି କଳାକାର

[ସମ୍ପାଦନା]
#ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୬୭ସୁଡ଼ିଗୁଣ୍ଡାଲୁଶିଶୁ କଳାକାର
୧୯୮୮ରାଓ ଗାରି ଇଲ୍ଲୁନାଗାର୍ଜୁନ
୧୯୯୫ଘଟୋତକଚୁଡ଼ୁଚିତା
୨୦୦୬ସ୍ଟାଇଲମାସ୍
୨୦୧୦ଥକିଟା ଥକିଟାନାଗ୍
୨୦୧୫ଡୋଙ୍ଗାତାନିଜେ ନାଗାର୍ଜୁନ
୨୦୧୫ଅଖିଳ- ଚଳଚ୍ଚିତ୍ରନିଜେ ନାଗାର୍ଜୁନ
୨୦୧୫ଇଞ୍ଜି ଇଦୁପଯାଗିନାଗାର୍ଜୁନତାମିଲ ଚଳଚ୍ଚିତ୍ର
ସାଇଜ୍ ଜିରୋତେଲୁଗୁ କଥାଚିତ୍ର
୨୦୧୬ପ୍ରେମମ୍ବିକ୍ରମର ପିତା

ପ୍ରଯୋଜକ

[ସମ୍ପାଦନା]
ବର୍ଷଚଳଚ୍ଚିତ୍ର
୧୯୭୯କଲ୍ୟାଣୀ
୧୯୮୦ପିଲ୍ଲା ଜମିନ୍‌ଦାର
ବୁଚି ବାବୁ
୧୯୮୧ପ୍ରେମାଭିଶେକମ୍
ପ୍ରେମ କଣୁକା
୧୯୮୨ଯୁବରାଜୁ
୧୯୮୩ଶ୍ରୀ ରଙ୍ଗ ନୀଥୁଲୁ
୧୯୯୫ସିଶିନ୍ଦ୍ରୀ
୧୯୯୬ନିନ୍ନେ ପେଲ୍ଲାଦାତା
୧୯୯୮ଆହାଃ
ଶ୍ରୀ ସୀତା ରାମୁଲା କଲ୍ୟାଣମ୍ ଛୋଟାମୁ ରାରାଣ୍ଡି
ଚନ୍ଦ୍ରଲେଖା
୧୯୯୯ପ୍ରେମ କଥା
ସୀତାରାମ ରାଜୁ
୨୦୦୦ଯୁବକୁଡ଼ୁ
୨୦୦୨ମନମ୍‌ଧୁଡ଼ୁ
୨୦୦୨ସତ୍ୟମ୍
୨୦୦୪ମାସ୍
୨୦୦୫ସୁପର
ଅମୁଧେୟ
୨୦୧୧ରାଜାନ୍ନା
୨୦୧୩ଭାଇ
୨୦୧୩ଉୟାଲା ଜମ୍ପାଲା
୨୦୧୪ମନମ୍
୨୦୧୪ଓକ୍କା ଲୈଲା କୋସମ୍
୨୦୧୬ସୋଗ୍ଗାଡ଼େ ଚିନ୍ନି ନୟନା
୨୦୧୬ନିର୍ମଳା କନ୍‌ଭେଣ୍ଟ
  1. "Akkineni Nagarjuna rings in 56th birthday in Thailand". indianexpress.com.
  2. "Directorate of Film Festival" (PDF). Archived from the original (PDF) on 2018-12-25. Retrieved 2016-12-12.
  3. "NDTV Movies". ndtv.com. Archived from the original on 2013-12-22. Retrieved 2016-12-12.
  4. "45th National Film Awards" (PDF). Directorate of Film Festivals. Retrieved 12 December 2016.
  5. "I need a break: Nagarjuna". The Times Of India. 12 December 2016. Archived from the original on 2013-05-21. Retrieved 2016-12-12.
  6. "Nagarjuna is brand ambassador for Kalyan Jewellers". Thehindubusinessline.in. 2010-12-01. Retrieved 12 December 2016.
  7. "Swept away by 'Nag' magic". The Hindu. Chennai, India. 12 December 2016.
  8. "'Prince' and 'King' add Kamma Flavour to Congress". greatandhra.com. Archived from the original on 2014-05-27. Retrieved 2016-12-12.
  9. "Know your Foe – Eastern Michigan 2009, famous alums, Indian actor Nagarjuna Akkineni". Eastern Michigan University newsletter. Ypsilanti, MI. 12 December 2016.
  10. "I chose life over Bollywood: Nagarjuna". The Times Of India. 12 December 2016. Archived from the original on 2012-11-06. Retrieved 2016-12-12.
  11. "It is just a speculation : Nagarjuna [Interview]". IndiaGlitz. 20 May 2014. Archived from the original on 6 February 2015. Retrieved 13 January 2017.
  12. "Trayam is now Manam?". Sify. 5 February 2013. Archived from the original on 6 February 2015. Retrieved 13 January 2017.
  13. Pasupulate, Karthik (19 May 2014). "ANR chose the title Manam: Nagarjuna". ‌The Times of India‌. Archived from the original on 6 February 2015. Retrieved 13 January 2017.
  14. "I was quite nervous and excited while shooting for Manam : Akhil". ‌The Times of India‌. 31 May 2014. Archived from the original on 3 July 2015. Retrieved 13 January 2017.
  15. "Nagarjuna launches 'Yuva'". The Hindu. Chennai, India. 20 November 2007. Archived from the original on 3 December 2007. Retrieved 13 January 2017.
  16. "Actor Nagarjuna to focus on entertainment biz". The Hindu Business Line. 20 December 2007. Retrieved 13 January 2017.
  17. 1 2 "Nagarjuna to host Telugu KBC". The Hindu. Chennai, India. 19 April 2014.
  18. "Nagarjuna's Meelo Evaru Koteeswarudu Grand Finale On August 7". OneIndia entertainment. 14 August 2014. Archived from the original on 10 August 2014. Retrieved 13 January 2017.
  19. "Entertainment Leader Award to Actor Nagarjuna". The New Indian Express. Archived from the original on 2015-10-29. Retrieved 2017-01-13.
  20. "Sunil Gavaskar and actor Nagarjuna buy Mumbai franchise of IBL - The Times of India". The Times Of India. 18 July 2013. Archived from the original on 2013-07-21. Retrieved 2017-01-13.
  21. "After Megastar its now Superstar". www.cinesprint.com. Archived from the original on 8 August 2014. Retrieved 13 January 2017.
  22. "Amitabh Bachchan shoots for Kalyan Jewellers ad with South stars: view pics!". bollywoodlife.com.
  23. "Our Team - Blue Cross Of Hyderbad". bluecrosshyd.in. Archived from the original on 2008-08-04. Retrieved 2017-01-13.
  24. "Blue Cross of Hyderabad - The Team". Blue Cross of Hyderabad. 26 January 2011. Archived from the original on 4 August 2008. Retrieved 13 January 2017.
  25. "Maa Tv associationTeam". Maa Tv Reach out. Chennai, India. 26 January 2011. Archived from the original on 28 January 2011. Retrieved 13 January 2017.
  26. "Animation lessons on HIV/AIDS awareness released". The Hindu. Chennai, India. 27 November 2010. Archived from the original on 4 December 2010. Retrieved 13 January 2017.
  27. 1 2 "Many Happy Returns to Nag". IndiaGlitz. 29 August 2007. Archived from the original on 19 January 2017. Retrieved 13 January 2017.
  28. "Nandi Awards -2000". 19 September 2002. Retrieved 13 January 2017.
  29. 1 2 "2011 Nandi Awards winners list - The Times of India". The Times of India. 13 October 2012. Archived from the original on 27 June 2013. Retrieved 13 January 2017.
  30. "SIIMA: Nagarjuna and others for Telugu nominations - South Cinema - Telugu News - ibnlive". Ibnlive.in.com. 2012-06-05. Archived from the original on 2012-06-09. Retrieved 13 January 2017.
  31. 5.50 PM IST 06.18.2012 (2012-06-18). "Kamal Haasan graces CineMAA awards 2012 - Bollywood News & Gossip, Movie Reviews, Trailers & Videos at". Bollywoodlife.com. Retrieved 13 January 2017.{{cite web}}: CS1 maint: numeric names: authors list (link)
  32. "Nitya, Nag bag awards on star-studded night". The Hindu. Chennai, India. 16 June 2013.
  33. Chiranjeevi and Nagarjuna's Hindi debuts were Telugu remakes- ‌Times of India ‌. 13 March 2012. Retrieved 13 January 2017.
  34. Nagarjuna, KRR team up once again!- ‌Times of India ‌. 16 June 2014. Retrieved 11 September 2014.
  35. Sri Ramadasu had 82 working days- ‌Times of India ‌. 21 May 2014. Retrieved 13 January 2017.