ଆଲେଣ୍ଡ୍ରୋନିକ ଏସିଡ

ଉଇକିପିଡ଼ିଆ‌ରୁ
(Alendronic acidରୁ ଲେଉଟି ଆସିଛି)
ଆଲେଣ୍ଡ୍ରୋନିକ ଏସିଡ
Clinical data
Trade namesFosamax, others
SynonymsAlendronate, alendronate sodium
AHFS/Drugs.commonograph
MedlinePlusa601011
data
Pregnancy
category
  • C
Routes of
administration
By mouth
ATC code
Legal status
Legal status
  • UK: POM (Prescription only)
Pharmacokinetic data
Bioavailability0.6%
Metabolismexcreted unchanged
Elimination half-life126 months
ExcretionKidney
Identifiers
  • sodium [4-amino-1-hydroxy-1-(hydroxy-oxido-phosphoryl)- butyl]phosphonic acid trihydrate
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.128.415 Edit this at Wikidata
Chemical and physical data
FormulaC4H13NO7P2
Molar mass249.097
3D model (JSmol)
  • O=P(O)(O)C(O)(CCCN)P(=O)(O)O
  • InChI=1S/C4H13NO7P2/c5-3-1-2-4(6,13(7,8)9)14(10,11)12/h6H,1-3,5H2,(H2,7,8,9)(H2,10,11,12) checkY
  • Key:OGSPWJRAVKPPFI-UHFFFAOYSA-N checkY
 ☒NcheckY (what is this?)  (verify)

ଆଲେଣ୍ଡ୍ରୋନିକ ଏସିଡ (Alendronic acid, ଏକ ବିକ୍ରୟ ନାମ ଫୋସାମାକ୍ସ/ Fosamax) ଏକ ବାଇଫସଫୋନେଟ ଔଷଧ (bisphosphonate medication) ଯାହା ଓଷ୍ଟିଓପୋରୋସିସ ଓ ଅସ୍ଥିପାଜେଟସ ରୋଗ (Paget's disease of bone) ଚିକିତ୍ସାରେ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧] ଔଷଧ ସାଥିରେ ଜୀବସାର ଘ (en:vitamin D), କ୍ୟାଲସିଅମ ପରିପୂରକ (en:calcium supplementation) ଦିଆଯାଏ ଓ ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ କରିବାକୁ ଉପଦେଶ ଦିଆଯାଏ ।[୧]

ଆଲେଣ୍ଡ୍ରୋନିକ ଏସିଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଉଦର ଯନ୍ତ୍ରଣା, ଅଇ ଓ ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ହୋଇପାରେ ।[୧] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଗ୍ରାସନଳୀ ସମସ୍ୟା, ଫିମର ଅସ୍ଥିଭଗ୍ନ (femur fracture) ଓ ହନୁହାଡ଼ର ଓଷ୍ଟିଓନେକ୍ରୋସିସ (osteonecrosis of the jaw) ହୋଇପାରେ ।[୧] ଗର୍ଭାବସ୍ଥାକ୍ରନିକ ବୃକ୍‌କ ରୋଗରେ (poor kidney function) ଏହା ଦେବାକୁ ମନା କରାଯାଏ ।[୨] ଅସ୍ଥିକୁ ଭାଙ୍ଗୁଥବା ଜୀବକୋଷମାନଙ୍କର କାମକୁ ଆଲେଣ୍ଡ୍ରୋନିକ ଏସିଡ କମେଇଦିଏ ।[୧]

ସନ ୧୯୭୮ରେ ଆଲେଣ୍ଡ୍ରୋନିକ ଏସିଡ ବିଷୟ ବର୍ଣ୍ଣନା କରାଯିବା ପରେ ସନ ୧୯୯୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧][୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସ ନିମନ୍ତେ ପ୍ରାୟ ୦.୪୧ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସର ପ୍ରାୟ ୧.୧୬ ଆମେରିକୀୟ ଡଲାର ହୋଲସେଲ ଖର୍ଚ୍ଚ ହୁଏ ।[୪] ସନ ୨୦୧୬ରେ ଏହାର ୧୦ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୭୩ତମ ସ୍ଥାନ ଅଧିକାର କରିଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Fosamax Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 2 February 2019.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. pp. 710–711. ISBN 9780857113382.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 523. ISBN 9783527607495.
  4. "NADAC as of 2019-01-30". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-27. Retrieved 2 February 2019.
  5. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]