Jump to content

ହିଳମୋଚା

ଉଇକିପିଡ଼ିଆ‌ରୁ

ହିଳମୋଚା
Enhydra fluctuans
Scientific classification
Kingdom:
Phylum:
Magnoliophyta
(unranked):
Magnoliopsida
Order:
Asterales
Family:
Asteraceae
Genus:
Enhydra
Species:
E. fluctuans
Binomial name
Enhydra fluctuans
Lour.

ହିଳମୋଚା ଏକ ଲତା ଜାତୀୟ ଉଦ୍ଭିଦ। ସନ୍ତସନ୍ତିଆ ଜାଗାରେ ମାଡେ। ଏହାର ପତ୍ରକୁ ଲୋକେ ଶାଗ କରି ଖାଇଥାନ୍ତି। ଭାରତରେ ସବୁସ୍ଥାନରେ ଏହା ଦେଖିବାକୁ ମିଳେ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ପ୍ରାଦେଶିକ ଭାଷାନାମ
ଓଡ଼ିଆହିଳିମିଚା, ହିଡ଼ିମିଚା
ସଂସ୍କୃତଆଚାରୀ, ଶଙ୍ଖଧାରା, ବାତାରି, ମତ୍ସ୍ୟାକ୍ଷୀ ଓ ପିତ୍ତଦମନା
ହିନ୍ଦୀହର ହର
ତେଲୁଗୁହଡଡା
ବଙ୍ଗଳାହିଳିଞ୍ଚା, ହିଳିଞ୍ଚେ

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

ତିକ୍ତ ରସ, ଶୀତଳ, ସ୍ମାରକ, ଦୃଷ୍ଟିଶକ୍ତି ବର୍ଦ୍ଧକ, ମସ୍ତିସ୍କ ସ୍ନିଗ୍ଧତା କାରକ। ମାତ୍ରା ଅର୍ଦ୍ଧତୋଳାରୁ ଏକତୋଳା।

ବ୍ୟବହାର

[ସମ୍ପାଦନା]

ଏହାର ପତ୍ରକୁ ମୁଖ୍ୟତଃ ଔଷଧିରୂପେ ବ୍ୟବହାର କରାଯାଏ। ଏହା ବାତ, ପିତ୍ତ, ବାୟୁ, କଣ୍ଡୁ, କ୍ଷତ, ଦୃଷ୍ଟିଶକ୍ତି ହୀନତା, କଫଦୋଷ, ବ୍ରଣ, କୁଷ୍ଠ, କୃମି, ଶୋଥ ଓ ମସ୍ତକ ରୋଗ ଆଦିରେ ଏହାର ପତ୍ରର ରସକୁ ମହୁ ସହିତ ବ୍ୟବହାର କଲେ ଲାଭ ମିଳେ। ଚର୍ମରୋଗରେ ଏହାର ରସରେ ଗୋଲମରିଚ ଗୁଣ୍ଡ ମିଶାଇ ସେବନ କରାଯାଏ। ପାଣ୍ଡୁ, ଶୋଥ କାମଳ ଆଦିରେ ଏହି ରସକୁ ଗୋମୂତ୍ରଗୋଲମରିଚ ଗୁଣ୍ଡ ସହିତ ପ୍ରୟୋଗ କରାଯାଏ। ଅନ୍ତ୍ର ବିକାର ପାଇଁ ଏହାକୁ ଲହୁଣୀ ସହିତ ସେବନ କରାଯାଏ। ଏହାର ଶୁଦ୍ଧ ରସ ପ୍ରତ୍ୟହ ସେବନ କଲେ ପିତ୍ତବିକାର ନାଶ ହୁଏ।

ଏହାର ସାତ ଆଠଟି ପତ୍ର ପିଲାଙ୍କ ଗାଧୁଆପାଣିରେ ପକାଇଲେ ପିଲାଏ ନୀରୋଗ ରହନ୍ତି ଓ ସେମାନଙ୍କ ଦୃଷ୍ଟିଦୋଷ ନିବାରିତ ହୁଏ ବୋଲି ମାନ୍ୟତା ରହିଛି।

ବାହାର ଆଧାର

[ସମ୍ପାଦନା]