ହିମାଂଶୁ ଶେଖର ପାଢ଼ୀ

ଉଇକିପିଡ଼ିଆ‌ରୁ
ହିମାଂଶୁ ଶେଖର ପାଢ଼ୀ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀନଟବର ପ୍ରଧାନ
ପର ଅଧିକାରୀସୁଜିତ କୁମାର ପାଢ଼ୀ
ନିର୍ବାଚନ ମଣ୍ଡଳୀବୌଦ୍ଧ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଅନିରୁଦ୍ଧ ଦୀପ
ପର ଅଧିକାରୀନଟବର ପ୍ରଧାନ
ନିର୍ବାଚନ ମଣ୍ଡଳୀବୌଦ୍ଧ
ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୭
ପୂର୍ବ ଅଧିକାରୀବାଳକୃଷ୍ଣ ମଲିକ, ସଦାନନ୍ଦ ସାହୁ
ପର ଅଧିକାରୀବରଦା ପ୍ରସନ୍ନ କହଁର
ନିର୍ବାଚନ ମଣ୍ଡଳୀଫୁଲବାଣୀ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀଅନିରୁଦ୍ଧ ଦୀପ
ନିର୍ବାଚନ ମଣ୍ଡଳୀବୌଦ୍ଧ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1919-11-01)୧ ନଭେମ୍ବର ୧୯୧୯
ମୃତ୍ୟୁ୨୯ ଅଗଷ୍ଟ ୧୯୯୯(1999-08-29) (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଗଣତନ୍ତ୍ର ପରିଷଦ, ଜନ କଂଗ୍ରେସ
ଜୀବନ ସାଥୀତରଙ୍ଗିନୀ ପାଢ଼ୀ
ସନ୍ତାନସୁଜିତ କୁମାର ପାଢ଼ୀ
ବାପା/ବୋଉକୁଞ୍ଜ ବିହାରୀ ପାଢ଼ୀ (ବାପା)
ବୃତ୍ତିରାଜନୀତିଜ୍ଞ

ହିମାଂଶୁ ଶେଖର ପାଢ଼ୀ (୧ ନଭେମ୍ବର ୧୯୧୯ - ୨୯ ଅଗଷ୍ଟ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଥିଲେ ଏବଂ ଥରେ ଉପ-ବାଚସ୍ପତି ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧, ୧୯୬୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୌଦ୍ଧଫୁଲବାଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ହିମାଂଶୁ ଶେଖର ପାଢ଼ୀ ୧୯୧୯ ମସିହାର ନଭେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଞ୍ଜ ବିହାରୀ ପାଢ଼ୀ ଓ ପତ୍ନୀଙ୍କ ନାମ ତରଙ୍ଗିନୀ ପାଢ଼ୀ ।[୧] ତାଙ୍କ ପୁଅ ସୁଜିତ କୁମାର ପାଢ଼ୀ ମଧ୍ୟ ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାରେ ଥରେ କାର୍ଯ୍ୟ କରିଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ହିମାଂଶୁ ଓଡ଼ିଶା ରାଜନୀତିରେ ପ୍ରଥମେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦରେ ଏବଂ ପରେ ଜନ କଂଗ୍ରେସରେ ଓ ଶେଷରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଥିଲେ । ୧୯୫୭ରୁ ୧୯୫୯ ମସିହା ଯାଏଁ ଓ ୧୯୬୭ରୁ ୧୯୭୧ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୮୦ ମସିହାରୁ ୧୯୮୫ ମସିହା ପର୍ଯ୍ୟନ୍ତ ସେ ୮ମ ଓଡ଼ିଶା ବିଧାନ ସଭାରେ ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୧ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ବୌଦ୍ଧ ସ୍ୱାଧୀନ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ଫୁଲବାଣୀ ଗଣତନ୍ତ୍ର ପରିଷଦ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ଫୁଲବାଣୀ ଜନ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ବୌଦ୍ଧ ଜନ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ବୌଦ୍ଧ ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

ହିମାଂଶୁ ୧୯୯୯ ମସିହାର ଅଗଷ୍ଟ ୨୯ ତାରିଖରେ ୭୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Himansu Sekhar Padhi". odishaassembly.nic.in. Odisha Assembly. Retrieved 26 April 2021.