ହାଇଡ୍ରକ୍ସିକାର୍ବାମାଇଡ
Clinical data | |
---|---|
Trade names | Droxia, Hydrea, others |
AHFS/Drugs.com | International Drug Names |
MedlinePlus | a682004 |
data |
|
Pregnancy category | |
Routes of administration | by mouth |
ATC code | |
Legal status | |
Legal status | |
Pharmacokinetic data | |
Metabolism | liver (to CO2 and urea) |
Elimination half-life | 2-4 hours |
Excretion | Renal and lungs |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
ECHA InfoCard | 100.004.384 |
Chemical and physical data | |
Formula | CH4N2O2 |
Molar mass | 76.0547 g/mol |
3D model (JSmol) | |
| |
| |
(verify) |
ହାଇଡ୍ରକ୍ସିକାର୍ବାମାଇଡ (ଇଂରାଜୀ ଭାଷାରେ Hydroxycarbamide, ଅନ୍ୟ ନାମ ହାଇଡ୍ରକ୍ସିୟୁରିଆ/ hydroxyurea) ଏକ ଔଷଧ ଯାହା ସିକ୍ଲ ସେଲ୍ ରୋଗ, କ୍ରନିକ ମାୟେଲୋଜେନସ ଲିଉକେମିଆ (chronic myelogenous leukemia), ଗର୍ଭାଶୟ ଗ୍ରୀବା କର୍କଟ ଓ ପଲିସାଇଥେମିଆ ଭେରା (polycythemia vera) ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[୧][୨] ସିକ୍ଲ ସେଲ୍ ରୋଗରେ ଏହା ଆକ୍ରମଣର ସଂଖ୍ୟା କମେଇଦିଏ । ଏହି ଔଷଧକୁ ପାଟିରେ ଦିଆଯାଏ ।[୧]
ହାଇଡ୍ରକ୍ସିକାର୍ବାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression), ଜ୍ୱର, ଅରୁଚି, ମାନସିକ ସମସ୍ୟା (psychiatric problems), ଛୋଟ ଶ୍ୱାସକ୍ରିୟା (shortness of breath) ଓ ମୁଣ୍ଡବଥା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । [୧][୨] ଏହାଦ୍ୱାରା ପରବର୍ତ୍ତୀ କର୍କଟ ରୋଗ ସଙ୍କଟ ବୃଦ୍ଧି ପାଇପାରେ । ଗର୍ଭାବସ୍ଥାରେ ଏହା ଶିଶୁପ୍ରତି ବିପଦ ଜନକ ଥାଏ । ହାଇଡ୍ରକ୍ସିକାର୍ବାମାଇଡ ଏକ ଆଣ୍ଟିନିଓପ୍ଲାସ୍ଟିକ (antineoplastic) ଶ୍ରେଣୀର ଔଷଧ । ଡିଏନଏ (DNA) ପ୍ରସ୍ତୁତିକୁ ଏହା ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସନ ୧୯୬୭ରେ ହାଇଡ୍ରକ୍ସିକାର୍ବାମାଇଡ ସ୍ୱୀକୃତିପ୍ରାପ୍ତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଜେନେରିକ ନାମରେ (generic medication) ଏହି ଔଷଧ ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୦.୩୫ରୁ ୦.୪୭ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Hydroxyurea". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ "Hydrea 500 mg Hard Capsules - Summary of Product Characteristics (SPC) - (eMC)". www.medicines.org.uk. Archived from the original on 20 December 2016. Retrieved 14 December 2016.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Hydroxycarbamide". International Drug Price Indicator Guide. Retrieved 8 December 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 295. ISBN 9781284057560.