ପଲିସାଇଥେମିଆ ଭେରା

ଉଇକିପିଡ଼ିଆ‌ରୁ
Polycythaemia vera
Polycythaemia vera, erythremia, primary polycythemia, Vaquez disease, Osler-Vaquez disease, polycythemia rubra vera[୧]
Blood smear from a person with polycythemia vera
ବିଭାଗOncology
ଲକ୍ଷଣItchiness, headaches, blurry vision, burning pain in the hands or feet, reddish skin[୨]
ଆକ୍ରାନ୍ତ ସମୟ60 years[୨]
ଅବଧିLong-term[୩]
ରୋଗ ନିର୍ଣ୍ଣୟ ପଦ୍ଧତିCBC, bone marrow biopsy, genetic testing after ruling out other causes of polycythemia[୨]
ସଠିକ ରୋଗ ନିର୍ଣ୍ଣୟOther causes of polycythemia, essential thrombocythemia, chronic myelogenous leukemia[୨]
ଚିକିତ୍ସାRemoving blood, aspirin[୨]
PrognosisLife expectancy ~14 years with treatment[୨]
ପୁନଃପୌନିକ5 per 10,000[୩]

ପଲିସାଇଥେମିଆ ଭେରା ବା ପିସିଭି (ଇଂରାଜୀ ଭାଷାରେ Polycythemia vera/ PCV) ହେଉଛି ଏକ ରୋଗ ଯେଉଁଥିରେ ଅସ୍ଥି ମଜ୍ଜାରେ ଅତ୍ୟଧିକ ଲୋହିତ ରକ୍ତ କଣିକା ତିଆରି ହୁଏ ଏବଂ ବେଳେବେଳେ ଶ୍ୱେତ ରକ୍ତ କଣିକା ଓ ପ୍ଲାଟେଲେଟ ମଧ୍ୟ ଅଧିକ ତିଆରି ହୁଏ | [୨] ଏହାର ଲକ୍ଷଣ ମଧ୍ୟରେ ଗଲୁ, ମୁଣ୍ଡବିନ୍ଧା, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ହାତ କିମ୍ବା ପାଦରେ ଜ୍ୱାଳା, ଲାଲ ଚର୍ମ ହୋଇପାରେ | [୨] ରୋଗ ଜଟିଳ ହେଲେ ରକ୍ତ ଜମାଟ ବାନ୍ଧେ, ମାୟେଲୋଫାଇବ୍ରୋସିସ, ହାଇପରଭିସକୋସିଟି ସିଣ୍ଡ୍ରୋମ ଏବଂ ଲ୍ୟୁକେମିଆ ହୋଇପାରେ। [୨]

ପ୍ରାୟ ୯୦% କ୍ଷେତ୍ରରେ କୌଣସି ରକ୍ତ ପ୍ରସ୍ତୁତକାରୀ ଦଳରେ ଥିବା ଜାନସ କାଇନେଜ ୨ ଜିନର ମ୍ୟୁଟେସନ ଯୋଗୁ ଏହି ଅବସ୍ଥା ଉପୁଜେ | [୨] ଏହା ଜନ୍ମ ପରେ ହୁଏ ଏବଂ ଏକ ଅସ୍ପଷ୍ଟ କାରଣରୁ ଘଟିଥାଏ | [୩] ଏହି ମ୍ୟୁଟେସନ ଯୋଗୁ ଗ୍ରୋଥ ଫ୍ୟାକ୍ଟର ପ୍ରତି ଅହେତୁକ ସମ୍ବେଦନଶୀଳତା ବୃଦ୍ଧି ପାଇଥାଏ | [୨] ଏହା ଏକ ପ୍ରକାର ମାୟେଲୋପ୍ରୋଲିଫରେଟିଭ ଅର୍ବୁଦ ରୋଗ | [୨] ସମ୍ପୁର୍ଣ୍ଣ ରକ୍ତ କଣିକା ଗଣନା, ଅସ୍ଥି ମଜ୍ଜା ବାୟୋପ୍ସି ଓ ଜେନେଟିକ ପରୀକ୍ଷା କରି ପଲିସାଇଥେମିଆର ଅନ୍ୟାନ୍ୟ କାରଣମାନଙ୍କୁ ଏଡ଼େଇ ଦେଲାପରେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୨]

ଏହାର ଚିକିତ୍ସାରେ ପ୍ରଭାବିତ ରକ୍ତ ବାହାର କରିଦିଆଯାଏ ଏବଂ ଆସ୍ପିରିନ୍ ଦିଆଯାଏ | [୨] ଏକ ସୁସ୍ଥ ଜୀବନ ଶୈଳୀ ନିର୍ବାହ କରିବାକୁ ଉପଦେଶ ଦିଆଯାଏ | [୨] ବୟସ୍କ ବ୍ୟକ୍ତି କିମ୍ବା ରକ୍ତ ଜମାଟ ବାନ୍ଧିବା ସଙ୍କଟ ଥିଲେ ହାଇଡ୍ରକ୍ସିୟୁରିଆ, ଇଣ୍ଟରଫେରିନ ବା ବୁସଲଫାନ ଦେବାକୁ ଉପଦେଶ ଦିଆଯାଏ । [୨] ବେଳେବେଳେ ପ୍ଲିହାକୁ ବାହାର କରିବା ଆବଶ୍ୟକ ହୁଏ | [୨] ଚିକିତ୍ସିତ ନହେଲେ ପ୍ରାୟ ୧୮ ମାସ ଏବଂ ଚିକିତ୍ସା ସହିତ ୧୪ ବର୍ଷ ବଞ୍ଚିବା ସମ୍ଭବ ହୁଏ | [୨]

ଏହି ଅବସ୍ଥା ବ‌ହୁତ କମ୍ ଦେଖାଯାଏ । ପ୍ରତି ୧୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୫ ଜଣ ପ୍ରଭାବିତ ହୁଅନ୍ତି | [୩] ସାଧାରଣତଃ ପ୍ରାୟ ୬୦ ବର୍ଷ ବୟସରେ ଆରମ୍ଭ ହୁଏ ଓ ୨୦ ବର୍ଷରୁ କମ୍‌ ବୟସ୍କ ଲୋକ କ୍ୱଚିତ ପ୍ରଭାବିତ ହୁଅନ୍ତି । [୨] [୩] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ପ୍ରଭାବିତ ହୁଅନ୍ତି। [୨] ଏହି ଅବସ୍ଥା ୧୮୯୨ରେ ପ୍ରଥମେ ବର୍ଣ୍ଣନା କରାଯାଇଥିଲା [୩]

ଆଧାର[ସମ୍ପାଦନା]

  1. "polycythemia vera." at Encyclopædia Britannica. 2010. Encyclopædia Britannica Online. 21 Sep. 2010
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Lu, X; Chang, R (January 2020). "Polycythemia Vera". PMID 32491592. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Polycythemia Vera". NORD (National Organization for Rare Disorders). Retrieved 7 January 2021.