Jump to content

ପଲିସାଇଥେମିଆ ଭେରା

ଉଇକିପିଡ଼ିଆ‌ରୁ
Polycythaemia vera
Polycythaemia vera, erythremia, primary polycythemia, Vaquez disease, Osler-Vaquez disease, polycythemia rubra vera[]
Blood smear from a person with polycythemia vera
ବିଭାଗOncology
ଲକ୍ଷଣItchiness, headaches, blurry vision, burning pain in the hands or feet, reddish skin[]
ଆକ୍ରାନ୍ତ ସମୟ60 years[]
ଅବଧିLong-term[]
ରୋଗ ନିର୍ଣ୍ଣୟ ପଦ୍ଧତିCBC, bone marrow biopsy, genetic testing after ruling out other causes of polycythemia[]
ସଠିକ ରୋଗ ନିର୍ଣ୍ଣୟOther causes of polycythemia, essential thrombocythemia, chronic myelogenous leukemia[]
ଚିକିତ୍ସାRemoving blood, aspirin[]
PrognosisLife expectancy ~14 years with treatment[]
ପୁନଃପୌନିକ5 per 10,000[]

ପଲିସାଇଥେମିଆ ଭେରା ବା ପିସିଭି (ଇଂରାଜୀ ଭାଷାରେ Polycythemia vera/ PCV) ହେଉଛି ଏକ ରୋଗ ଯେଉଁଥିରେ ଅସ୍ଥି ମଜ୍ଜାରେ ଅତ୍ୟଧିକ ଲୋହିତ ରକ୍ତ କଣିକା ତିଆରି ହୁଏ ଏବଂ ବେଳେବେଳେ ଶ୍ୱେତ ରକ୍ତ କଣିକା ଓ ପ୍ଲାଟେଲେଟ ମଧ୍ୟ ଅଧିକ ତିଆରି ହୁଏ | [] ଏହାର ଲକ୍ଷଣ ମଧ୍ୟରେ ଗଲୁ, ମୁଣ୍ଡବିନ୍ଧା, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ହାତ କିମ୍ବା ପାଦରେ ଜ୍ୱାଳା, ଲାଲ ଚର୍ମ ହୋଇପାରେ | [] ରୋଗ ଜଟିଳ ହେଲେ ରକ୍ତ ଜମାଟ ବାନ୍ଧେ, ମାୟେଲୋଫାଇବ୍ରୋସିସ, ହାଇପରଭିସକୋସିଟି ସିଣ୍ଡ୍ରୋମ ଏବଂ ଲ୍ୟୁକେମିଆ ହୋଇପାରେ। []

ପ୍ରାୟ ୯୦% କ୍ଷେତ୍ରରେ କୌଣସି ରକ୍ତ ପ୍ରସ୍ତୁତକାରୀ ଦଳରେ ଥିବା ଜାନସ କାଇନେଜ ୨ ଜିନର ମ୍ୟୁଟେସନ ଯୋଗୁ ଏହି ଅବସ୍ଥା ଉପୁଜେ | [] ଏହା ଜନ୍ମ ପରେ ହୁଏ ଏବଂ ଏକ ଅସ୍ପଷ୍ଟ କାରଣରୁ ଘଟିଥାଏ | [] ଏହି ମ୍ୟୁଟେସନ ଯୋଗୁ ଗ୍ରୋଥ ଫ୍ୟାକ୍ଟର ପ୍ରତି ଅହେତୁକ ସମ୍ବେଦନଶୀଳତା ବୃଦ୍ଧି ପାଇଥାଏ | [] ଏହା ଏକ ପ୍ରକାର ମାୟେଲୋପ୍ରୋଲିଫରେଟିଭ ଅର୍ବୁଦ ରୋଗ | [] ସମ୍ପୁର୍ଣ୍ଣ ରକ୍ତ କଣିକା ଗଣନା, ଅସ୍ଥି ମଜ୍ଜା ବାୟୋପ୍ସି ଓ ଜେନେଟିକ ପରୀକ୍ଷା କରି ପଲିସାଇଥେମିଆର ଅନ୍ୟାନ୍ୟ କାରଣମାନଙ୍କୁ ଏଡ଼େଇ ଦେଲାପରେ ଏହି ରୋଗ ନିର୍ଣ୍ଣୟ କରାଯାଏ । []

ଏହାର ଚିକିତ୍ସାରେ ପ୍ରଭାବିତ ରକ୍ତ ବାହାର କରିଦିଆଯାଏ ଏବଂ ଆସ୍ପିରିନ୍ ଦିଆଯାଏ | [] ଏକ ସୁସ୍ଥ ଜୀବନ ଶୈଳୀ ନିର୍ବାହ କରିବାକୁ ଉପଦେଶ ଦିଆଯାଏ | [] ବୟସ୍କ ବ୍ୟକ୍ତି କିମ୍ବା ରକ୍ତ ଜମାଟ ବାନ୍ଧିବା ସଙ୍କଟ ଥିଲେ ହାଇଡ୍ରକ୍ସିୟୁରିଆ, ଇଣ୍ଟରଫେରିନ ବା ବୁସଲଫାନ ଦେବାକୁ ଉପଦେଶ ଦିଆଯାଏ । [] ବେଳେବେଳେ ପ୍ଲିହାକୁ ବାହାର କରିବା ଆବଶ୍ୟକ ହୁଏ | [] ଚିକିତ୍ସିତ ନହେଲେ ପ୍ରାୟ ୧୮ ମାସ ଏବଂ ଚିକିତ୍ସା ସହିତ ୧୪ ବର୍ଷ ବଞ୍ଚିବା ସମ୍ଭବ ହୁଏ | []

ଏହି ଅବସ୍ଥା ବ‌ହୁତ କମ୍ ଦେଖାଯାଏ । ପ୍ରତି ୧୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୫ ଜଣ ପ୍ରଭାବିତ ହୁଅନ୍ତି | [] ସାଧାରଣତଃ ପ୍ରାୟ ୬୦ ବର୍ଷ ବୟସରେ ଆରମ୍ଭ ହୁଏ ଓ ୨୦ ବର୍ଷରୁ କମ୍‌ ବୟସ୍କ ଲୋକ କ୍ୱଚିତ ପ୍ରଭାବିତ ହୁଅନ୍ତି । [] [] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ପ୍ରଭାବିତ ହୁଅନ୍ତି। [] ଏହି ଅବସ୍ଥା ୧୮୯୨ରେ ପ୍ରଥମେ ବର୍ଣ୍ଣନା କରାଯାଇଥିଲା []

  1. "polycythemia vera." at Encyclopædia Britannica. 2010. Encyclopædia Britannica Online. 21 Sep. 2010
  2. 1 2 3 4 5 6 7 8 9 10 11 12 13 14 15 16 17 18 19 20 Lu, X; Chang, R (January 2020). "Polycythemia Vera". PMID 32491592. {{cite journal}}: Cite journal requires |journal= (help)
  3. 1 2 3 4 5 6 "Polycythemia Vera". NORD (National Organization for Rare Disorders). Retrieved 7 January 2021.